ଟ୍ରମ୍ପଙ୍କ ଟାରିଫ ପରେ ଜଗତୀକରଣର ଯୁଗ ଶେଷ: ସୋମବାର ଘୋଷଣା କରିବେ ୟୁକେ ପିଏମ୍

Published By : Prameya-News7 Bureau | April 06, 2025 IST

INDIATODAY

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ବୃଦ୍ଧି ଏବଂ ଆମେରିକା ଫାଷ୍ଟ ଭଳି ଆତ୍ମସୁରକ୍ଷା ନୀତି ଆପଣାଇବା ପରେ ସାରା ବିଶ୍ୱରେ ମାନ୍ଦାବସ୍ଥା ଆସନ୍ନ। ଯାହାକୁ ନେଇ ସୋମବାର ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍‌ମର ସୋମବାର ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି। ଯେଉଁଥିରେ ସେ ବିଶ୍ୱରେ ଜଗତୀକରଣର ଯୁଗ ଶେଷ ହୋଇଗଲା ବୋଲି ଘୋଷଣା କରିବେ। ଏନେଇ ଦ ଟାଇମ୍ସରେ ଖବର ପ୍ରକାଶ ପାଇଛି। 

ଟାଇମ୍ସ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ଅଭାବନୀୟ ୧୦ ପ୍ରତିଶତ "ମୌଳିକ" ଶୁଳ୍କ ବିଶ୍ୱ ବଜାରକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ତେଣୁ ୧୯୯୧ରେ ସୋଭିଏତ୍ ୟୁନିଅନର ପତନ ସହିତ ଆରମ୍ଭ ହୋଇଥିବା ଜଗତୀକରଣର ଲକ୍ଷ ଲକ୍ଷ ଭୋଟରଙ୍କୁ ଏହା ନିରାଶ କରିଛି। ଆମେରିକା ରାଷ୍ଟ୍ରପତି ଅର୍ଥନୈତିକ ଜାତୀୟତାବାଦ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଆସନ୍ତାକାଲିର ଭାଷଣରେ ଷ୍ଟାର୍‌ମର ଘୋଷଣା କରିବେ ବୋଲି ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି।  

ଆସନ୍ତାକାଲିର ଭାଷଣରେ ଷ୍ଟାରମର ପ୍ରଶାସନ ଟ୍ରମ୍ପଙ୍କ ଚରମ ପଦକ୍ଷେପ ସହିତ ସହମତ ହୋଇ ନପାରନ୍ତି। ତେବେ ଏକ ନୂଆ ଯୁଗ ଆରମ୍ଭ ହୋଇଛି, ଯେଉଁଥିରେ ଅନେକ ଲୋକ ଆମେରିକା ରାଷ୍ଟ୍ରପତିଙ୍କ ଆଭିମୁଖ୍ୟକୁ ସମର୍ଥନ କରୁଛନ୍ତି ବୋଲି ଷ୍ଟାରମର ସ୍ୱୀକାର କରିପାରନ୍ତି। ବ୍ରିଟେନ୍ ସରକାରର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରରୁ ରିପୋର୍ଟ କରିଛି ଟାଇମ୍ସ। 

ପଢନ୍ତୁ- ଆମେରିକାର ପାଲଟା ଶୁଳ୍କର ଜବାବ ରଣନୀତି ପାଇଁ ସଜାଗ ଭାରତ ଓ ୟୁରୋପୀୟ ୟୁନିୟନ: ଆରମ୍ଭ ହୋଇପାରେ ଏଫ୍‌ଟିଏ ବୈଠକ

ଜଗତୀରଣ ଅନେକ କର୍ମଜୀବୀ ଲୋକଙ୍କ ପାଇଁ କାମ କରୁ ନାହିଁ। ତେବେ ବାଣିଜ୍ୟ ଯୁଦ୍ଧ ଏହାର ଏକମାତ୍ର ଉତ୍ତର ବୋଲି ଆମେ ବିଶ୍ୱାସ କରୁ ନାହୁଁ। ତେଣୁ ଏ ଦିଗରେ ଯେ ଏକ ଭିନ୍ନ ରାସ୍ତା ଅଛି ତାହା ଦେଖାଇବାର ଏହା ଏକ ସୁଯୋଗ ବୋଲି ଷ୍ଟାରମର କହିଛନ୍ତି। ଟାଇମ୍ସ ରିପୋର୍ଟ ଅନୁସାରେ, ଟ୍ରମ୍ପ ବାଣିଜ୍ୟ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ପଦକ୍ଷେପ ନେଉଥିବା ବେଳେ ବର୍ତ୍ତମାନ ବିଶ୍ୱରେ ପ୍ରତିଯୋଗିତା ବୃଦ୍ଧି ପାଇଛି। ଷ୍ଟାର୍‌ମରଙ୍କ ବିଶ୍ୱାସ ଯେ ଏଥିପାଇଁ ଦେଶଗୁଡ଼ିକ ନିଜ ଉପରେ ଅଧିକ ଗୁରୁତ୍ୱ ଦେବେ। ରପ୍ତାନୀ ଶୃଙ୍ଖଳ ମାଧ୍ୟମରେ ଉତ୍ପାଦକତା ବଢାଇବା ସହିତ ଉତ୍ପାଦନ ବୃଦ୍ଧି କରିବାକୁ ଦୃଷ୍ଟି ଦେବେ। 

ଷ୍ଟାରମରଙ୍କ ଦୃଷ୍ଟିକୋଣ ସହିତ ସହିତ ସମଭାବ ରଖି HSBC ମୁଖ୍ୟ ସାର୍ ମାର୍କ ଟକର ମଧ୍ୟ ସମାନ କଥା କହିଛନ୍ତି। ଜଗତୀକରଣ ହୁଏତ ଏହାର ବ୍ୟକ୍ତିଗତ ଯାତ୍ରା ଆରମ୍ଭ କରି ସାରିଛି। ଗତ ମାସରେ ହଂକଂରେ ଏକ ବିଶ୍ୱସ୍ତରୀୟ ନିବେଶ ସମ୍ମିଳନୀରେ ଯୋଗ ଦେଇ ସାର ଟକର କହିଥିଲେ ଯେ ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ବାଣିଜ୍ୟ ନୀତି ମଧ୍ୟରେ, ବିଶ୍ୱ ଛୋଟ ଛୋଟ ଆଞ୍ଚଳିକ ବ୍ଲକ କିମ୍ବା କ୍ଲଷ୍ଟରରେ ବିଭକ୍ତ ହେବାର ସମ୍ଭାବନା ରହିଛି। ଫଳରେ ଏଗୁଡ଼ିକ ମଧ୍ୟରେ ଦୃଢ଼ ବାଣିଜ୍ୟ ସମ୍ପର୍କ ସୃଷ୍ଟି ହେବ ବୋଲି ଷ୍ଟକର ଭବିଷ୍ୟବାଣୀ କରିଥିବା ଫାଇନାନ୍ସିଆଲ ଟାଇମ୍ସରେ ଖବର ପ୍ରକାଶ ପାଇଥିଲା। 

ଏପ୍ରିଲ ୨ ତାରିଖରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଆମେରିକା ଆମଦାନୀ ଉପରେ ଅଧିକ ଟିକସ ଏବଂ ୧୦ ପ୍ରତିଶତ ମୂଳ ଶୁଳ୍କ ଲାଗୁ କରୁଥିବା ଦେଶଗୁଡ଼ିକ ଉପରେ "ପାଲଟା" ଶୁଳ୍କ ଲଗାଇ ଥିଲେ।

ପଡନ୍ତୁ- ଟ୍ରମ୍ପ ଟାରିଫ୍ ନେଇ ବିଶ୍ୱ ଅର୍ଥନୀତି ହୁଲ୍‌ସ୍ତୁଲ୍, ଚଳିତବର୍ଷ ଘାରିବ ମାନ୍ଦାବସ୍ଥା

ଏନେଇ ଟ୍ରମ୍ପ କହିଥିଲେ "ବିଶ୍ୱର ସମସ୍ତ ବିଦେଶୀ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜା, ରାଣୀ, ରାଷ୍ଟ୍ରଦୂତ ଏବଂ ଅନ୍ୟ ସମସ୍ତେ ଯେଉଁମାନେ ଆମ ଶୁଳ୍କରୁ ଛାଡ଼ ଚାହୁଁଛନ୍ତି ତାଙ୍କୁ ମୁଁ କହିବାକୁ ଚାହେଁ ଯେ ସେମାନେ ପ୍ରଥମେ ନିଜ ଶୁଳ୍କ ଶେଷ କରି ପ୍ରତିବନ୍ଧ ହଟାନ୍ତୁ।"

 ତେବେ ସବୁଠାରୁ ବଡ଼ କଥା ହେଲା ଟ୍ରମ୍ପଙ୍କର ଏହି ପାଲଟା ଶୁଳ୍କର ଜବାବ କାନାଡ଼ା, ଚୀନ ଓ ଇରୋପିୟ ୟୁନିୟନ ଶୁଳ୍କରେ ଦେଇଥିବା ବେଳେ ବ୍ରିଟେନ କିନ୍ତୁ କେବଳ ଆମେରିକାର ମୌଳିକ ୧୦ ପ୍ରତିଶତ ଶୁଳ୍କର ସାମ୍ନା କରିଛି। ତେଣୁ ବ୍ରିଟେନ୍ ଆମେରିକା ଉପରେ କାର୍ଯ୍ୟାନୁଷ୍ଟାନ ନନେଇ ନିରବ ରହିଛି। 

ପଢନ୍ତୁ- ଚୀନର ପାଲଟା କାର୍ଯ୍ୟାନୁଷ୍ଠାନ ପରେ ଟ୍ରମ୍ପଙ୍କ ଆଟାକ୍: କହିଲେ, ଭୟରେ ଭୁଲ୍ ଚାଲ୍ ଚଳାଇଲା ବେଜିଂ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.