ମାଲକାନଗିରି ୧୫।୩: ମାଲକାନଗିରି ପୋଲିସ ନିକଟରେ ଶୁକ୍ରବାର ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଛତିଶଗଡ ସୁକୁମା ଜିଲ୍ଲାର କଡତି ହୁରା ଓ ଗଙ୍ଗା କର୍ତ୍ତାମି । କାଡତି ହୁରା ଓରଫ ସମିରଙ୍କ ନିଜ ଘର ସୁକୁମା ଜିଲ୍ଲା କିସ୍ତାରାମ ଥାନା ଅନ୍ତର୍ଗତ ବୁର୍କାଲଙ୍କା ହୋଇଥିବା ବେଳେ ଗଙ୍ଗା କର୍ତ୍ତାମି ଓରଫ ଗଙ୍ଗାଙ୍କ ଘର ସୁକୁମା ଜିଲ୍ଲା ବେଜି ଥାନା ଅନ୍ତର୍ଗତ ରେଗାଡଗାଟା ଗାଁରେ ବୋଲି ଜଣାପଡିଛି ।
ଏହି ଦୁଇ ମାଓବାଦୀ ୨୦୦୧ ମସିହାରେ ଲାଲ୍ ସଂଗଠନରେ ଯୋଗ ଦେଇଥିବା ବେଳେ ୨୦୧୨ ମସିହାରୁ ଦକ୍ଷିଣ ବସ୍ତର ଡିଭିଜନର ଏସିଏମ ଭାବେ ପଦୋନ୍ନତି ପାଇ କାର୍ଯ୍ୟ କରୁଛନ୍ତି । ସୁକୁମା ଓ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି ଏମାନେ । କଡତି ଓ ଗଙ୍ଗାଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ଛଅ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ନିକଟରେ ଛତିଶଗଡ ସୁକୁମା ଜିଲ୍ଲାରେ ଏକାଧିକ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ଭୟଭୀତ ହୋଇ ଏମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି ।
You Can Read :
ଆୟକର ଅଫିସରେ ହାଜର ହେଲେ ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ, ଦେଲେ ନାହିଁ କୌଣସି ପ୍ରତିକ୍ରିୟା