କନ୍ଧମାଳ: ମଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣା। ଏସସିବିରେ ଚିକିତ୍ସିତ ହେଉଥିବା ଟୁନି ମାଝୀଙ୍କୁ ମଙ୍ଗଳବାର ଡିସଚାର୍ଜ କରାଯିବ। ଟୁନି ମାଝୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ପରେ ଏହି ନିଷ୍ପତ୍ତି ନିଆଯାଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଥାଉକି, ଆମ୍ବ ଟାକୁଆ ଖାଇ ଗୁରୁତର ହୋଇପଡ଼ିଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ଟୁନି ମାଝୀ । ତାଙ୍କୁ ଗତ ୩ ତାରିଖରେ ଏସସିବି ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସହ ଅନ୍ୟ ଜଣେ ଗୁରୁତର ମହିଳା ଜିତା ମାଝୀଙ୍କୁ ମଧ୍ୟ ଏସସିବିରେ ଭର୍ତ୍ତି କରାଯାଇଥିଲା। ଅବଶ୍ୟ ଜିତା ମାଝୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।
ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ଭ ଟାକୁଆ ଜାଉ ଖାଇ ୨ ଜଣକ ମୃତ୍ୟୁ ହୋଇଥିବାବେଳେ ୬ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କ ମଧ୍ୟରୁ ୨ ଜଣ ଟୁନି ମାଝୀ ଏବଂ ଜିତା ମାଝୀଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଜିତା ମାଝୀଙ୍କର ମୃତ୍ୟୁ ସହ ଆମ୍ବ ଟାକୁଆ ଖାଇ ମୃତ୍ୟ ଘଟଣାରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଥିଲା। ଅନ୍ୟ ଗୁରୁତର ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।