ଖସୁଛି ପାରଦ; ୧୫ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ, ଫୁଲବାଣୀରେ ସବୁଠୁ କମ୍

Published By : Prameya-News7 Bureau | November 07, 2024 IST

ଭୁବନେଶ୍ୱର,୦୭/୧୧: ଖସୁଛି ତାପମାତ୍ରା, ବଢ଼ୁଛି ଥଣ୍ଡା । ରାଜ୍ୟର ୧୫ ସହରର ରାତି ତାପମାତ୍ରା ୨୦   ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ  ରେକର୍ଡ ହୋଇଛି । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୬.୫ ଓ ନବରଙ୍ଗପୁରରେ  ୧୬.୬ ଡିଗ୍ରୀ ରହିଥିଲା । ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଅନୁଭୂତ ହେଲାଣି । ଦିନ ଠାରୁ ରାତିର ତାପମାତ୍ରା  ଖସିବାରେ ଲାଗିଛି  ।

ଭବାନୀପାଟଣା ଓ  ରାୟଗଡ଼ାରେ ୧୭ଡିଗ୍ରୀ, କୋରାପୁଟରେ  ୧୭.୮, ବଲାଙ୍ଗୀରରେ ୧୭.୯,  ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୧୮.୨,   ଅନୁଗୁଳରେ ୧୮.୬, ରାଉରକେଲାରେ ୧୮.୮, ହୀରାକୁଦରେ ୧୯.୧, ସୋନପୁର  ଓ ଟିଟିଲାଗଡ଼ରେ ୨୦, ମାଲକାନଗିରିରେ  ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରୀ  ରେକର୍ଡ ହୋଇଛି । ସେହିଭଳି ୭  ଓ ୮ ତାରିଖରେ ପୁରୀ, ଗଞ୍ଜାମ,  ଗଜପତି, ଖୋର୍ଦ୍ଧା, ଜଗତସିଂହପୁର,   କେନ୍ଦ୍ରାପଡ଼ା ଓ ନୟାଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.