ମୃତ୍ୟୁ ଏମିତି ବି ଆସେ : ବାଇକରୁ ଓହ୍ଲାଉ ଓହ୍ଲାଉ ଟଳିପଡିଲେ ତ୍ରିଲୋଚନ

Published By : Prameya-News7 Bureau | September 13, 2024 IST

ସୋର ୧୩।୯: ମୃତ୍ୟୁ ଏମିତି ବି ଆସେ । ବାଇକରୁ ଓହ୍ଲାଇଲା ବେଳେ ଚାଲିଗଲା ଜୀବନ l ମୃତକଙ୍କ ସ୍ତ୍ରୀ କାନ୍ଦି କାନ୍ଦି ତଳେ ଲୋଟିପଡ଼ି କହୁଛି ସଞ୍ଜ ଦେଲା ବେଳେ ହାତରୁ ଲିଭିଗଲl l 

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଶରସଂଖ ପଞ୍ଚାୟତ ଶଙ୍ଖୁଆ ସାହିର ତ୍ରିଲୋଚନ ଓଝା ଘରୁ ଅଡଙ୍ଗ ବଜାର ଆସିଥିଲେ l ବଜାରରେ ବାଇକରୁ ଓହ୍ଲାଇବା ବେଳେ ଛାତିରେ ଯନ୍ତ୍ରଣା ହେବାରୁ ଟଳି ପଡ଼ିଥିଲେ l ତାଙ୍କୁ ସ୍ଥାନୀୟ ଲୋକ ତୁରନ୍ତ ସୋର ଡାକ୍ତରଖାନାକୁ ଆଣିବା ପରେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ମୃତ ତ୍ରିଲୋଚନଙ୍କ ସ୍ତ୍ରୀ ଡାକ୍ତରଖାନାରେ ପହଞ୍ଚି କାନ୍ଦି କାନ୍ଦି ତଳେ ଲୋଟି ପଡ଼ି କହୁଥିଲା ସଞ୍ଜ ଦେଲା ବେଳେ ମୋ ହାତରୁ ଲିଭିଗଲl l 

ମୃତ ତ୍ରିଲୋଚନ ଏକ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲା l ମୃତ ତ୍ରିଲୋଚନ ଗାଁ ଯାତ୍ରାରେ ଭଲ ଅଭିନୟ ଓ ଗୀତ ଗାଇଥାଏ l ଖବର ସୋର ସିଡ଼ିପିଓ ଓ ସୁପରଭାଇଜର ଶେଷ ଦର୍ଶନ କରିଥିଲେ l ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

You Can Read:

ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ସରକାର, ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.