ନୂଆଦିଲ୍ଲୀ: ଦୁବାଇରେ ମାର୍ଚ୍ଚ ୯ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ଖେଳାଯିବ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚ୍ରେ ଭାରତର ବିଜୟରେ ମହମ୍ମଦ ଶାମିଙ୍କ ବଡ଼ ଭୂମିକା ଥିଲା । ଏହି ମ୍ୟାଚ୍ରେ ଶାମି ୧୦ ଓଭରରେ ୪୮ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ । କିନ୍ତୁ ଶାମିଙ୍କ ଖେଳକୁ ପ୍ରଶଂସା କରିବା ପରିବର୍ତ୍ତେ, ତାଙ୍କର ଏକ ଫଟୋକୁ ନେଇ ମୌଳବାଦୀମାନେ ବିବାଦ ଆରମ୍ଭ କରିଛନ୍ତି । ମ୍ୟାଚ୍ରେ ଶାମି ଏନର୍ଜି ଡ୍ରିଙ୍କ୍ ପିଇବାର ଦେଖିବାକୁ ମିଳିଥିଲା । ରମଜାନ ସମୟରେ ଶାମି ଏନର୍ଜି ଡ୍ରିଙ୍କ ପିଉଥିବାର ଫଟୋ ସାମ୍ନାକୁ ଆସିବା ପରେ ଏବେ ଅନେକ ମୌଳବାଦୀ ତାଙ୍କୁ ବିବାଦ ଘେରକୁ ଟାଣୁଛନ୍ତି । ଅଲ୍ ଇଣ୍ଡିଆ ମୁସଲିମ୍ ଜମାତର ଅଧ୍ୟକ୍ଷ ମୌଲାନା ଶାହାବୁଦ୍ଦିନ୍ ରଜଭି ବରେଲଭି ଶାମିଙ୍କ ରୋଜା ଭାଙ୍ଗିବାକୁ ଏକ ବଡ଼ ପାପ ବୋଲି କହିଛନ୍ତି ।
ଅନ୍ୟପଟେ ସୋସିଆଲ୍ ମିଡିଆରେ ଅନେକ ମିଛ ଖବର ମଧ୍ୟ ସେୟାର କରାଯାଉଛି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପନର ହାସିମ ଆମଲା ରୋଜା ରଖି ଇଂଲଣ୍ଡ ବିପକ୍ଷରେ ୩୧୧ ରନ୍ କରିଥିବା ଦାବି କରି ଶାମିଙ୍କୁ କିଛି ଜଣ ସମାଲୋଚନା କରୁଛନ୍ତି । ତେବେ ଏଥିରେ କୌଣସି ସତ୍ୟତା ନଥିବା ଜଣାପଡ଼ିଛି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ହାସିମ ଆମଲା ନିଜେ ଘୋଷଣା କରିଥିଲେ ୩୧୧ ରନ୍ କରିବା ଦିନ ସେ ରୋଜା ରଖିନଥିଲେ ।
୨୦୧୨ ଜୁଲାଇ ୧୯ରେ ଓଭାଲରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା । ସେହି ବର୍ଷ ଜୁଲାଇ ୧୯ରୁ ରମଜାନ ମାସ ଆରମ୍ଭ ହୋଇଥିଲା । ମ୍ୟାଚ୍ର ଦ୍ୱିତୀୟ ଦିନରେ ସେ ୩୧୧ ରନ୍ କରିଥିଲେ ।
ଶାମିଙ୍କୁ ନେଇ କଣ କହିଛନ୍ତି ମୌଲାନା
ମହମ୍ମଦ ଶାମିଙ୍କ ରୋଜା ଭାଙ୍ଗିବା ଉପରେ, ଅଲ୍ ଇଣ୍ଡିଆ ମୁସଲିମ୍ ଜମାତର ଅଧ୍ୟକ୍ଷ ମୌଲାନା ଶାହାବୁଦ୍ଦିନ୍ ରଜଭି ବାରେଲଭି କହିଛନ୍ତି, ‘...ରୋଜା ହେଉଛି ବାଧ୍ୟତାମୂଳକ କର୍ତ୍ତବ୍ୟ ମଧ୍ୟରୁ ଗୋଟିଏ । ଯଦି ଜଣେ ସୁସ୍ଥ ପୁରୁଷ କିମ୍ବା ମହିଳା ରୋଜା ପାଳନ କରନ୍ତି ନାହିଁ, ତେବେ ସେ ଜଣେ ବଡ଼ ଅପରାଧୀ । ରୋଜା ନରଖି ସେ ପାପ କରିଛନ୍ତି । ସରିୟତ ଦୃଷ୍ଟିରେ ଜଣେ ଅପରାଧୀ । ଖୁଦାଙ୍କ ନିକଟରେ ତାଙ୍କୁ ଜବାବ ଦେବାକୁ ପଡିବ ।‘
ଅନ୍ୟପଟେ ଏହି ମାମଲାରେ ବିଜେପି ନେତା ଶହଜାଦ ଅଲି ଇଦ୍ରିସି ଶାମିଙ୍କ ସମର୍ଥନରେ ବାହାରିଛନ୍ତି । ସେ ମୌଲାନା ସାହାବୁଦ୍ଦିନ ପ୍ରଶ୍ନ କରିଛନ୍ତି ଯେ ସେ ଇସଲାମର ପୋଲିସ କି ? ଇସଲାମରେ କୌଣସି ପୋଲିସ ନାହାନ୍ତି । ନଚେତ୍, ଏପରି କୌଣସି ମୁସଲମାନ ନାହିଁ ଯିଏ ରୋଜା ଭାଙ୍ଗୁ ନଥିବ । ଯେଉଁମାନେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଉଛନ୍ତି ସେମାନେ ନିଜ ବ୍ୟବସାୟକୁ ଦୋକାନ ଚଲାଉଛନ୍ତି ।
ସେହିପରି ଅଲ୍ ଇଣ୍ଡିଆ ଶିଆ ପର୍ସନାଲ ଲ’ (AISPLB)ର ସାଧାରଣ ସମ୍ପାଦକ ମୌଲାନା ୟାସୁଦ୍ ଆବାସ ଶାମିଙ୍କ ଉପରେ ଦିଆଯାଉଥିବା ବୟାନକୁ ଶସ୍ତା ଲୋକପ୍ରିୟତା ପାଇଁ କରାଯାଉଛି ବୋଲି କହିଛନ୍ତି । ସେ କହିଛନ୍ତି, "ଇସଲାମରେ କୌଣସି ବାଧ୍ୟବାଧକତା ନାହିଁ । ଏଠି ଯେଉଁ ରୋଜା କଥା ଉଠୁଛି, ସେ ଜଣେ ବୟସ୍କ । ସେ ନିଜେ ଜାଣନ୍ତି କେବେ ରୋଜା ରଖିବା ଉଚିତ ଏବଂ କେବେ ନୁହେଁ । ଅନେକ ଲୋକ ରୋଜା ରଖନ୍ତି ନାହିଁ । କିନ୍ତୁ ଶାମିଙ୍କୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଭୁଲ।"
3024
— D-Intent Data (@dintentdata) March 5, 2025
ANALYSIS: Misleading
FACT: Claims are circulating asserting that South African cricketer Hashim Amla was fasting during his record-breaking 311* runs knock against England at The Oval in July 2012.However, these assertions are incorrect.(1/3) pic.twitter.com/xCXhZrPy5X