କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଦେଖିବାକୁ ମିଳିଛି ହଟଚମଟ। ଶୁକ୍ରବାର, ତୃଣମୂଳ କଂଗ୍ରେସ ମୁଖପାତ୍ର ଏବଂ ବରିଷ୍ଠ ନେତା କୁନାଲ ଘୋଷ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ବାୟୋରୁ ଟିଏମସି ମୁଖପାତ୍ର ପରିଚୟ ହଟାଇବାକୁ ନେଇ ବଢ଼ିଛି ଚର୍ଚ୍ଚା। କୁହାଯାଉଛି ଟିଏମସିରେ ଏହା ବିଦ୍ରୋହର ସ୍ବର। ସୂଚନାଥାଉକି, ଘୋଷ ଟିଏମସି ମୁଖପାତ୍ର ସହ ଦଳର ମହାସଚିବ ମଧ୍ୟ ଥିଲେ। ତେବେ ଏକ୍ସରେ ନିଜର ନୂଆ ଇନଫୋରେ ନିଜକୁ ଜଣେ ସାମ୍ବାଦିକ ଏବଂ ସାମାଜିକ କର୍ମୀ ବୋଲି କହିଛନ୍ତି।
ପ୍ରକୃତରେ କୁନାଲ ଘୋଷ ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଟିଏମସି ମୁଖପାତ୍ର ପରିଚୟ ହଟାଇବା ସହ ନାଁ ପରୋକ୍ଷ ଭାବରେ ଟିଏମସି ନେତୃତ୍ବର ଏକ ବର୍ଗ ଉପରେ ଅସନ୍ତୋଷ ଜାହିର କରିଛନ୍ତି। ସେ କହିଛନ୍ତି ‘‘ଅକ୍ଷମ ଏବଂ ସ୍ବାର୍ଥୀ ନେତା, ଗୋଷ୍ଠୀ କରିବାରେ ଲିପ୍ତ ରହୁଛନ୍ତି ଏବଂ ବର୍ଷ ସାରା କେବଳ ଅନୈତିକ କାମ କରୁଛନ୍ତି। ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ପ୍ରତି ସାଧାରଣ ଟିଏମସି କର୍ମୀଙ୍କର ଥିବା ଭାବନା କାରଣ ସେମାନେ ନିର୍ବାଚନ ଜିତୁଛନ୍ତି।
ଆହୁରି ପଢ଼ନ୍ତୁ: ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ED ରେଡ, ଅର୍ଥ ଅନିୟମିତତା ନେଇ ଏକାସଂଗେ ୫ସ୍ଥାନରେ ଚଢାଉ
କିନ୍ତୁ ପରେ ସେ ନିଜର ସ୍ବାର୍ଥ ହାସଲ କରିବାରେ ଲାଗିପଡ଼ୁଛନ୍ତି ଏବଂ ଲୋକଙ୍କୁ ଠକୁଛନ୍ତି। ଏଭଳି ବାରମ୍ବାର ବାରମ୍ବ ହୋଇପାରିବନି।’’ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏବିପିର ରିପୋର୍ଟ ଅନୁଯାୟୀ, କୁନାଲ ଘୋଷ ସୁଦୀପ ବାନାର୍ଜୀଙ୍କ ଉପରେ ଖପ୍ପା ଅଛନ୍ତି। ଆଉ ଟ୍ବିଟ୍ ଜରିଆାରେ ତାଙ୍କୁ ଟାର୍ଗେଟ କରୁଛନ୍ତି। ସୁଦୀପ ବାନାର୍ଜୀ ବର୍ତ୍ତମାନ ସାଂସଦ ଅଛନ୍ତି।