ଟି-୨୦ ଏମର୍ଜିଂ ଟିମ୍ ଏସିଆ କପ୍ ୨୦୨୪ ପାଇଁ ଭାରତୀୟ ପୁରୁଷ ଦଳ ଘୋଷଣା: ତିଲକ ବର୍ମା କ୍ୟାପ୍ଟେନ୍

Published By : Prameya-News7 Bureau | October 12, 2024 IST

indiatoday

ନୂଆଦିଲ୍ଲୀ: ଟି-୨୦ ଏମର୍ଜିଂ ଟିମ୍ ଏସିଆ କପ୍ ୨୦୨୪ ପାଇଁ ଭାରତୀୟ ପୁରୁଷ ଦଳ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ତିଲକ ଭର୍ମା ଭାରତୀୟ ଦଳର ନେତୃତ୍ୱ ନେବେ। ଏହା ବ୍ୟତୀତ ଅଭିଷେକ ଶର୍ମା, ଆୟୁଷ ବଦୋନି, ନେହାଲ ୱାଧେରା ଏବଂ ରାହୁଲ ଚହରଙ୍କ ଭଳି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି।

ଅକ୍ଟୋବର ୧୮ ରୁ ୨୭ ତାରିଖ ପର୍ଯ୍ୟନ୍ତ ଓମାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏଥିପାଇଁ ପୁରୁଷ ଟି-୨୦ଏମର୍ଜିଂ ଟିମ୍ ଏସିଆ କପ୍ ପାଇଁ ଭାରତ ଏକ ୧୫ ଜଣିଆ ଦଳ ଘୋଷଣା କରିଛି। ଓମାନ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ସହିତ ଏଥିରେ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ସମେତ ଆଠଟି ଦଳ ଅଂଶଗ୍ରହଣ କରିଛନ୍ତି। |

ଏମର୍ଜିଂ ମ୍ୟାନ୍ସ ଟିମ୍ ଏସିଆ କପ୍ ୨୦୨୪ ଘୋଷଣା ହୋଇଥିବା ଭାରତୀୟ ଦଳ ହେଲେ- ତିଲକ ବର୍ମା (ଅଧିନାୟକ), ଅଭିଷେକ ଶର୍ମା, ଆୟୁଷ ବଦୋନି, ନିଶାନ୍ତ ସନ୍ଧୁ, ରାମଣଦୀପ ସିଂ, ଅନୁଜ ରାୱତ, ପ୍ରଭସୀମ୍ରନ ସିଂ, ନେହାଲ ୱାଧେରା, ଅନସୁଲ କାମ୍ବୋଜ, ହ୍ରିତିକ ଶୌକିନ, ଆକିବ ଖାନ, ବୈଭବ ଆରୋରା, ରସିଖ ସଲାମ, ସାଇ କିଶୋର ଏବଂ ରାହୁଲ ଚହର। 

ନିକଟରେ ପାକିସ୍ତାନ ଏମର୍ଜିଂ ମ୍ୟାନ୍ସ ଟିମ୍ ଏସିଆ କପ୍ ପାଇଁ ଦଳ ଘୋଷଣା କରିଥିଲା। ଏଥିରେ ମହମ୍ମଦ ହରିସଙ୍କୁ ପାକିସ୍ତାନୀ ଦଳର କ୍ୟାପ୍ଟେନ୍ ଘୋଷଣା କରାଯାଇଛି।

ଏମର୍ଜିଂ ମ୍ୟାନ୍ସ ଟିମ୍ ଏସିଆ କପ୍ରେ ଦଳଗୁଡ଼ିକୁ ୨ ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଆଫଗାନିସ୍ତାନ ବ୍ୟତୀତ ବାଂଲାଦେଶ ଏବଂ ଶ୍ରୀଲଙ୍କାକୁ ରଖାଯାଇଛି। ଭାରତ, ପାକିସ୍ଥାନ, ଓମାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଗ୍ରୁପ୍-ବି ଅଛନ୍ତି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ୧୯ ଅକ୍ଟୋବରରେ ଖେଳାଯିବ। ଅକ୍ଟୋବର ୨୧ରେ ଭାରତ ଓମାନ ସହ ଦ୍ୱିତୀୟ ମ୍ୟାଚ୍ ଖେଳିବ। ଏଥିସହିତ ଭାରତୀୟ ଦଳ ଏହାର ଶେଷ ଗ୍ରୁପ୍ ମ୍ୟାଚ୍‌ରେ ସଂଯୁକ୍ତ ଆରବ ଏମିରେଟ୍ସକୁ ଭେଟିବ। ଭାରତ ଏବଂ ୟୁଏଇ ମଧ୍ୟରେ ୨୩ ଅକ୍ଟୋବରରେ ମ୍ୟାଚ୍ ଖେଳାଯିବ।

୨୦୨୪ ଏମର୍ଜି ଏସିଆ କପ୍‌ ହେଉଛି ଷଷ୍ଠ ତମ ଟୁର୍ଣ୍ଣାମେଣ୍ଟ। ଯୁବ କ୍ରିକେଟରଙ୍କୁ ସୁଯୋଗ ଦେବା ଓ ଅନ୍ତର୍ଜାତୀୟ ସ୍ତରରେ ଆହ୍ୱାନକୁ ସାମ୍ନା କରି ଶିଖାଇବା ପାଇଁ ଏସିଆଲ କ୍ରିକେଟ କାଉନସିଲ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲିା। ୨୦୧୩ରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ପାକିସ୍ତାନକୁ ହରାଇ ଭାରତ ପ୍ରଥମ କପ୍ ଜିତିଥିଲା। ଏହାପରେ ୨୦୧୮ ଓ ୨୦୨୩ରେ ଭାରତ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି।  ତେବେ ପାକିସ୍ତାନ ଓ ଶ୍ରୀଲଙ୍କା ଦୁଇଥର ଲେଖାଏ କପ୍ ନେଇ ଟପ୍‌ରେ ରହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.