ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ୩ ମେଡିକାଲ କଲେଜ : ଯାଜପୁର, ତାଳଚେର ଏବଂ କଳାହାଣ୍ଡିରେ

Published By : Prameya-News7 Bureau | July 12, 2024 IST

କଟକ ୧୨।୭: ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ୩ଟି ମେଡିକାଲ କଲେଜ । ଯାଜପୁର, ତାଳଚେର ଏବଂ କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କଟକରେ ଆଜି ହୋଇଥିବା ଓଡିଶା ମେଡିକାଲ ଟିଚର୍ସ ଆସୋସିଏସନ ସାଧାରଣ ପରିଷଦ ବୈଠକରେ ଯୋଗଦେଇ ଏହା କହିଛନ୍ତି ମନ୍ତ୍ରୀ । 

ଏସସିବି ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ ସମସ୍ତଙ୍କୁ କିପରି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହ ସୁସ୍ଥ ଓଡିଶା, ରୋଗମୁକ୍ତ ଓଡିଶା ଗଠନ କରିବାକୁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆସୋସିଏସନର ଯେଉଁ ଦାବି ରହିଛି ତାହାକୁ ପୂରଣ କରିବା ପାଇଁ ସରକାର ବିଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି । ସେହିଭଳି ରାଜ୍ୟରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟ କରୁଥିବା ବେଳେ ଖୁବଶୀଘ୍ର ଆଉ ୩ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । 

You Can Read:

ଭଦ୍ରକରୁ ଉଦ୍ଧାର ହେଲା ବିରଳ ପ୍ରାଚୀନ ଜୈନ ତୀର୍ଥଙ୍କର ମୂର୍ତ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.