ନୂଆଦିଲ୍ଲୀ: ମିସରର ଲୋହିତ ସାଗରରେ ବଡ଼ ଅଘଟଣ। ହର୍ଗହାଡା ସହର ସ୍ଥିତ ଲୋହିତ ସାଗର ଉପକୂଳରେ ଗୁରୁବାର ସକାଳେ ଏକ ଟୁରିଷ୍ଟ ସବମରିନ୍ ବା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୁଡ଼ାଜାହାଜ ବୁଡ଼ିଯାଇଛି। ଏଥିରେ ପ୍ରାୟ ୬ ଜଣକ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି।
ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୁରୁବାର ସକାଳେ ପ୍ରାୟ ୪୪ ଜଣ ପର୍ଯ୍ୟଟକଙ୍କୁ ଧରି ଟୁରିଷ୍ଟ ସବମରିନ ସିନ୍ଦବାଦ ସମୁଦ୍ର ଭିତରକୁ ଯାଇଥିଲା। ବିଶ୍ବର ବିଭିନ୍ନ ସ୍ଥାନରୁ ଆସିଥିବା ଏହି ପର୍ଯ୍ୟଟକମାନେ ଲୋହିତ ସାଗରର ଗଭୀରତାରେ କୋରଲ ରିପ୍ସ ଏବଂ ଟ୍ରପିକାଲ ମାଛ ଦେଖିବାକୁ ଯାଇଥିଲେ। ହେଲେ କୌଣସି କାରଣରୁ ସବମରିନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ତେବେ ଏହି ଘଟଣା ପରେ ପ୍ରାୟ ୨୯ ଜଣଙ୍କୁ ଉଦ୍ଧାର କରାଯାଇଛି। ୪ ଗୁରୁତର ଭାବରେ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଗୁରୁତ୍ବକୁ ଦେଖି ଆହତଙ୍କୁ ହସ୍ପିଟାଲ ନେବାକୁ ୨୧ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। କୁହାଯାଇଛି ଏହି ଟୁରିଷ୍ଟ ସବମରିନ ୭୨ ଫୁଟ୍ ଗଭୀରତାକୁ ଯାଇପାରେ। ହେଲେ କେଉଁ କାରଣରୁ ସବମରିନ୍ଟି ବୁଡ଼ିଗଲା ତାହା ଜଣାପଡ଼ିନାହିଁ।