ଡିଜିଟାଲ ରକ୍ଷାବନ୍ଧନ ! ମେହେନ୍ଦୀରେ QR Code ଆଙ୍କି ଭାଇକୁ ଟଙ୍କା ମାଗୁଛି ଭଉଣୀ

Published By : Prameya-News7 Bureau | August 30, 2023 IST

ରକ୍ଷାବନ୍ଧନରେ ଭଉଣୀ ତାର ଭାଇ ହାତରେ ରାକ୍ଷୀ ବାନ୍ଧେ। ପ୍ରତିବଦଳରେ ଭାଇ ତାର ଭଉଣୀକୁ ଖୁସିରେ କେତେକଣ ଦେଇଥାଏ। ହେଲେ ଯୁଗ ବଦଳିଲାଣି, ଏବେ କ୍ୟୁଆର କୋଡ୍‌ ଦେଖାଇ ଭଉଣୀ ମାଗୁଛି ଟଙ୍କା।  ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟଙ୍କା ନେଣଦେଣରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେଉଛନ୍ତି ଲୋକେ। ଏପରିକି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନର ସୁବିଧା ଥିବାରୁ ଡିଜିଟାଲ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି। ତେବେ କୌଣସି ଫୋନ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ନଦେଇବି QR Code ସହାୟତା ଟଙ୍କା ଟ୍ରାନ୍ସଫର ହୋଇପାରୁଛି। ହେଲେ ମେହେନ୍ଦୀରେ କ୍ୟୁଆର କୋଡ୍‌ କରି ଭାଇକୁ ଟଙ୍କା ମାଗିଲା ଭଉଣୀ।

ଭିଡିଓରେ ଦେଖାଯାଉଛି ଯେ ରକ୍ଷାବନ୍ଧନ ଅବସରରେ ଯୁବତୀ ହାତରେ ମେହେନ୍ଦୀ କରିଛନ୍ତି, କ୍ୟୁଆର କୋଡ୍‌ ବି ମେହେନ୍ଦୀରେ ଡିଜାଇନ୍‌ ହୋଇଛି, ଯୁବତୀ ଜଣକ ରାକ୍ଷୀ ପିନ୍ଧାଇବା ପରେ ତାଙ୍କର ଭାଇକୁ ଏହି କ୍ୟୁଆର କୋଡ୍‌ରେ ସ୍କାନ କରି ଟଙ୍କା ମାଗୁଛନ୍ତି। ଯୁବକ(ଭାଇ) ସେହି କ୍ୟୁଆର କୋଡ୍‌ରେ ସ୍କାନ କରିବା ପରେ ମୋବାଇଲ ଡିସପ୍ଲେରେ ମନି ଟ୍ରାନ୍ସଫର ଆସିଯାଉଛି। ଜାଣନ୍ତୁ ଏହା ପଛରେ କଣ ରହିଛି ସତ୍ୟତା।

wp:html
/wp:html

ୟଶ ମେହେନ୍ଦି ନାମକ ଇନଷ୍ଟାଗ୍ରାମ ୟୁଜର ଏହାକୁ ସେୟାର କରିଛନ୍ତି। ଯାହାକୁ ୯ ଲକ୍ଷ ଲାଇକ୍‌ କରିଥିବା ବେଳେ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି।ସେଠାରେ କ୍ୟାପସନ୍‌ରେ ଲେଖାଯାଇଛି- ଏବେ ରାକ୍ଷୀର ପେମେଣ୍ଟ ଅନଲାଇନ୍‌ରେ ହେବ। ହେଲେ ଏହା ଗୋଟିଏ ମଜାକ୍, ମେହେନ୍ଦୀ କ୍ୟୁଆର କୋଡ୍‌ରେ ପେମେଣ୍ଟ ହୋପାରିବ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।  

ତେବେ କ୍ୟୁଆର କୋଡ୍‌କୁ ଆର୍ଟିଷ୍ଟ ଜଣକ ସୁନ୍ଦର ଭାବେ ଆଙ୍କିଛନ୍ତି, ଯାହା ଆପଣଙ୍କୁ ସତ ବୋଲି ଲାଗିବ। ଏହି ଭିଡିଓ ଟ୍ୱିଟରରେ ମଧ୍ୟ ଭାଇରାଲ ହୋଇଥିବା ହୋଇଥିବା ବେଳେ ଏହାକୁ ଏଡିଟେଡ୍‌ ଭିଡିଓ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.