ସୀମାରେ ଗୁଳିବିନିମୟ : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

Published By : Prameya-News7 Bureau | January 03, 2025 IST

ନୂଆପଡ଼ା ୩।୧: ଓଡିଶା-ଛତିଶଗଡ ସୀମାରେ ବଡ ଧରଣର ମାଓ ଅପରେସନ । ନୂଆପଡା-ଗରିଆବନ୍ଧ ନିକଟରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ । ଗୁଳିମାଡ଼ରେ ୩ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଅପରେସନରେ ଓଡ଼ିଶା SOGର ୫ଟି ଟିମ୍‌, ଛତିଶଗଡ DRGର ୫ଟି ଟିମ୍‌, CRPFର ଦୁଇଟି ଟିମ୍‌ ସାମିଲ ଥିଲେ । ମାଓ ଅପରେସନର ନେତୃତ୍ବ ନେଉଥିଲେ ନୂଆପଡା ଏବଂ ଗରିଆବନ୍ଧ ଏସ୍‌ପି ।

ସୂଚନାଯୋଗ୍ୟ ଯେ, ସୀମାନ୍ତବର୍ତ୍ତୀ ଗରିଆବନ୍ଧ ଜିଲ୍ଲାର ଇନ୍ଦାଗାଓଁ ପୋଲିସ ଷ୍ଟେସନ ଅଞ୍ଚଳର କାନ୍ଦାସର ଏବଂ ନାଗେଶ ମଧ୍ୟରେ ଥିବା ସୋରନାମାଲ ଜଙ୍ଗଲରେ ଅପରେସନ ବେଳେ ସୁରକ୍ଷା ବାହିନୀ ଏବଂ ନକ୍ସଲ ମୁହାଁମୁହିଁ । ଏହି ମିଳିତ ଅପରେସନରେ ପଡୋଶୀ ଛତିଶଗଡର ଇ-୩୦ ଫୋର୍ସ, ୟଙ୍ଗ ପ୍ଲାଟୁନ୍, CRPF ଏବଂ ନୂଆପଡା ଜିଲ୍ଲାର SOG ଯବାନ ସାମିଲ ଥିଲେ । ଏନକାଉଣ୍ଟରରେ ତିନି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ବର୍ତ୍ତମାନ ମଧ୍ୟ ଗୁଳିବିନିମୟ ଜାରି ରହିଥିବା ବେଳେ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନକୁ ଆହୁରି କଡାକଡ଼ି କରାଯାଇଛି । ଏହି ଅଞ୍ଚଳରେ ଅଧିକ ନକ୍ସଲମାନେ ଲୁଚି ରହିବାର ସମ୍ଭାବନା ରହିଛି । ତେଣୁ ସତର୍କତାର ସହିତ ଏହି ଅପରେସନ ଜାରି ରଖିଛି ସୁରକ୍ଷା ବାହିନୀ । ଗତ କିଛି ମାସ ଧରି ଗରିଆବନ୍ଧ ଏବଂ ଏହାର ଆଖପାଖ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ଅଧିକ ରହିଥିବା ନଜରକୁ ଆସିଥିଲା । ଏହି ଅଞ୍ଚଳରେ ନକ୍ସଲମାନେ ବହୁ ସଂଖ୍ୟାରେ ଏକାଠି ହୋଇଥିବା ଗୁପ୍ତ ସୂଚନା ପାଇ ମିଳିତ ଭାବରେ ଅପରେସନ ଆରମ୍ଭ କରିଥିଲା ଛତିଶଗଡ଼ ଗରିଆବନ୍ଧ ଓ ଓଡିଶାର ନୂଆପଡା ସୁରକ୍ଷା ବାହିନୀ । ସୁରକ୍ଷାବଳ ଘଟଣାସ୍ଥଳରୁ ନକ୍ସଲ ମାନଙ୍କ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଥିବା ସୂଚନା । ଏନକାଉଣ୍ଟର ପରେ ସୁରକ୍ଷା ବାହିନୀ ସେମାନଙ୍କ କାର୍ଯ୍ୟକୁ ଆହୁରି ତୀବ୍ର କରିବା ସହ ନକ୍ସଲ ପ୍ରଭାବିତ ଅଞ୍ଚଳରେ କ୍ରମାଗତ ପାଟ୍ରୋଲିଂ ଏବଂ ସର୍ଚ୍ଚ ଅପରେସନ୍ କରାଯିବ ଯାହାଦ୍ୱାରା ନକ୍ସଲମାନଙ୍କ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । 

You Can Read:

ଅବକାରୀ ବିଭାଗ ପକ୍ଷରୁ ଚଢାଉ, ବିପୁଳ ପରିମାଣର ମଦ ଜବତ ସହ ପୋଚ ନଷ୍ଟ

 

  • Chhattisgarh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.