ଢୋଲ ବାଜା ବନ୍ଦ, ଲଡୁ-ଜିଲାପି ବି ଗାଏବ; କିଛି ଘଣ୍ଟାରେ ବଦଳିଗଲା କଂଗ୍ରେସ କାର୍ଯ୍ୟାଳୟର ଚିତ୍ର

Published By : Prameya-News7 Bureau | October 08, 2024 IST

livehindustan

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସି ସାରିଛି। ବିଜେପି କ୍ରମାଗତ ତୃତୀୟ ଥର ସରକାର ଗଢିବାକୁ ଯାଉଛି। ତେବେ ମଙ୍ଗଳବାର ସକାଳେ କଂଗ୍ରେସର ଖୁସିର ମାହୋଲ ଅଚାନକ ଦୁଃଖର ମାହୋଲରେ ବଦଳିଗଲା। ସକାଳେ କଂଗ୍ରେସ ମୁଖ୍ୟାଳୟରେ ଉତ୍ସବର ମାହୋଲ ଥିଲା କିନ୍ତୁ ଅପରାହ୍ଣ ବେଳକୁ ସବୁ କିଛି ବଦଳିଗଲା। ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଟ୍ରେଣ୍ଡ ଆଗକୁ ବଢିବା ସହ ଜନାଦେଶ ସ୍ପଷ୍ଟ ହେବାରେ ଲାଗିଲା ଯେ, କଂଗ୍ରେସ ପରାଜୟ ଆଡ଼କୁ ଗତି କରୁଛି। 

ମଙ୍ଗଳବାର ସକାଳେ ଭୋଟ୍ ଗଣତି ଆରମ୍ଭ ହେବା ସହ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ହରିୟାଣାରେ ବଡ଼ ବିଜୟ ହାସଲ କରୁଥିବାର ସଙ୍କେତ ମିଳିଥିଲା। ଠିକ୍ ଏମିତି ପୂର୍ବାନୁମାନ ଏକଜିଟ୍‌ ପୋଲରେ ହୋଇଥିଲା। ତେଣୁ ଦିଲ୍ଲୀ ସ୍ଥିତ ୨୪ ଆକବର ରୋଡ୍‌ କଂଗ୍ରେସ ମୁଖ୍ୟାଳୟରେ କର୍ମୀମାନେ ବାଣ ଫୁଟାଇବା ସହ ଜିଲାପି- ଲଡୁ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ସକାଳ ୯ଟାରେ ଦଳ ଆଗରେ ରହୁଥିବା ଦେଖି ପାର୍ଟି ମୁଖ୍ୟାଳୟରେ ଢୋଲ ବାଜା ବଜାଇବା ଆରମ୍ଭ ହୋଇ ଯାଇଥିଲା। ତେବେ ପୂର୍ବାହ୍ନ ୧୦ଟା ପରେ ଟ୍ରେଣ୍ଡରେ ବିଜେପି ପ୍ରତ୍ୟାବର୍ତ୍ତନ କରୁଥିବା ଦେଖିବାକୁ ମିଳିବା ମାତ୍ରେ ଉତ୍ସବର ମାହୋଲ ବଦଳି ଯାଇଥିଲା। ଢୋଲ, ବାଜା, ମିଠା ସବୁ ଗାଏବ  ହୋଇ ଯାଇଥିଲା।

Also read: ରାଜନୀତିର ମୈଦାନରେ ଭିନେଶଙ୍କ ବାଜିମାତ୍, ଜୁଲାନା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଦେଲେ ମାତ୍, ବୃଜଭୂଷଣ କହିଲେ...

କଂଗ୍ରେର ନେତା ମୁଖ୍ୟାଳୟରେ ବାଇଟ୍ ଦେଉଥିଲେ ଯେ, ଅପରାହ୍ଣ ୧ଟାରେ ଚିତ୍ରରେ ପରିବର୍ତ୍ତନ ଆସିବ ଏବଂ ଦଳ ବିଜୟୀ ହେବ। କିନ୍ତୁ ଏମିତି  ହୋଇ ନ ଥିଲା। କଂଗ୍ରେସ କ୍ୟାଣ୍ଟିନରେ ସର୍ବଦା ଗହଳି ଚହଳି ଲାଗି ରହୁଥିଲା। ଜଣେ କ୍ୟାଣ୍ଟିନ କର୍ମଚାରୀ ଦୁଃଖ ପ୍ରକାଶ କରି କହିଛନ୍ତି, ସେ ପୋକୁଡ଼ି ଓ ପୁରି ପରି ଖାଦ୍ୟ ପ୍ରସ୍ତୁତ କରିଥିଲେ। ମା୍ତ୍ର  ହରିୟାଣା ନିର୍ବାଚନରେ ଫଳାଫଳ ଓଲଟ ପାଲଟ ହେବା ପରେ କେହି ଖାଇବାକୁ ଆସିଲେ ନାହିଁ। କେବଳ କିଛି ମିଡିଆ କର୍ମୀ ଓ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା।

କିଛି କର୍ମକର୍ତ୍ତା ପରାଜୟ ପାଇଁ ଇଭିଏମକୁ ଦାୟୀ କରିଥିବା ବେଳେ କିଛି ନେତା ଟିକେଟ ବଣ୍ଟାକୁ ଦାୟୀ କରିଥିଲେ।  ଆଉ ଜଣେ ପାର୍ଟି କାର୍ଯ୍ୟକର୍ତ୍ତା କହିଛନ୍ତି, ଆମକୁ ଫଳାଫଳ ଦେଖି ବିଶ୍ଵାସ ହେଉନି। ତୃଣମୂଳସ୍ତରରେ ସରକାର ବିରୋଧୀ ହାଓ୍ଵା ବହୁତ ଅଧିକ ଥିଲା। ଏହା ବହୁତ ଆଶ୍ଚର୍ଯ୍ୟଜନକ ପରିମାଣ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.