ଶ୍ରୀକ୍ଷେତ୍ର ବିହାର ଚୋରି ଘଟଣାରେ ୩ ଗିରଫ, ସୁନା ଓ ରୁପା ଅଳଙ୍କାର ସହ ନଗଦ ଟଙ୍କା ଉଦ୍ଧାର

Published By : Prameya-News7 Bureau | August 30, 2024 IST

ବ୍ରହ୍ମପୁର ୩୦।୮: ବ୍ରହ୍ମପୁର ନିମଖଣ୍ଡି ଥାନା ଶ୍ରୀକ୍ଷେତ୍ର ବିହାରରେ ଚୋରି ଘଟଣାରେ ତିନି ଜଣଙ୍କୁ ଗିରଫ କରିଲା ପୋଲିସ । ସୁନା ଅଳଙ୍କାର ସହ ଦୁଇ ଲକ୍ଷ ଦୁଇ ହଜାର ଟଙ୍କା ଉଦ୍ଧାର କରିଛି ପୋଲିସ । ୧୬୮ ଗ୍ରାମ ସୁନା ଅଳଙ୍କାର, ୨୦୦ ଗ୍ରାମ ରୁପା ଅଳଙ୍କାର, ଗୋଟିଏ ବାଇକ୍ ଉଦ୍ଧାର କରିଥିବା ପୋଲିସ କହିଛି । 

ଗତ ୨୫ ତାରିଖ ରାତିରେ ଅଜିତ କୁମାର ପାଢ଼ୀଙ୍କ ଘରୁ ଦୁର୍ବୃତ୍ତ ମାନେ କବାଟ ଚାବି ଭାଙ୍ଗି ୧୦୦ ଗ୍ରାମ ସୁନା ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ କରି ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ତିନି ଜଣଙ୍କ ନାଁରେ ବିଭିନ୍ନ ଥାନାରେ ୧୦ଟି ଲେଖାଏଁ ମାମଲା ରହିଥିବା ପୋଲିସ କହିଛି । ଗିରଫ ତିନି ଜଣ ୫ଟି ଚୋରି ମାମଲାରେ ଜଡିତ ଥିବା ବେଳେ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବୁ ବୋଲି ଅତିରିକ୍ତ ଏସପି କହିଛନ୍ତି.

You Can Read:

ଛାତ୍ର, ଯୁବ ଓ ମହିଳା ଶାଖାଙ୍କୁ ଏକଜୁଟ୍ ହୋଇ କାମ କରିବାକୁ ଆହ୍ୱାନ ଦେଲେ ବିଜେଡି ସୁପ୍ରିମୋ

 

 

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.