ୟୁନିଫର୍ମ ସିଭିଲ କୋଡ଼କୁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧ

Published By : Prameya-News7 Bureau | July 01, 2023 IST

ଶିଲଂ: ୟୁନିଫର୍ମ ସିଭିଲ କୋଡ଼ ବା ସମାନ ଆଚରଣ ସଂହିତାକୁ କେଉଁଠି ସମର୍ଥନ ମିଳୁଛି ତ କେଉଁଠି ବିରୋଧ। ଦିଲ୍ଲୀ ଶାସକ ଦଳ ଆମ ଆଦମି ପାର୍ଟି ୟୁସିସିକୁ ସମର୍ଥନ କରିଥିବା ବେଳେ ଉଦ୍ଧବ ଠାକରେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଅପରପକ୍ଷରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହାକୁ ବିରୋଧ କରିଛନ୍ତି। ସେହିପରି ବିରୋଧୀ ଦଳରେ ଆଉ ଜଣେ ମୁଖ୍ୟମନ୍ତ୍ରୀ ସାମିଲ୍ ହୋଇଛନ୍ତି। ସେ ହେଉଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା। ୟୁସିସି ଭାରତର ବିଚାରଧାରା ବିରୋଧରେ ବୋଲି ସାଂଗାମା କହିଛନ୍ତି।

ସେ କହିଛନ୍ତି “ ଭାରତ ବିବିଧତାଭରା ଦେଶ। ଏହା ହିଁ ଆମର ବଳ। ୟୁସିସି ଭାରତର ବିଚାରଧାର ବିରୋଧରେ ଯାଉଛି ବୋଲି ଦଳର ବର୍ତ୍ତମାନର ମତ।” ସାଂଗମା ଆହୁରି କହିଛନ୍ତି ଭାରତର ଉତ୍ତରପୂର୍ବ ରାଜ୍ୟରେ  ସ୍ୱତନ୍ତ୍ର ସଂସ୍କୃତି ରହିଛି। ଆମେ ଚାହିଁବୁ ଯେ ଏଗୁଡ଼ିକ ସେହିଭଳି ରହୁ। ମେଘାଳୟର ଉଦାହରଣ ଦେଇ ସାଗମା କହିଛନ୍ତି “ଉଦାହରଣ ସ୍ୱରୁପ ଆମର ଏକ ମାତ୍ରସତ୍ତାତ୍ମକ ସମାଜ ରହିଛି। ଏହା ହିଁ ଆମର ବଳ ସଂସ୍କୃତି ରହି ଆସିଛି। ବର୍ତ୍ତମାନ ଏହା ଆମ ପାଇଁ ପରିବର୍ତ୍ତନ ହୋଇପାରିବ ନାହିଁ।”

{"width":835,"height":505}

ପଢ଼ନ୍ତୁ-ୟୁସିସିକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧ, କହିଲେ-ଏହା ବିଜେପିର ନିର୍ବାଚନୀ ଏଜେଣ୍ଡା

ତେବେ ୟୁସିସି ଡ୍ରାଫ୍ଟରେ କ’ଣ ରହିଛି ସେ ବିଷୟରେ ନ ଜାଣି ସବୁ କଥା କହିବା ଠିକ୍ ନୁହେଁ ବୋଲି କନରାଡୋ ସାଂଗମା କହିଛନ୍ତି। ସେ କହିଛନ୍ତି “ମୁଁ ଜାଣିନି ଯେ କେଉଁ ପ୍ରକାରର ବିଲ୍ ଆସିବ କେମିତି ହେବ। ତେଣୁ ଡ୍ରାଫ୍ଟର ପ୍ରକୃତ ପ୍ରସଙ୍ଗ ନ ଦେଖି ସବୁ କହିବା କଷ୍ଟସାଧ୍ୟ।”

ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ୟୁସିସି ନେଇ ବୟାନ ଦେବା ପରେ  ପାର୍ଲାମେଣ୍ଟ ସ୍ଥାୟୀ କମିଟି ନୋଟିସ୍ ଜାରି ଜୁଲାଇ 3 ତାରିଖରେ ଏହାର ସମୀକ୍ଷା ବୈଠକ ଡାକିଛି। ବର୍ତ୍ତମାନ ସୁଦ୍ଧା ଆପ୍ ଓ ଶିବସେନା ୟୁସିସିକୁ ସମର୍ଥନ ଘୋଷଣା କରିଥିବା ବେଳେ ଏକାଧିକ ରାଜନୈତିକ ଦଳ ଏହାକୁ ବିରୋଧ କରିଛନ୍ତି।

ଏହି ଖବରଟିକୁ ପଢ଼ନ୍ତୁ-UNSCରେ ଭାରତର ସ୍ଥାୟୀ ସଦସ୍ୟତା ଦାବି, ସମର୍ଥନ କଲେ ବ୍ରିଟେନ ମନ୍ତ୍ରୀ

ସୂଚନା ଥାଉକି ହିମାଚଳ ପ୍ରଦେଶର କନରାଡୋ ସାଂଗମା ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଛନ୍ତି। ତେବେ ଗତ ଥର ଦୁର୍ନୀତି ନେଇ ବିଜେପି ସହିତ ମେଣ୍ଟ କରିବା ପରେ ସାଂଗମା ଏକାକୀ ନିର୍ବାଚନ ଲଢ଼ିଥିଲେ। ହେଲେ ନିର୍ବାଚନ ପରେ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଛନ୍ତି। ସାଂଗମାଙ୍କର ଏଭଳି ବୟାନ ପରେ ମେଣ୍ଟରେ ଫାଟ ସୃଷ୍ଟି ହେଇପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ-ୟୁନିଫର୍ମ ସିଭିଲ କୋଡ଼କୁ ଆପ୍‌ର ସମର୍ଥନ, ୟୁସିସି ବ୍ୟବସ୍ଥା ଦେଶ ପାଇଁ ଦରକାର ବୋଲି କହିଲା ଦଳ

ଅନ୍ୟପଟେ ସଂସଦର ମୌସୁମୀ ଅଧିବେସନରେ ୟୁସିସି ବିଲ୍ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଚଳାଇଥିବା ସୂଚନା ମିଳିଛି। ସେପଟେ ଉତ୍ତରାଖଣ୍ଡର ପୁଷ୍କର ସିଂହ ଧାମୀଙ୍କ ସରକାର ବି ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟାକରୀ କରିବା ନେଇ ଆସନ୍ତାକାଲି ଘୋଷଣା କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.