ଟନେଲରେ ଫସିଥିବା ସମସ୍ତ ୪୧ ଶ୍ରମିକ ସୁସ୍ଥ, ସୋମବାର ଖେଳିଥିଲେ କ୍ରିକେଟ ; NDMA କହିଲା-ଖୁବଶୀଘ୍ର ସଫଳତା

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ଅଭିଯାନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଯେକୌଣସି ମୁହୂର୍ତ୍ତରେ ଶ୍ରମିକଙ୍କୁ ବାହାରକୁ ଅଣାଯାଇପାରେ । ଏହାରି ଭିତରେ ସୂତ୍ର ଅନୁସାରେ ଟନେଲରେ ଫସିଥିବା ସମସ୍ତ ୪୧ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଶ୍ରମିକଙ୍କୁ ବାହାରକୁ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଟାଇମ୍ସ ଅଫ୍ ଇଣ୍ଡିଆ ସୂତ୍ରକୁ ଆଧାର କରି ନିଜ ରିପୋର୍ଟରେ କହିଛି ଯେ ସୋମବାର ପାଇପ୍ ଜରିଆରେ ଶ୍ରମିକଙ୍କ ନିକଟକୁ କ୍ରିକେଟ ବଲ୍ ଓ ବ୍ୟାଟ୍ ପଠାଯାଇଥିଲା । ଏହାସହ ସୁଡ଼ଙ୍ଗ ଭିତରେ ଶ୍ରମିକମାନେ କ୍ରିକେଟ ମଧ୍ୟ ଖେଳିଥିଲେ ।

ଏନ୍‌ଡିଏମ୍‌ଏ ପକ୍ଷରୁ ମଙ୍ଗଳବାର ଉଦ୍ଧାରକାର୍ଯ୍ୟ ଉପରେ ଅପଡେଟ୍ ଦିଆଯାଇଛି । ଉଦ୍ଧରାକାରୀ ଟିମ୍ ସଫଳତା ନିକଟରେ ପହଞ୍ଚିଛନ୍ତି, କିନ୍ତୁ ଏବେ ବି କିଛି ସମୟ ଲାଗିବ । ସବୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ତିନିରୁ ଚାରି ଘଣ୍ଟା ସମୟ ଲାଗିବ ବୋଲି ଏନ୍‌ଡିଏମ୍‌ଏ ସୂଚନା ଦେଇଛି ।

wp:html /wp:html

ଏନ୍‌ଡିଆରଏଫ, ଏସ୍‌ଡିଆରଏଫ ସହ ଡାକ୍ତରୀ ଟିମ୍ ଟନେଲ ନିକଟରେ ଉପସ୍ଥିତ ଅଛନ୍ତି । ୪୦୦ ଘଣ୍ଟାରୁ ଅଧିକ ସମୟ ଯାଏ ଦେଶୀ-ବିଦେଶୀ ମେସିନ ଓ ବିଶେଷଜ୍ଞଙ୍କ ଅକ୍ଲାନ୍ତ ପରିଶ୍ରମ ସବୁ ବାଧାକୁ ଅତିକ୍ରମ କରି ପର୍ବତରେ ବିଜୟର ଗାଥା ଲେଖିଛନ୍ତି । ମାଟି ଅତଡା ଭିତରେ ୮୦୦ ଏମଏମ ପାଇପ୍ ବିଛାଇ ଏକ ଟନେଲ ନିର୍ମାଣ କରାଯାଇଛି । ଏହା ଭିତର ଦେଇ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ।

ଉତ୍ତରକାଶୀ ଜିଲ୍ଲାରେ ଯମୁନୋତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଚାରିଧାମ ସଡ଼କ ପରିଯୋଜନା ପାଇଁ ନିର୍ମାଣଧିନ ସୁଡଙ୍ଗ ନଭେମ୍ୱର ୧୨ ରବିବାର ଭୁଶୁଡି ପଡ଼ିଥିଲା । ଯମୁନୋତ୍ରୀ ହାଇୱେରେ ଧରାସୁରୁ କସୱେ ମଧ୍ୟରେ ସିଲକୟାରାରୁ ପୋଲ ଗାଁ ଯାଏ ୪.୫ କିଲୋମିଟର ଟନେଲ ନିର୍ମାଣ ଜାରି ରହିଛି । ଦୀପାବଳି ଦିନ ଭୋର ଚାରିଟାରରେ ଶିଫ୍ଟି ପରିବର୍ତ୍ତନ ସମୟରେ ସୁଡଙ୍ଗ ମୁହଁରୁ ପ୍ରାୟ ୧୫୦ ମିଟର ଭିତରେ ଟନେଲର ୬୦ ମିଟର ଭାଗ ଭୁଶୁଡି ପଡିବା ଯୋଗୁଁ ୪୧ ଶ୍ରମିକ ଫସି ଯାଇଥିଲେ ।

Also Read: ମଙ୍ଗଳବାରର ‘ମଙ୍ଗଳ’ ମୁହୂର୍ତ୍ତ: ଟନେଲରୁ ବାହାରିବେ ଶ୍ରମିକ, ୪୦୦ ଘଣ୍ଟାର ଅବିଶ୍ରାନ୍ତ ସଂଘର୍ଷ ଆଣିବ ଖୁସି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.