ଭୁବନେଶ୍ବର ୩୦।୧୧: ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗ୍ I ସିଆଇଏସଏଫ ଡଗ୍ ସ୍କ୍ବାଡ୍ ବ୍ୟାଗ୍ ଯାଞ୍ଚ କରୁଛି I ତେବେ ବ୍ୟାଗ୍ଟି କାହାର, ତାହା ସ୍ପଷ୍ଟ ହୋଇନି । ବିମାନବନ୍ଦର ବାହାରେ ନୀଳ ରଙ୍ଗର ବ୍ୟାଗ୍ । ବ୍ୟାଗ୍କୁ ଯାଞ୍ଚ ପାଇଁ CISF ବିମାନ ବନ୍ଦର ଭିତରକୁ ନେଇଛନ୍ତି ।
DG ସମ୍ମିଳନୀକୁ ଖଲିସ୍ତାନୀ ଧମକ ମିଳିଥିବାରୁ, ଏହି ବ୍ୟାଗ୍କୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି । ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବମ୍ ଥ୍ରେଟ୍ ଆସେସ୍ମେଣ୍ଟ କମିଟି ଏହି ବ୍ୟାଗ୍କୁ ତନତନ ଯାଞ୍ଚ କରିବେ । କାରଣ କିଛି ଦିନ ତଳେ ଭୁବନେଶ୍ୱର ବିମାନବନ୍ଦରକୁ ସୋସିଆଲ ମିଡ଼ିଆରେ ବୋମା ଆତଙ୍କ ନେଇ ହୋକ୍ସ କଲ୍ ଆସିଥିଲା ।
ସେପଟେ ACP ଅମିତାଭ ମହାପାତ୍ର କହିଛନ୍ତି ଅଜଣା ବ୍ୟାଗ୍କୁ ନେଇ ବିପଦ ନାହିଁ । ଅଜଣା ବ୍ୟାଗ୍ ଯାତ୍ରୀଙ୍କର ବୋଲି ACP କହିଛନ୍ତି । CISF ବ୍ୟାଗ୍ର ଛାନଭିନ କରିଛନ୍ତି । ଏଥିରେ କିଛି ସନ୍ଦେହଜନକ ସାମଗ୍ରୀ ନଥିବା CISF ସୂଚନା ଦେଇଛନ୍ତି ।
You Can Read:
ପନ୍ନୁ ନାଁରେ ଧମକପୂର୍ଣ୍ଣ ଇ-ମେଲ୍ ପରେ ଛାନଭିନ୍ ଆରମ୍ଭ : ଯାଞ୍ଚ ପାଇଁ ପହଞ୍ଚିଲା କ୍ରାଇମବ୍ରାଞ୍ଚ