ପୂଜା ପାଇଁ ରାଜଧାନୀରେ କଟକଣା ଜାରି, ଏହି ରୁଟ୍‌ରେ ଭାରି ଯାନ ଚଳାଚଳ ମନା

Published By : Prameya-News7 Bureau | October 07, 2024 IST

ଭୁବନେଶ୍ଵର: ମାଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି । ବିଭିନ୍ନ ପୂଜା ମଣ୍ଡପରେ ଯୁଦ୍ଧକାଳୀନ ଭିତ୍ତିରେ ସାଜସଜାରେ ନିମଗ୍ନ କାରିଗର। ଦୁର୍ଗାପୂଜା ସମୟରେ ରାଜଧାନୀରେ ପ୍ରବଳ ଭିଡ଼ ଜମିଥାଏ। ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଥାଏ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ପୂଜା ପାଇଁ ଟ୍ରାଫିକ କଟକଣା ଲଗାଯାଇଛି। ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ୧୨ଟି ରୁଟ୍‌ରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଭାରି ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏ ନେଇ ସୋମବାର କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଦିନ ୪ଟାରୁ ରାତି ୨ଟା ଯାଏ ଭାରି ଯାନ ଚଳାଚଳ କରି ପାରିବନି। ଖଣ୍ଡଗିରି ଛକରୁ ଜାଗମରା ଛକ ସଂଲଗ୍ନ ରାସ୍ତା, ଫାୟାର ଷ୍ଟେସନରୁ ଗଙ୍ଗନଗର ସହ ସଂଲଗ୍ନ ରାସ୍ତା, ସିଆରପି ଛକରୁ ପାଓ୍ଵାର ହାଉସ୍ ଛକ ସହ ସଂଲଗ୍ନ ରାସ୍ତା, ଜୟଦେବ ବିହାରରୁ ରାଜଭବନ ରାସ୍ତା, ଆଚାର୍ଯ୍ୟ ବିହାର-ଏଜି ଛକ-ଏୟାରପୋର୍ଟ ଛକ ରାସ୍ତା, ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା, ବାଣୀବିହାରରୁ ଶିଶୁ ଭବନ ସହ ସଂଲଗ୍ନ ରାସ୍ତା, ରସୁଲଗଡ଼-କଳ୍ପନା ଛକ- ସାମନ୍ତରାପୁର ଛକ, ବରମୁଣ୍ଡାରୁ ପଳାସୁଣି ସର୍ଭିସ ରୋଡ୍‌ରେ ଭାରିଯାନ  ଚଳାଚଳ ମନା। 

ଏହା ସହିତ ଅକ୍ଟୋବର ୧୪ ତାରିଖରେ ଭସାଣି ପାଇଁ ମଧ୍ୟ ରାଜଧାନୀରେ କଟକଣା ଲଗାଯାଇଛି। ଦିନ ୩ଟାରୁ ରାତି ୧ଟା ଯାଏ ବାଣୀବିହାରରୁ ରୁପାଲୀ ଗାଡ଼ି ଆସି ପାରିବନି। ସିଆରପି ଛକରୁ ପଳାଶୁଣି ଗାଡ଼ି ଚଳାଚଳ ବନ୍ଦ ରହିବ।  ସିଆରପିରୁ ଏକାମ୍ର ପାର୍କ ରାସ୍ତା ଦେଇ ଯାତାୟତ କରି ପାରିବେ। ସିଆରପି ୟୁନିଟ୍-୮ ରାସ୍ତା ଦେଇ ଭିତରକୁ ଯିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.