ଶ୍ରୀନଗର: ଭାରତ-ପାକିସ୍ତାନ ସୀମା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିଥିବା ସେନା ଜାଣିବା ପରେ ସୀମାରେ ଏନ୍କାଉଣ୍ଟର ଜାରି ରହିଛି। ଜମ୍ମୁ-କାଶ୍ମୀରର କାଠୁଆରେ ୩ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସୁରକ୍ଷା କର୍ମୀମାନେ ଦେଖିବାକୁ ପାଇଥିଲେ। ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗିଳିବିନିମୟ ଜାରି ରହିଛି। ତେବେ ସୁରକ୍ଷାକର୍ମୀଙ୍କୁ ଗୁଳିରେ ଜାମ୍ମୁ-କାଶ୍ମୀରରେ ଜଣେ ଝିଅ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂୁଚନା ମିଳିଛି। ସେପଟେ ସୁରକ୍ଷାକର୍ମୀଙ୍କ ବନ୍ଧୁକ ମୁନରୁ ଆତଙ୍କବାଦୀ ଖସି ଯାଇଥିବା ସୂଚନା ମିଳିଛି। ତଥାପି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେନସ ଜାରି ରହିଛି।
କାଠୁଆ ଜିଲ୍ଲାର ହୀରାନଗରରେ ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ଜମ୍ମୁ ଏବଂ କାଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍, ସେନା ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ଦ୍ୱାରା ଏକ ବଡ଼ ସର୍ଚ୍ଚ ଅପରେସନ୍ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ସୁରକ୍ଷାକର୍ମୀମାନେ ଅସ୍ତ୍ରସଶସ୍ତ୍ର ନେଇ ଆସୁଥିବା ଆତଙ୍କବାଦୀ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଗୁଳିବିନିମୟ ହୋଇଥିଲା। ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଗୁଳିବିନିୟ ଚାଲିଥିବାରୁ ଏହା କିଛିଦିନ ପର୍ଯ୍ୟନ୍ତ ଚାଲିପାରେ ବୋଲି କୁହାଯାଉଛି।
ପଢନ୍ତୁ- ସମ୍ଭଲ ହିଂସା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଜାମା ମସଜିଦ୍ ମୁଖ୍ୟ ଏସଆଇଟି ଦ୍ୱାରା ଗିରଫ
ଜମ୍ମୁ ଏବଂ କାଶ୍ମୀରର କିଛି ଅଂଶରେ ଆତଙ୍କବାଦୀ ଅନୁପ୍ରବେଶକୁ ନେଇ ପ୍ରାୟତଃ ଉତ୍ତେଜନା ଦେଖାଦେଇଛି। ଗତ ସପ୍ତାହରେ, କୁପୱାଡ଼ାରେ ସୁରକ୍ଷା ବାହିନୀ ସହ ଗୁଳିବିନିମୟ ସମୟରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଫେବୃଆରୀରେ, ଜମ୍ମୁ ଓ କାଶ୍ମୀରର ରାଜୌରୀର ସୁନ୍ଦରବନୀ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସେନା ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏହି ମାମଲାରେ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅଭିଯାନ ଆରମ୍ଭ କରାଯାଇଥିଲା।
ପଢନ୍ତୁ- ଟାରିଫ ୱାରରେ ଜୟଶଙ୍କରଙ୍କ ବଡ ପ୍ରତିକ୍ରିୟା, ଭାରତର ହିତ ଆମ ପାଇଁ ସର୍ବୋପରି
ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, କେବଳ ୨୦୨୪ ମସିହାରେ ଜମ୍ମୁ ଏବଂ କାଶ୍ମୀରରେ ୭୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ପାକିସ୍ତାନରୁ ଆସିଥିଲେ। ଏଥିରେ ନିୟନ୍ତ୍ରଣ ରେଖା (LoC) ଏବଂ ଅନ୍ତର୍ଜାତୀୟ ସୀମା (IB) ରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ୧୭ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜାମ୍ମୁ-କାଶ୍ମୀର ଭିତରେ ଏନକାଉଣ୍ଟରରେ ୨୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।