ବାଇକ୍‌କୁ ଧକ୍କା ଦେଲା ଟ୍ରକ, ଦୁଇ ଆରୋହୀ ମୃତ

Published By : Prameya-News7 Bureau | September 15, 2024 IST

ବଲାଙ୍ଗୀର ୧୫।୦୬: ବଲାଙ୍ଗୀର ଜିଲ୍ଲା ଜାତୀୟ ରାଜପଥ ମଧିଆପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଟ୍ରକ । ଯେଉଁଥିରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । 

ଖବର ଅନୁଯାୟୀ,  ଛତିଶଗଡ଼ ନମ୍ବର ଥିବା ବାଇକ୍‌ରେ ଦୁଇ ଜଣ ଆରୋହୀ ବଲାଙ୍ଗୀର ପଟକୁ ଆସୁଥିବା ବେଳେ ଏକ ଟ୍ରକ ଧକ୍କା ଦେଇଥିଲା । ବଲାଙ୍ଗୀର ଜାତୀୟ ରାଜପଥ ମଧିଆପାଲି ନିକଟରେ ଘଟିଥିବା ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.