ପରିବହନ ବିଭାଗର ଚଢାଉ, ୩ଟି ଚିପ୍ସ ବୋଝେଇ ହାଇଓ୍ୱା ଜବତ

Published By : Prameya-News7 Bureau | July 25, 2024 IST

ଚଣ୍ଡିଖୋଲ ୨୫।୦୭ : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ପରିବହନ ବିଭାଗ ପକ୍ଷରୁ ଚଢାଉ । ଏହି ଚଢାଉରେ ତିନୋଟି ଚିପ୍ସ ବୋଝେଇ ହାଇଓ୍ୱା ଜବତ ହୋଇଛି ।ଶେଷରେ ପରିବହନ ବିଭାଗ ପକ୍ଷରୁ ଫାଇନ୍‌ ଧାର୍ଯ୍ୟ କରାଯାଇଛି ।

ଖବର ଅନୁଯାୟୀ,  ଜାତୀୟ ରାଜପଥରେ ବହୁ ସଂଖ୍ୟାରେ ଓଭରଲୋଡିଂ ଗାଡି ବେଆଇନ୍‌ ଭାବେ ଚାଲୁଛି । ଯାହାକୁ ନେଇ ଆକ୍ସନ ନେଇ ଆସିଛି ଚଣ୍ଡିଖୋଲ ପରିବହନ ବିଭାଗ । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ତିନୋଟି ଚିପ୍ସ ବୋଝେଇ ହାଇଓ୍ୱା ଜବତ କରାଯାଇଛି । ଆଉ ପରିବହନ ବିଭାଗ ପକ୍ଷରୁ ତିନୋଟି ହାଇଓ୍ୱାରୁ ଦୁଇ ଲକ୍ଷ୍ୟରୁ ଅଧିକ ଟଙ୍କାର ଫାଇନ୍‌ ଆଦାୟ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.