ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା ଏହି ଫୋନ୍‌, ତଥାପି ୨କୋଟିରେ ହେଲା ବିକ୍ରି

Published By : Prameya-News7 Bureau | December 02, 2024 IST

ନୂଆଦିଲ୍ଲୀ ୦୨।୧୨: ଇତିହାସରେ କିଛି ଏପରି ଜିନିଷ ରହିଛି ଯାହା ଯନ୍ତ୍ରଣାଦାୟକ ସ୍ମୃତି ଛାଡିଥାଏ । କିନ୍ତୁ ତଥାପି ମଧ୍ୟ ସେଗୁଡିକ ବହୁ ମୂଲ୍ୟରେ ହୋଇଥାଏ ବିକ୍ରି ।  ଏପରି ଏକ ଜିନିଷ ରହିଥିଲା ଏକ ଫୋନ୍ । ଏହି ଫୋନ୍ ସାଧାରଣ ନଥିଲା, ଏହା ପଛରେ ଲୁଚି ରହିଥିଲା ଯନ୍ତ୍ରଣାଦାୟକ ସ୍ମୃତି । 

ବାସ୍ତବରେ ଏହା ଥିଲା ହିଟଲରଙ୍କ ଫୋନ୍ । ଯାହା କେବଳ ଐତିହାସିକ ଜିନିଷ ନୁହେଁ, ଲକ୍ଷ ଲକ୍ଷ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ ମଧ୍ୟ ଏହା ଦାୟୀ । ତଥାପି ଏହି ଫୋନ ନିଲାମରେ ୨ କୋଟି ୩ ଲକ୍ଷ ୨୭ ହଜାର ୭୧୨ ଟଙ୍କାରେ ହୋଇଛି ବିକ୍ରି । 

ଏହି ଫୋନ୍‌ ନାଜି ଜର୍ମାନୀର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ସହ ଜଡିତ ପ୍ରତ୍ୟେକ ଘଟଣାର ଥିଲା ସ୍ମୁତି ।  ଏହି ଫୋନ୍କୁ ହିଟଲର ତାଙ୍କ ଅଫିସରେ ବ୍ୟବହାର କରିଥିଲେ ଏବଂ ଯୁଦ୍ଧ ସମୟରେ ସେ ତାଙ୍କ ପ୍ରମୁଖ ଅଧିକାରୀଙ୍କ ସହ ଯୋଗାଯୋଗ କରୁଥିଲେ । ଏହି ଫୋନ୍ ଦ୍ୱିତୀୟ ବିଶ୍ୱଯୁଦ୍ଧର ଯୁଗର ମୁକସାକ୍ଷୀ । 

ହିଟଲର କେବଳ ଏହି ଫୋନରୁ ଯୁଦ୍ଧ ରଣନୀତି ପ୍ରସ୍ତୁତ କରିଥିଲେ ତାନୁହେଁ,  ଏହା ଇହୁଦୀ, ପୋଲାଣ୍ଡ ନାଗରିକ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ବିରୋଧରେ ଜନଶୁଣାଣି କରୁଥିବା ସମୟର ସାକ୍ଷୀ । ନାଜି ଅଧିକାରୀଙ୍କ ସହ କେବଳ ଯୁଦ୍ଧ ଯୋଜନା ବିଷୟରେ ନୁହେଁ, ବରଂ ପ୍ରମୁଖ ଅପରାଧ ବିଷୟରେ ମଧ୍ୟ ଏହି ଫୋନର କରାଯାଇଥିଲା ବ୍ୟବହାର । ଏହି ଫୋନକୁ କୁହାଯାଏ ‘ମୃତ୍ୟୁର ଫୋନ୍’ । 

ହିଟଲରଙ୍କ ଫୋନ୍ କେବଳ ଯେ ଏକ ଐତିହାସିକ ତାନୁହେଁ, ଏହା ଅନେକ ଲୋକଙ୍କ ପାଇଁ ଇତିହାସର ଏକ ଭୟାନକ ଯୁଗର ସ୍ମାରକ ।  ଯଦିଓ ଏହି ଫୋନ୍ ଅନେକ ଘୃଣା ଏବଂ ହତ୍ୟା ପାଇଁ ଜଣାଶୁଣା, ତଥାପି ଏହାକୁ ନିଲାମରେ ୨କୋଟିରେ କରାଯାଇଥିଲା ବିକ୍ରି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.