ପାର୍ବଣରେ ଶୋକର ଛାୟା, ଦୁଇ ଦିନରେ ଜଣେ ନାବାଳକଙ୍କ ସମେତ ୩ ଜଣଙ୍କ ଜୀବନ ଗଲାଣି

Published By : Prameya-News7 Bureau | October 12, 2024 IST

ବୈପାରୀଗୁଡା ୧୨।୧୦: ପାର୍ବଣରେ ଶୋକର ଛାୟା । ଦୁଇ ଦିନ ମଧ୍ୟରେ ନାବାଳକ ସମତ ୩ ଜଣଙ୍କ ଜୀବନ ଗଲା l ଏହାକୁ ନେଇ ବୈପାରୀଗୁଡାରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି l 

ବୈପାରୀଗୁଡା ବ୍ଲକ ଚିପାକୁର ପଞ୍ଚାୟତର କାଉକୁଣ୍ଡ ଗାଁରେ ଶନିବାର ନଦୀ ପାର ହେବାବେଳେ ନଦୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ ଘଟିଛି l ମୃତକ କାଉକୁଣ୍ଡ ଗ୍ରାମର ପୁଲକ ଖରା l ସେହିପରି ଶୁକ୍ରବାର ବୈପାରୀଗୁଡା ପଞ୍ଚାୟତର ଧଉଡ଼ାଗୁଡା ଗାଁର ଡମୁଣି ଖରା କୁରୁଲୁନଦୀ ପାର ବେଳେ ଅସାବଧାନତା ଯୋଗୁଁ ଗୋଡ଼ ଖସି ନଦୀରେ ବୁଡ଼ିଯାଇଥିବା ବେଳେ ଦଶମନ୍ତପୁର ପଞ୍ଚାୟତର ପାଣ୍ଡିପୋଡ଼ା ଠାରେ ୮ ବର୍ଷର ଶିଶୁ ନିରଞ୍ଜନ ଗୌଡ଼ ଗାଧୋଇବା ପାଇଁ ଯାଇ ଗାଁ ପାଖରୀରେ ବୁଡ଼ି ମୃତ୍ୟୁ ଘଟିଛି l ପାର୍ବଣରେ ବୈପାରୀଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

You Can Read:

ଗାଁରେ ବ୍ୟାପିଲା ଝାଡ଼ାବାନ୍ତି, ଶହେରୁ ଉର୍ଦ୍ଧ୍ବ ଆକ୍ରାନ୍ତ ମେଡ଼ିକାଲରେ ଭର୍ତ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.