ବାରିପଦା ୩୧।୧୦ : ବାର୍ହା ଶୀକାର କଲା ବାଘୁଣୀ ଯମୁନା । ମହାରାଷ୍ଟ୍ରରୁ ଶିମିଳିପାଳ ଆସିଥିବା ଯମୁନା ବାଘୁଣୀ ଏବେ ଶୀକାର କରିଛି । ଏସ୍ଟିଆର୍ର ମୁଖ୍ଯ ବନ ସଂରକ୍ଷକ ଏହି ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ମହାରାଷ୍ଟ୍ରରୁ ଶିମିଳିପାଳ ଆସିଥିବା ବାଘୁଣୀ ଯମୁନା ଏବେ ଏନକ୍ଲୋଜରରେ ଛଡାଯାଇଛି। ତାର ଖାଇବା ଲାଗି ଭିତରେ ଛଡ଼ା ଯାଇଥିବା ଜନ୍ତୁଙ୍କ ମଧ୍ୟରୁ ବୁଧବାର ପ୍ରଥମ ଥର ଲାଗି ଏକ ବାରହା ଶିକାର କରିଛି ବୋଲି STR ପକ୍ଷରୁ ସୂଚନା ମିଳିଛି। ବାଘୁଣୀ ଯମୁନାକୁ କିଛିଦିନ ଲାଗି ୧ ହେକ୍ଟର ପରିମିତ ଅଞ୍ଚଳରେ ଏକ ତାରଜାଲି ଘେରା ଏନକ୍ଲୋଜରରେ ରଖାଯାଇଛି । ତାର ଗତିବିଧି ଓ ସ୍ଵାସ୍ଥ୍ୟ ଅବସ୍ଥାକୁ ନିରୀକ୍ଷଣରେ ରଖାଯାଇଛି। ସେତିକି ଦିନ ତାର ଶିକାର ଲାଗି ହରିଣ , ବାରହା ଓ ସମ୍ବର ମଧ୍ୟ ଏନକ୍ଲୋଜରରେ ଛାଡାଯାଇଛି। ଆଉ ଏବେ ସେ ନିଜେ ଶିକାର କରି ଖାଦ୍ୟ ଖାଇବ ବୋଲି କହିଛନ୍ତି ଏସଟିଆରର ମୁଖ୍ୟ ବନ ସଂରକ୍ଷକ।