ରାଜ୍ୟସଭା ନିର୍ବାଚନ ୨୦୨୩ : ପଶ୍ଚିମବଙ୍ଗରୁ ପ୍ରଥମ ଥର ନିର୍ବାଚିତ ହେବେ ବିଜେପି ପ୍ରାର୍ଥୀ, ଟିଏମ୍‌ସି ଖାତାକୁ ୬ ଆସନ

Published By : Prameya-News7 Bureau | July 16, 2023 IST

କୋଲକାତା ୧୬।୦୭ : ରାଜ୍ୟସଭା ନିର୍ବାଚନରେ ପଶ୍ଚିମବଙ୍ଗର ସାତ ଜଣ ଆଶାୟୀ ନିର୍ବିରୋଧରେ ବିଜୟୀ ହୋଇଛନ୍ତି । ଏଥିରେ ତୃଣମୂଳ କଂଗ୍ରେସ (TMC)ର ଛଅ ଜଣ ଏବଂ ବିଜେପିର ଜଣେ ସଦସ୍ୟ ରହିଛନ୍ତି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେପି ପ୍ରାର୍ଥୀ ରଥିନ୍ଦ୍ର ବୋଷ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହର କରିନେଇଥିଲେ । ପଶ୍ଚିମବଙ୍ଗରେ ରାଜ୍ୟସଭାର ସାତୋଟି ସିଟ୍‌ ପାଇଁ ୨୪ ଜୁଲାଇରେ ନିର୍ବାଚନ ହେବ ।

ନାମାଙ୍କନ ପତ୍ରର ଯାଞ୍ଚ ସମୟରେ ସାତ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରିଥିବାରୁ ନିର୍ବିରୋଧରେ ଏହି ସାତଜଣ ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବା ଏକପ୍ରକାର ସୁନିଶ୍ଚିତ ।ତେବେ ପଶ୍ଚିମବଙ୍ଗ ରାଜନୀତିରେ ଏହା ପ୍ରଥମ ଘଟଣା । ଯାହାକି ଜଣେ ବିଜେପି ପ୍ରାର୍ଥୀ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ନିର୍ବିରୋଧରେ ବିଜୟୀ ହେଉଛନ୍ତି ।

ପଶ୍ଚିମବଙ୍ଗରେ ରାଜ୍ୟସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ପକ୍ଷରୁ ଡେରେକ୍‌ ଓବ୍ରାଏନ୍‌, ସୁଖେନ୍ଦୁ ଶେଖର ରଏ, ଦୋଲା ସେନ୍‌, ପ୍ରଫେସର ସମିରୁଲ୍‌ ଇସ୍‌ଲାମ୍‌, ପ୍ରକାଶ ବାରିକ, ସାମାଜିକ କର୍ମୀ ସକେତ ଗୋଖଲେ ନିର୍ବିରୋଧରେ ନିର୍ବାଚିତ ହେବା ଏକ ପ୍ରକାର ସୁନିଶ୍ଚିତ । ସେହିପରି ବିଜେପି ଅନନ୍ତ ମହାରାଜ ମଧ୍ୟ ବିଜୟୀ ହେବା ନିଶ୍ଚିତ ।

wp:embed {"url":"https://www.prameyanews7.com/popular-bodybuilder-gastova-badell-passes-away/","type":"wp-embed","providerNameSlug":"prameya-news-7"}
https://www.prameyanews7.com/popular-bodybuilder-gastova-badell-passes-away/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.