ବାରଙ୍ଗ ୨୫।୦୩ : ନନ୍ଦନକାନନ ପ୍ରଵେଶ ପଥରେ ଶାନ୍ତିପୂର୍ଣ୍ଣ ଧାରଣା।ଏହି ଧାରଣାରେ ବସିଲେ ନନ୍ଦନକାନନ କର୍ମଚାରୀ ସଂଘ । ସ୍ଥାୟୀ ନିଯୁକ୍ତି ଦାବିରେ ଚାଲିଛି ଶାନ୍ତିପୂର୍ଣ୍ଣ ଧାରଣା । ପୂର୍ବରୁ ସଂଘର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ସହ ବିଭିନ୍ନ ଦାବି ନେଇ ବାରମ୍ବାର ଅଭିଯୋଗ ସତ୍ତେ୍ୱ କିଛି ସୁଫଳ ମିଳିନାହିଁ । ତେଣୁ ଆଜି (ମଙ୍ଗଳବାର) ଠୁ ନନ୍ଦନକାନନ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣରେ ବସିବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ନନ୍ଦନକାନନ ଚିଡିଆଖାନାରେ ବହୁ କର୍ମଚାରୀ ଅବସର ନେବା ପରେ ୧୦୩ଟି ଚତୁର୍ଥ ଶ୍ରେଣୀ ପଦବୀ ଖାଲି ପଡିଛି । ତାହା ପୂରଣ ହୋଇପାରିନାହିଁ । କାର୍ଯ୍ୟରତ କର୍ମଚାରୀମାନେ ଦିନକୁ ୮ଘଣ୍ଟା ବଦଳରେ ୧୦ଘଣ୍ଟା କାମ କରୁଛନ୍ତି । ତା’ସତ୍ତେ୍ୱ ସେମାନଙ୍କ ମୈାଳିକ ସମସ୍ୟା ସବୁ ସମାଧାନ ହେଉନାହିଁ। ମୁଖ୍ୟମନ୍ତୀ ଓ ବିଭାଗୀୟ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରାଯାଇଆସୁଥିଲେ ହେଁ କିଛି ସୁଫଳ ନମିଳିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଶାନ୍ତିପୂର୍ଣ୍ଣ ଧାରଣା ବସିଛନ୍ତି ଅସ୍ଥାୟୀ କର୍ମଚାରୀ ସଂଘ।
ସରକାରର ପତନ ପରେ ମାଡ଼ିଆସୁଛି ଭୟଙ୍କର ସଂକଟ, ବନ୍ଦ୍ ହେଲାଣି ଏକାଧିକ କପଡା ଫ୍ୟାକ୍ଟ୍ରି