ମୁମ୍ୱାଇରେ ହେବ ବିରୋଧୀଙ୍କ ପରବର୍ତ୍ତୀ ବୈଠକ, ମେଣ୍ଟର ନୂଆ ନାଁ I.N.D.I.A, ନାମକରଣକୁ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରତିକ୍ରିୟା !

Published By : Prameya-News7 Bureau | July 18, 2023 IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ହୋଇଥିବା ବିରୋଧୀଙ୍କ ମହାମେଣ୍ଟର ନାମକରଣ ହୋଇଛି । ବିରୋଧୀ ନେତାଙ୍କ ମିଳିତ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ବିରୋଧୀ ମେଣ୍ଟର ନାଁ I.N.D.I.A ହେବ । ମେଣ୍ଟର ନୂଆଁ ନାଁ I.N.D.I.A ଅର୍ଥାତ୍ ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରେଟିକ୍ ଇନକ୍ଲୁସିଭ ଆଲାୟନ୍ସ ହେବ । ବେଙ୍ଗାଲୁରୁରେ ହୋଇଥିବା ବୈଠକ ଦେଶର ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି । ମଲ୍ଲିକାର୍ଜୁନ କହିଛନ୍ତି, ବିରୋଧୀଙ୍କ ପରବର୍ତ୍ତୀ ବୈଠକ ମୁମ୍ୱାଇରେ ହେବ । ଶୀଘ୍ର ତାରିଖ ଘୋଷଣା ହେବ । ୧୧ ଜଣିଆ ସମନ୍ୱିତ କମିଟି ଗଠନ କରାଯିବ । କମିଟି ସଦସ୍ୟଙ୍କ ନାଁଏ ମୁମ୍ୱାଇରେ ଘୋଷଣା କରାଯିବ ।

wp:html /wp:html

ନୂଆ ନାଁ ସହ ସହ ଆରଜେଡି ଏବଂ ଶିବସେନା ନେତା ଟ୍ୱିଟ୍ କରିଛନ୍ତି । ଟିଏମସି ନେତା ଡେରେକ ଓବ୍ରାୟନ ମଧ୍ୟ ଚକ ଦେ ଇଣ୍ଡିଆ ଟ୍ୱିଟ୍ କରିଛନ୍ତି । I.N.D.I.A ନାମକ ଏହି ମେଣ୍ଟରେ ତାମିଲନାଡୁର ଡିଏମକେଠାରୁ ଜାମ୍ମୁ କାଶ୍ମୀର ଏନସି ଏବଂ ପିଡିପି ସାମିଲ ଅଛନ୍ତି । ମୋଟ ୨୬ଟି ରାଜନୈତିକ ଦଳ ଏଥିରେ ସାମିଲ ଅଛନ୍ତି । ମୋଟ ୨୬ ଦଳଙ୍କ ଏହି ଗୋଷ୍ଠୀର ନୂଆ ନାଁ ରାହୁଲ ଗାନ୍ଧୀଙ୍କ ପରାମର୍ଶରେ ଦିଆଯାଇଛି । ଯାହାକୁ ସବୁ ସଦସ୍ୟ ବୈଠକରେ ସମର୍ଥନ କରିଥିଲେ ।

ପଢନ୍ତୁ: ବିରୋଧୀ ମହାମେଳିକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍; କହିଲେ ଚାଲିଛି ‘କଟ୍ଟର ଭ୍ରଷ୍ଟାଚାର ସମ୍ମିଳନୀ’

ସମାଜବାଦୀ ପାର୍ଟିର ସାଂସଦ ଜାଭେଦ ଅଲି ଖାନ କହିଛନ୍ତି ଯେ ରାହୁଲ ଗାନ୍ଧୀ ବୈଠକରେ ଏହା ଉପରେ ପ୍ରସ୍ତାବ ଦେଇଥିଲେ  । ବୈଠକରେ ଉପସ୍ଥିତ ଅନ୍ୟ ସବୁ ଦଳ ଏହାକୁ ସ୍ୱାଗତ କରିଥିଲେ । ଆରଜେଡି କଟାକ୍ଷ କରି ଲେଖିଛି ଯେ ବିଜେପିକୁ ଏବେ I.N.D.I.A କହିବାରେ ମଧ୍ୟ ଅସୁବିଧା ହେବ ।

wp:html /wp:html

ନୂଆ ନାମକୁ ନେଇ ମିଡିଆକର୍ମୀଙ୍କ ପ୍ରଶ୍ନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ଆମେ ସବୁ ଏକଜୁଟ ହୋଇ ରହିବୁ । ଅନ୍ୟପଟେ ମମତା ବାନାର୍ଜୀ କହିଛନ୍ତି ଯେ ଆମ ୨୬ ଦଳର ଯେଉଁ ବୈଠକ ହୋଇଛି ସେଥିରୁ ସ୍ପଷ୍ଟ ହୋଇଛି ଯେ ଆଜିଠାରୁ ନୂଆ ଆହ୍ୱାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ସବୁ ନିର୍ବାଚନୀ ଅଭିଯାନ, ସବୁ ନିର୍ବାଚନ ପ୍ରଚାର ଗୋଟିଏ ବ୍ୟାନର ତଳେ ହେବ- I.N.D.I.A । କେହି କେଜ୍ରିୱାଲ କହିଛନ୍ତି ଯେ ଆଜି ୨୬ ପାର୍ଟି...ଏବଂ ଆମେ ନିଜ ପାଇଁ ଏକାଠି ହୋଇ ନାହୁଁ.. ଆମକୁ ଦେଶକୁ ରକ୍ଷା କରିବାର ଅଛି ।

Also Read: ମୋଦି ସାଙ୍ଗିଆ ମାନହାନି ମାମଲା; ଜୁଲାଇ ୨୧ରେ ସୁପ୍ରିମକୋର୍ଟରେ ଶୁଣାଣି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.