ଧନତେରସ ରେ ସୁନା-ରୂପା, ବାସନକୁସନ କିଣିବାକୁ ଏଠାରେ ଦିଆଗଲା ୩ ଶୁଭ ମୂହୁର୍ତ୍ତ, ପ୍ରସନ୍ନ ହେବେ ମା ଲକ୍ଷ୍ମୀ

Published By : Prameya-News7 Bureau | October 27, 2024 IST

ନୂଆଦିଲ୍ଲୀ ୨୭।୧୦: ଧନତେରସ ଯାହାକୁ ଧନତ୍ରୟୋଦଶୀ ବି କୁହାଯାଏ, ଦୀପାବଳି ପୂର୍ବରୁ ପାଳନ ହେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ହିନ୍ଦୁ ଧର୍ମରେ ଏହାକୁ ଧନର ଦେବତା କୁବେର, ଆୟୁର୍ବେଦର ଦେବତା ଧନ୍ୱନ୍ତରୀ ଓ ମହାଲକ୍ଷ୍ମୀଙ୍କୁ ସମର୍ପିତ ଦିନଟିଏ। ଏହି ଦିନ ଲୋକେ ସୁନା,ରୂପା, ବାସନକୁସନ ଓ ଛାଞ୍ଚୁଣୀ ଆଦି କିଣିଥାନ୍ତି, କାରଣ ଏହି ଦିନରେ ଏପରି କିଣାକିଣି ଶୁଭ ମନେ କରାଯାଏ। ଚଳିତବର୍ଷ ଧନତେରସ ଉତ୍ସବ ୨୯ ନଭେମ୍ବର ମଙ୍ଗଳବାର ପାଳନ କରାଯିବ। ଯାହା ପାଞ୍ଚଦିନିଆ ଦୀପାବଳି ପର୍ବର ପ୍ରାରମ୍ଭ ଦିନ। 

ଧନତେରସ ଦିନ ପୂଜା ନିମନ୍ତେ ଶୁଭ ମୂହୁର୍ତ୍ତ ସଂଧ୍ୟା ୭ଟାରୁ ରାତି ୮ଟା ବାଜି ୪୯ ମିନିଟ୍ ପର୍ଯ୍ୟନ୍ତ ରହିବ। ଏହା ମୋଟ ୧ଘଣ୍ଟା ୫୦ ମିନିଟର ସମୟ ଏଥିରେ ଲୋକେ କୁବେର ଓ ମହାଲକ୍ଷ୍ମୀଙ୍କ ଆରାଧନା କରିପାରିବେ। ୟମ ଦୀପମ ମଧ୍ୟ ଏହି ଦିନ ପାଳନ କରାଯିବ। ଏହି ଦିନ ପ୍ରଦୋଷ କାଳ ସଂଧ୍ୟା ୬ଟା ୧୨ ମିନିଟରୁ ରାତି ୮ଟା ୫୩ ମିନିଟ ପର୍ଯ୍ୟନ୍ତ ରହିବ। ତ୍ରୟୋଦଶୀ ତିଥିର ଆରମ୍ଭ ୨୯ ଅକ୍ଟୋବର ସକାଳ ୧ଟା ବାଜି ୧ ମିନିଟ୍‌ରୁ ଆରମ୍ଭ ହେବ, ଏହି ତିଥିର ସମାପନ ୩୦ ଅକ୍ଟୋବର ସକାଳ ୩ଟା ୪୫ମିନିଟରେ ହେବ। 

ଧନତେରସର ଦିନଟି ମା ଲକ୍ଷ୍ମୀଙ୍କ ଆଗମନର ପ୍ରତୀକ। ଯାହା ଘରର ସୁଖ ସମୃଦ୍ଧି ଓ ଧନ ବୃଦ୍ଧିରେ ସହାୟକ ହୁଏ ବୋଲି ମାନ୍ୟତା ରହିଛି । ଏହା ସହିତ କୁବେରଙ୍କ ପୂଜା ମଧ୍ୟ ବେଶ ମହତ୍ୱ ରଖେ। ଏହି ପର୍ବ ଦୀପାବଳୀ ପ୍ରାରମ୍ଭର ସଂକେତ ଦିଏ। ଲୋକେ ପୂଜା ପାଇଁ ଘର ଦ୍ୱାର ସଫା ସୁତୁରା କରି ଘରକୁ ସକରାତ୍ମକ ଶକ୍ତିରେ ଭରି ଦିଅନ୍ତି। ଧନତେରସ ପର୍ବ ନା କେବଳ ସମୃଦ୍ଧି ପୂଜାର ଦିନ ବରଂ ମନ ଓ ଆତ୍ମାକୁ ଶୁଦ୍ଧ କରିବାର ଅବସର ମଧ୍ୟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.