ଭାରତ ଠାରୁ ୧.୯ ବିଲିୟନ ଡଲାର ଉପକରଣ କିଣିବାକୁ ଚାହୁଁଛି ଟେସ୍‌ଲା: କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ

Published By : Prameya-News7 Bureau | September 13, 2023 IST

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ଏଲନ ମସ୍କଙ୍କ ଲୋକୋପ୍ରିୟ ଇ-ଯାନ କମ୍ପାନୀ ଟେସ୍‌ଲା। ଏନେଇ ପ୍ରସ୍ତୁତି ଜାରି ରହିଛି। ହେଲେ ତା ପୂର୍ବରୁ ଭାରତରୁ କୋଟି କୋଟି ଟଙ୍କାର ବିଭିନ୍ନ ଇ-ଉପକରଣ ଆମଦାନୀ କରୁଛନ୍ତି ମସ୍କ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୂଷ ଗୋୟଲ। ଟେସ୍‌ଲାନା ଭାରତ ଠାରୁ ୧.୭ ରୁ ୧.୯ ବିଲିୟନ ଡଲାର ଟଙ୍କାର ଉପକରଣ କିଣିବାକୁ ଯୋଜନା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

କମ୍ପାନୀ ଗତବର୍ଷ ମଧ୍ୟ ୧ ବିଲିଅନ ଡଲାରର ସାମଗ୍ରୀ ଆମଦାନୀ କରିଥିଲା। ଏଥର ଏହି ସଂଖ୍ୟା ଆହୁରି ବଢ଼ାଇବାକୁ ଟେସ୍‌ଲନା ଚାହୁଁଥିବା ପିୟୂଷ ଗୋୟଲ କହିଛନ୍ତି। ଇ-ଯାନ ହେଉଛି ଭବିଷ୍ୟତ। ତେଣୁ ମୁଁ ଆମେ ଏଥିରେ ଅଧିକ ନିବେଶ କରିବା ଉଚିତ ବୋଲି ଗୋୟଲ କହିଛନ୍ତି।

ପଢ଼ନ୍ତୁ-ମୋଦୀଙ୍କ ସ୍ୱପ୍ନରେ ଆଇଏମ୍‌ଏଫ୍‌ ମୋହର, ଜାପାନ ଓ ଜର୍ମାନିକୁ ପଛରେ ପକାଇ ୨୦୪୭ ସୁଦ୍ଧା ହେବ ବିକଶିତ ରାଷ୍ଟ୍ର

ଭାରତର ପ୍ଲାଣ୍ଟ ସ୍ଥାପନ କରି ଉଭୟ ଇଲେକ୍ଟ୍ରିକ ଭେଇକଲ ଓ ବ୍ୟାଟେରି ନିର୍ମାଣ କରିବାକୁ ଚାହୁଁଛି ଟେସ୍‌ଲା। ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଜାରି ରଖିଛନ୍ତି କେନ୍ଦ୍ର ସରକାର। ଏନେଇ ମେ ମାସରେ କମ୍ପାନୀ କାର୍ଯ୍ୟକାରିଣୀ ଟିମ୍ ମଧ୍ୟ ଭାରତ ଗସ୍ତରେ ଆସିଥିଲା। ଟେସ୍‌ଲନା ଓ ବାଣିଜ୍ୟମନ୍ତ୍ରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା। ଏହାପରେ ଜୁନ ମାସରେ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସମୟରେ ସେ ଭାରତରେ ସ୍ଥାୟୀ ପୁଞ୍ଜି ନିବେଶ କରିବାକୁ ଇଚ୍ଛା ଜାହିର କରିଥିଲେ।

ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ୨୦୨୧ରେ ଟେସ୍‌ଲା ଭାରତ ଭଳି ବଡ଼ ବଜାରରେ ଇଭି ବିକ୍ରି କରି ଲାଭ ଉଠାଇବାକୁ ଚାହୁଁଥିଲା। ଏଥିପାଇଁ ଥିବା ୧୦୦ ପ୍ରତିଶତ ଆମଦାନୀ କରକୁ ହଟାଇବାକୁ ମଧ୍ୟ ଭାରତ ସରକାରଙ୍କ ସହିତ ଆଲୋଚନା କରିଥିଲା। ହେଲେ ସରକାର ଏହାକୁ ଅନୁମତି ଦେଇ ନଥିଲେ। ଟେସ୍‌ଲା ଅନ୍ୟ କୌଣସି ସ୍ଥାନରେ ନିର୍ମାଣ କରି ଭାରତରେ ବିକ୍ରି କରିପାରିବ ନାହିଁ ବୋଲି ସରକାର କରିଥିଲେ। ବରଂ ଭାରତରେ ଉତ୍ପାଦନ କରିବାକୁ କମ୍ପାନୀକୁ ପ୍ରସ୍ତାବ ଦେଇଥିଲେ।  

ପଢ଼ନ୍ତୁ-ବିଦେଶୀ ଷ୍ଟକ୍‌ ଏକ୍ସଚେଞ୍ଜରେ ସିଧାସଳଖ ଲିଷ୍ଟିଂ ହୋଇପାରିବ ଭାରତୀୟ କମ୍ପାନି, ଅନୁମତି ମିଳିବା ନେଇ ଅର୍ଥମନ୍ତ୍ରୀଙ୍କ ସଙ୍କେତ

ଏହାପରେ କମ୍ପାନୀ ଭାରତରେ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଇଚ୍ଛା ପ୍ରକାଶ କରିଛି। ଭାରତରେ ୨୦ ଲକ୍ଷ ଟଙ୍କାର ଇଭି ପ୍ରଡକ୍ସନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ଲୋକଙ୍କୁ ସୁହାଇଲା ଭଳି କାର୍ ଦାମ କରିବାକୁ କମ୍ପାନୀ ବର୍ତ୍ତମାନ ମଡେଲ ଠାରୁ ୨୫ ପ୍ରତିଶତ ମୂଲ୍ୟ କମାଇବାକୁ ବିକ୍ରି କରିବାକୁ ଟାର୍ଗେଟ୍ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.