ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ ବା ସୁଡଙ୍ଗ ନାହିଁ, ଫାଟ ଥିବା ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ

Published By : Prameya-News7 Bureau | November 01, 2024 IST

ଭୁବନେଶ୍ବର ୧।୧୧: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ । ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ନୂଆବର୍ଷରୁ ରତ୍ନ ଭଣ୍ଡାରର ଗଣତି ମଣତି ହେବ । ଜିପିଆର୍‌ ସର୍ଭେର ଚୂଡାନ୍ତ ରିପୋର୍ଟ ଖୁବ୍‌ଶୀଘ୍ର ଆସିବ । ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ କୋଠରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ଜଣାପଡିଛି । ଚୂଡାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ । 

କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀମନ୍ଦିର ଭିଡ ରହିଛି । କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାର ମରାମତି ହେବ । ରତ୍ନ ଭଣ୍ଡାରରେ ଫାଟ ରହିଥିବା ମନ୍ତ୍ରୀ ସ୍ପଷ୍ଟ  କରିଛନ୍ତି । କାର୍ତ୍ତିକ ମାସ ପରେ ଏଏସ୍‌ଆଇ ଏକ ମାସ ଧରି ମରାମତି କାମ କରିବ । ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ । ପୁରୁଣା ତାଲିକା ସହ ମ୍ୟାଚ୍ କରାଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । 


You Can Read:

ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଜଣେ ଗୁରୁତର ଚିକିତ୍ସାଧୀନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.