କ’ଣ ଆପଣଙ୍କୁ ଭଲ ନିଦ ହେଉନି ? ଆପଣାନ୍ତୁ ଏହି ଉପାୟ..

Published By : Prameya-News7 Bureau | November 07, 2024 IST

ଦୈନନ୍ଦିକ ଜୀବନରେ ବ୍ୟାୟାମ ଏବଂ ସନ୍ତୁଳିତ ଖାଦ୍ୟ ଭଳି ନିଦ ମଧ୍ୟ ମହତ୍ତ୍ବପୂର୍ଣ୍ଣ । ପ୍ରାୟତଃ ଗବେଷଣାରେ କୁହାଯାଉଛି ଯେ ପର୍ଯ୍ୟାପ୍ତ ନିଦ ଠାରୁ ଭଲ ନିଦ ହେବା ଜରୁରୀ । କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ରାତିରେ ଭଲ ନିଦ ହୋଇନଥାଏ । 

ବିଶେଷଜ୍ଞଙ୍କ ମତରେ ଭଲ ନିଦର ମୂଳଦୁଆ ‘ନିଦ୍ରା ସ୍ବଚ୍ଛତା’ । ଏହା ଏମିତି ଏକ ଶବ୍ଦ ଯେଉଁଥିରେ ଅନେକ ପ୍ରକାରର ଅଭ୍ୟାସ ସାମିଲ ରହିଛି । 

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲ୍ଥ (ଏନ୍‌ଆଇଏଚ୍‌) ନିରବଚ୍ଛିନ୍ନ ଏବଂ ତାଜା ନିଦ ଉପରେ ଜୋର ଦେଉଛି । ନିଦ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ମହତ୍ତ୍ବପୂର୍ଣ୍ଣ । ଏକ ଶାନ୍ତ, ଅନ୍ଧାର ଏବଂ ଥଣ୍ଡା ବେଡ୍‌ରୁମ୍ ନିଦର ଗୁଣବତ୍ତାରେ ସୁଧାର ଆଣିପାରିବ । ଆମେରିକୀୟ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଶୋଇବା ଘରୁ ବୈଦ୍ୟୁତିକ ଉପକରଣକୁ ହଟାଇବାକୁ ପରାମର୍ଶ ଦେଇଛି । କାରଣ ଏଥିରୁ ବାହାରୁଥିବା ନୀଳ ରଶ୍ମୀ ନିଦ ପାଇଁ ଦରକାର ହେଉଥିବା ହର୍ମୋନମେଲାଟୋନିନର ପ୍ରାକୃତିକ ଉତ୍ପାଦନରେ ବାଧା ସୃଷ୍ଟି କରିପାରେ । 

ନିୟମିତ ଶାରୀରିକ କାର୍ଯ୍ୟକଳାପ ଦ୍ବାରା ଭଲ ନିଦ ଆସିଥାଏ । ମାତ୍ର ସମୟ ମଧ୍ୟ ବେଶ୍ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ଶୋଇବା ସମୟ ପୂର୍ବରୁ ଜୋରଦାର ବ୍ୟାୟାମ କରିବା କ୍ଷତିକାରକ ହୋଇଥାଏ । ଏନଆଇଏଚ ଅନୁସାରେ ଶୋଇବା ପୂର୍ବରୁ ଅଧିକ ମାତ୍ରାରେ ଖାଇବା, କଫିନ୍, ମଦ ଶୋଇବାକୁ ପ୍ରଭାବିତ କରିଥାଅ । 

ବିଶେଷଜ୍ଞଙ୍କ ମତରେ ଯଦି ଆପଣ ପର୍ଯ୍ୟାପ୍ତ ସମୟ ନଶୁଅନ୍ତି ତେବେ ଏକାଗ୍ରତା ହ୍ରାସ ହୋଇପାରେ । ଅଧିକ ଚିଡଚିଡା, ଅବସାଦଗ୍ରସ୍ତ, କ୍ରୋଧିତ, ଚିନ୍ତିତ ହୋଇପାରନ୍ତି । ମାନସିକ ଥକ୍କାପଣ ଅନୁଭବ କରିପାରନ୍ତି । ଗୁଣବତ୍ତାପୂର୍ଣ୍ଣ ନିଦ ନହେବା ଦ୍ବାରା ବୃଦ୍ଧି ହର୍ମୋନ ଉତ୍ପାଦନରେ ବାଧା ସୃଷ୍ଟି ହୋଇଥାଏ । ହର୍ମୋନଜନିତ ଅସନ୍ତୁଳନ ବଢିଥାଏ । ଗବେଷଣାରୁ ଜଣାପଡିଛି ଯେ, ଯେଉଁମାନେ ୭ଘଣ୍ଟାରୁ କମ୍ ସମୟ ଶୋଇଥାନ୍ତି ସେମାନଙ୍କ ଠାରେ ଥଣ୍ଡା-କାଶ ହେବାର ସମ୍ଭାବନା ସେହିମାନଙ୍କ ତୁଳନାରେ ପ୍ରାୟ ୩ ଗୁଣା ଅଧିକ ଥାଏ ଯେଉଁମାନେ ୮ଘଣ୍ଟାର ଅଧିକ ଶୋଇଥାନ୍ତି । ପ୍ରତିଦିନ ଅତି କମ୍‌ରେ ୬ ଘଣ୍ଟାର ପର୍ଯ୍ୟାପ୍ତ ଗଭୀର ନିଦ୍ରା ଦ୍ବାରା ପେଟ, ହୃଦୟ, ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.