ଝିଅ ମାନେ ବାପା-ମା’ଙ୍କର ଗେହ୍ଲା ହୋଇଥାନ୍ତି । ଯେତେବେଳେ ଗୋଟେ ଝିଅ ବାହା ହୋଇ ଶାଶୁଘର ଯାଏ ବାପା-ମା’ ଝିଅକୁ ଆଶୀର୍ବାଦ ଦେବା ସହ ଅନେକ ଉପହାର ଦେହଇ ବିଦା କରିଥାନ୍ତି । ଝିଅ ପସନ୍ଦର ସବୁ ଜିନିଷ ଉପହାର ସ୍ବରୁପ ଦେବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । ଅନେକ ସମୟରେ ଅଜାଣତରେ ମଧ୍ୟ ଏଭଳି ଜିନିଷ ଦେଇଦେଇଥାନ୍ତି ଯାହା ଶୁଭ ବୋଲି ଧରାଯାଇନଥାଏ ।
ଗ୍ୟାସ୍ ଷ୍ଟୋଭ୍
ବିବାହିତା ଝିଅକୁ ଉପହାରରେ ରୋଷେଇ ଉପକରଣ ଦେବା ସାଧାରଣ କଥା । ଯଦି ଆପଣ ମଧ୍ୟ ଆପଣଙ୍କ ଝିଅକୁ ଏମିତି କିଛି ଜିନିଷ ଦେବାକୁ ଚାହୁଁଛନ୍ତି ତେବେ ଗ୍ୟାସ୍ ଷ୍ଟୋଭ୍ କେବେହେଲେ ଦିଅନ୍ତୁ ନାହିଁ । ଏହା ପଛରେ ମାନ୍ୟତା ରହିଛି ଯେ, ଯଦି ଆପଣ ଝିଅକୁ ଗ୍ୟାସ୍ ଷ୍ଟୋଭ୍ ଦେଉଛନ୍ତି ତେବେ ଆପଣ ଆପଣଙ୍କ ଝିଅ ଘରର ରୋଷେଇ ଅଲଗା କରିବାକୁ ଇସାର ଦେଉଛନ୍ତି । ଏହା ମଧ୍ୟ କୁହାଯାଏ ଯେ, ଗ୍ୟାସ୍ ଷ୍ଟୋଭ୍ ଦେବା ଦ୍ବାରା ଝିଅ ଶାଶୁଘରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।
ଆଚାର
ନିଜ ମା’ ହାତ ତିଆରି ଆଚାର କାହାକୁ ବା ପସନ୍ଦ ନଥାଏ । ଝିଅ ବିଦା ବେଳେ ମା’ ମାନେ ବି ଝିଅ ପସନ୍ଦର ଖାଦ୍ୟ ଦେବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଆଚାର ବି କେହି କେହି ଦେବାକୁ ପସନ୍ଦ କରିଥାନ୍ତି । କିନ୍ତୁ କୁହାଯାଏ ଯେ, ଆଚାର ଦେବା ଦ୍ବାରା ଝିଅର ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ । ଏଥିପାଇଁ ଝିଅକୁ ଆଚାର ଦେବା ଉଚିତ ନୁହେଁ । ଅନ୍ୟ ଏକ କାରଣ ହେଉଛି, ଝିଅ ଯିବା ସମୟରେ ଆଚାର ଦେବା ଦ୍ବାରା ସେଥିରୁ ତେଲ ବାହାରି ଅନ୍ୟ ଜିନିଷପତ୍ର ନଷ୍ଟ ହେବାର ଆଶଙ୍କା ରହିଥାଏ ।
କାଚ ସାମଗ୍ରୀ
କାଚ ସାମଗ୍ରୀ ଦେଖିବାକୁ ଖୁବ୍ ସୁନ୍ଦର । ଏଥିପାଇଁ ଉପହାରରେ କାଚ ବାସନ ଏବଂ ଘରସଜ୍ଜା ଉପକରଣ ଦିଆଯାଇଥାଏ । କିନ୍ତୁ ଆପଣ ଆପଙ୍କର ଝିଅକୁ ଏସବୁ ଜିନିଷ ଦିଅନ୍ତୁ ନାହିଁ । କୁହାଯାଏ, ଏଭଳି ଜିନିଷ ଦେବାଦ୍ବାର ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥାଏ । ଝିଅ ଶାଶୁଘର ଯିବା ବେଳେ ଅନେକ ଜିନିଷ ସାଥିରେ ନେଇ ଯାଇଥାଏ । ଏମିତିରେ କାଚ ଜିନିଷ ଭାଙ୍ଗିବାର ସମ୍ଭାବନା ରହିଥାଏ । ତେଣୁ ଏସବୁ ଜିନିଷ ଦେବା ଉଚିତ ନୁହେଁ ।
କଳା ରଙ୍ଗର କପଡ଼ା
ରଙ୍ଗର ପ୍ରଭାବ ଆମ ମୁଡ୍ ଉପରେ ପଡିଥାଏ । କିଛି ରଙ୍ଗକୁ ସକରାତ୍ମକ କୁହାଯିବା ବେଳେ ଆଉ କିଛି ରଙ୍ଗକୁ ନକରାତ୍ମକ କୁହାଯାଏ । ଏଥିରୁ ଗୋଟିଏ ରଙ୍ଗ କଳା ଯାହାକୁ ନକରାତ୍ମକ କୁହାଯାଏ । ଧାର୍ମିକ କାମରେ ଏହି ରଙ୍ଗର କପଡା ପିନ୍ଧିବା ଅଶୁଭ ମନାଯାଏ । ଏମିତିରେ ଆପଣ ଆପଣଙ୍କ ଝିଅଙ୍କୁ କଳା ପୋଷାକ ଉପହାରରେ ଦେବା ଉଚିତ ନୁହେଁ ।