ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଝିଅ ଦେଖି ଦେବାରୁ ପଥରରେ ଛେଚି ମାରିଲା ଅଭିଯୁକ୍ତ !

Published By : Prameya-News7 Bureau | June 20, 2024 IST

ଭଦ୍ରକ: ନାବାଳକର ନିର୍ମମ କାଣ୍ଡ।  ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଏବଂ  ଝିଅ ଦେଖି ଦେବାରୁ ଝିଅକୁ ଗୋଡ଼ାଇ ଗୋଡ଼ାଇ ପଥରରେ ଛେଚି ହତ୍ୟା କରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଛକ ନିକଟରେ ଘଟିଛି। ସନ୍ଦେହ କରାଯାଉଥିବା ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଚାଲିଛି ।

ସୂଚନା ଅନୁଯାୟୀ ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା, ସ୍ୱାମୀ ରାଜୁ ମୁଣ୍ଡା ଓ ୬ ବର୍ଷୀୟ ଝିଅ ରାଇମଣି ନିକଟରେ ରହି ଦିନ ମଜୁରିଆ କାମ କରୁଥିଲେ । ଆଜି ସକାଳେ ମା ଓ ଝିଅ ମେଡିକାଲ ଯାଇଥିଲେ । ପରେ ସ୍ଥାନୀୟ ଲୋକେ ମା ସୁକାନ୍ତି ମୁଣ୍ଡାର  ମୃତଦେହ ଦେଖିଥିଲେ । ସେହି ସ୍ଥାନରୁ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ କିଛି ସମୟ ପରେ ମୃତ ମହିଳାଙ୍କ ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂର ରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା । 

ସ୍ଥାନୀୟ ଲୋକେ ନାବାଳକକୁ ଗୋଡେଇ ଗୋଡ଼େଇ ଧରି ପୋଲିସ  ଜିମାରେ ଦେଇଥିଲେ । ମୃତକଙ୍କ ସ୍ୱାମୀ  ଅଭିଯୋଗ କରିଛନ୍ତି ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଝିଅ ଦେଖି ଦେବାରୁ ଝିଅକୁ ପଥରରେ ଚେଛି ହତ୍ୟା କରିଛି।  ଘଟଣାରେ  ଭଦ୍ରକ ଏସଡିପିଓ କହିଛନ୍ତି, ଦୁଇଟି ମୃତ ଦେହ ଉଦ୍ଧାର କରିଛୁ । ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଛି। ପାରିପାର୍ଶ୍ବିକ ସ୍ଥିତି ଉପରେ ତଦନ୍ତ ହେଉଛି । ସନ୍ଦେହ କରାଯାଉଥିବା ଅଭିଯୁକ୍ତ କୁ ଅଟକ ରଖି ପଚରାଉଚରା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.