ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ସ୍ଥଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତରଫରୁ ବିଦେଶୀ ଅତିଥିଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରାଯାଇଛି। ଏମିତିରେ ଶନିବାର ଆୟୋଜିତ କରାଯାଇଥିବା ରାତ୍ରଭୋଜନର ସହ ଜଡ଼ିତ ବିଶେଷ ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଦିଲ୍ଲୀର ଚାନ୍ଦିନୀ ଚୌଙ୍କ୍ର ସ୍ବାଦ ଠାରୁ ନେଇ ଦେଶର ବିଭିନ୍ନ ରାଜ୍ୟର ସୁସ୍ବାଦୁ ଖାଦ୍ୟ ରହିଛି। ଏମିତିରେ ଆସନ୍ତୁ ଜାଣିବା ଜି-୨୦ ଗାଲା ଡିନର ମେନୁରେ କ’ଣ କ’ଣ ସାମିଲ ରହିଛି।
ରାତ୍ରଭୋଜନ ପାଇଁ କରାଯାଇଛି ବିଶେଷ ପ୍ରସ୍ତୁତି:
ଖାଦ୍ୟ ପରିବେଷଣ କରୁଥିବା କର୍ମଚାରୀମାନେ ଏକ ସ୍ୱତନ୍ତ୍ର ପୋଷାକରେ ରହିବେ । ଅନେକ ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକ ସ୍ବତନ୍ତ୍ର ରୂପା ସାମଗ୍ରୀ ତିଆରି କରିଛନ୍ତି । ପ୍ରାୟ ୧୫ ହଜାର ରୂପା ବାସନ ପ୍ରସ୍ତୁତ କରାଯାଇଛି । ଜଳଖିଆ ଠାରୁ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଖାଦ୍ୟ।ଦେଶୀ ଖାଦ୍ୟରେ ଦହି ଭଲ୍ଲା, ସିଙ୍ଗଡ଼ା, ଝାଲମୁଢ଼ୀ, ବଡାପାଓ୍ବ, ଚଟପଟୀ ଚାଟ୍, ଗୁପ୍ଚୁପ୍, ଦହି ଗୁପ୍ଚୁପ୍, ସେଉ ପୁରୀ, ଲଙ୍କା ବରା, ବିକାନେରୀ ଡାଲି ପରଟା, ପଲାଶ, ଲୀଲଓ୍ବା କଚୋରୀ, ଆଳୁ ଦିଲ୍ ଖୁସ୍, ଟିକ୍କି ଏବଂ ଜୋଧପୁରୀ କାବୁଲି ପଲଉ ସାମିଲ୍ ରହିଛି। ମିଲେଟ୍ରେ ପ୍ରସ୍ତୁତ ବ୍ୟଞ୍ଜନରେ ସିଙ୍ଗଡା, ପରଟା ଖୀରୀ ଏବଂ ହାଲୁଆ ରହିଛି।
ଆହୁରି ପଢ଼ନ୍ତୁ: ଜି-୨୦ ଅତିଥିଙ୍କୁ ପରଶାଯିବ ମିଲେଟ୍ ପ୍ରସ୍ତୁତ ବ୍ୟଞ୍ଜନ, ଓଡ଼ିଶାର ସୁସ୍ଵାଦୁ ଖାଦ୍ୟ ଖାଇବେ ବିଶ୍ଵନେତା
ମେନୁରେ ରହିଛି ୫୦୦ରୁ ଅଧିକ ବ୍ୟଞ୍ଜନ
ବିଭିନ୍ନ ରାଜ୍ୟର ଖାଦ୍ୟ ମଧ୍ୟରେ ବିହାରର ପ୍ରସିଦ୍ଧ ଲିଟି ଚୋଖା, ବାଜରାରେ ତିଆରି ରାଜସ୍ଥାନୀ ଡାଲ୍ ବାଟି ଚୁରମା, ବେଙ୍ଗଲୀ ରସଗୋଲା, ପଞ୍ଜାବ ପ୍ରସିଦ୍ଧ ଡାଲ୍ ତଡକା, ଦକ୍ଷିଣ ଭାରତର ଓ୍ବାଥକ୍କଲ, ମାଲାବାର ପରଟା, ଇଡ୍ଲି ସାମ୍ବର, ପିଆଜ ଚିଲି ଉତ୍ଥପମ୍, ମୈସୁର ଦୋସା, ଚାନ୍ଦିନୀ ଚୌକ୍ର ସୁସ୍ବାଦୁ ଖାଦ୍ୟ ରହିଛି।
ସାଲାଡରେ ଟସ୍ଡ ଇଣ୍ଡିଆନ୍ ଗ୍ରୀନ୍ ସାଲାଡ୍, ପାସ୍ତା, ପନିର୍ ଲବାବଦାର (ଉତ୍ତରପ୍ରଦେଶ ବ୍ୟଞ୍ଜନ), ପୋଟାଟୋ ଲିୟୋନେଜ, ସବ୍ଜ କୋରମା (ଆନ୍ଧ୍ରପ୍ରଦେଶ), କାଜୁ ମଟର ମଖାନା, ଆରବିୟାଟା ସସ୍ରେ ପେନ୍ ସାମିଲ୍ ରହିଛି। ଅନ୍ୟ ବ୍ୟଞ୍ଜନରେ ଜଓ୍ବାର ଡାଲି ତଡକା, ପିଆଜ ଜିରା ପଲଉ (ପଞ୍ଜାବୀ ବ୍ୟଞ୍ଜନ), ତନ୍ଦୁରି ରୁଟି, ବଟର ନାନ, କୁଲଚା ସାମିଲ ରହିଛି। ରାଇତା ସହ ତେନ୍ତୁଳି ଏବଂ ଖଜୁରୀ ଚଟଣି, ଆଚାର ମିକ୍ସ, ସାଧା ଦହି ସାମିଲ୍ ରହିଛି।
ଆହୁରି ପଢ଼ନ୍ତୁ: ଦିଲ୍ଲୀ ଦରବାର ପାଇଁ ଜୋରଦାର୍ ପ୍ରସ୍ତୁତି; ବିଶ୍ବ ଅତିଥିଙ୍କୁ ଖାଦ୍ୟ ପରସିବେ ୭ଶହ ସେଫ୍
ମିଠା ମେନୁରେ ଜିଲାପି କୁଟ୍ଟୁ ମାଲପୁଆ (ଉତ୍ତରପ୍ରଦେଶ ସ୍ପେଶାଲ୍), କେସର ପିସ୍ତା ରସମଲାଇ (ଓଡ଼ିଶା ସ୍ପେଶାଲ୍), ହଟ୍ ୱାଲନଟ୍ ଏବଂ ଅଦା ହାଲୱା, ଷ୍ଟ୍ରବେରୀ ଆଇସ୍କ୍ରିମ୍, ବ୍ଲାକ୍ କରେଣ୍ଟ୍ ଆଇସ୍ କ୍ରିମ୍, ଗୁଲାବ ଜାମୁନ୍, ରସମଲାଇ, ମଲାଇ ଘେଭର୍, ଗୁଲାବ ଚୁରମା, ପିସ୍ତା କୁଲଫି, ଶ୍ରୀଖଣ୍ଡ, ମଲାଇ କୁଲଫି ଓ୍ବିଥ୍ ଫାଲୁଦା, ମିଶ୍ରୀ ମାଓ୍ବା, ଗାଜର ହାଲଓ୍ବା, ମୋତିଚୁର ଲଡ୍ଡୁ, ଡ୍ରାଏଫ୍ରୁଟ୍ସ ମିଠା, ଅଖରୋଟ ହାଲୁଆ, ଅଙ୍ଗୁରୀ ରସମଲେଇ, ଆପଲ କ୍ରମ୍ବଲପାଇ ଏବଂ ଜୋଧପୁରୀ ମାଓ୍ବା କଚୋରୀ ରହିଛି।
ମେନୁରେ ଥାଇ ଏବଂ ଡେନମାର୍କର ବ୍ୟଞ୍ଜନ ମଧ୍ୟ ସାମିଲ ରହିଛି। ଯେଉଁଥିରେ କାକୁଡ଼ି ବୈଲୀଶ କ୍ୟାବେଜ, ଡେନମାର୍କର ଡେନିସ୍ ପାଉଁରୁଟି ରୋଲ, ଡେଜର୍ଟରେ ସିଜଲିଙ୍ଗ ବ୍ରାଉନୀ, ହେଜଲନଟ, ସିନମୋମ ଆଇସକ୍ରିମ୍, କେକ୍ ରହିଛି।