ପାକିସ୍ତାନକୁ ସୈନ୍ୟ ସହାୟତା ତୁରନ୍ତ ବନ୍ଦ କରାଯାଉ, ଆମେରିକା ସାଂସଦଙ୍କ ଅପିଲ୍‌

Published By : Prameya-News7 Bureau | November 19, 2023 IST

ନୂଆଦିଲ୍ଲୀ: ପାକିସ୍ତାନକୁ ତୁରନ୍ତି ସୈନ୍ୟ ସହାୟତା ବନ୍ଦ କରାଯାଉ। ଏଭଳି କିଛି ଅପିଲ୍ କରି ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍‌ଙ୍କୁ ଚିଠି ଲେଖିଛନ୍ତି ଆମେରିକାର ୧୧ ସାଂସଦ। ସେମାନେ ପାକିସ୍ତାନର କାରନାମା ଏବଂ ରାଜନୀତିକ ଭବିଷ୍ୟତକୁ ନେଇ ଆଶଙ୍କା କରି ଏଭଳି ଅପିଲ୍‌ କରିଛନ୍ତି। ସୂଚନାଥାଉକି, ଇମରାନ ଖାନଙ୍କୁ ହଟାଇବା ପରେ ପାକିସ୍ତାନରେ ଶହବାଜ ସରିଫ ସରକାର ଆସିଥିଲା। ଆଉ ଏହାପରେ ବର୍ତ୍ତମାନ କାମଚଳା ସରକାର ରହିଛି। ଖୁବଶୀଘ୍ର ପାକିସ୍ତାନରେ ନିର୍ବାଚନ ହେବ।

ଏହି ସାଂସଦମାନେ କହିଛନ୍ତି ପାକିସ୍ତାନରେ ଯେପର୍ଯ୍ୟନ୍ତ ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁଯାୟୀ ନିରପେକ୍ଷ ନିର୍ବାଚନ ସମ୍ପନ୍ନ ହୋଇନାହିଁ ଏବଂ ଏକ ସ୍ଥାୟୀ ସରକାର ଗଠନ ହୋଇନାହିଁ ସେପର୍ଯ୍ୟନ୍ତ ସହାୟତା ଦେବା ଠିକ୍‌ ହେବ ନାହିଁ। ଆହୁରି ମଧ୍ୟ ଏହି ସାଂସଦମାନେ ଆମେରିକାରୁ ମିଳୁଥିବା ସହାୟତାର ଭୁଲ ବ୍ୟବହାର ହେଉଥିବା ଆଶଙ୍କା ଜାହିର କରିଛନ୍ତି। ଏହା ବ୍ୟତୀତ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଧର୍ମନିନ୍ଦା ଉପରେ କଡ଼ା ଆଇନ ଉପରେ ମଧ୍ୟ ସାଂସଦମାନେ ଆପତ୍ତି ଜାହିର କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ ବିରୋଧୀ ନାରା ଦେଉଥିବା ଲସ୍କର ଆତଙ୍କବାଦୀ ଆକ୍ରମ ଖାନ୍‌କୁ ପାକିସ୍ତାନରେ ଗୁଳି କରି ହତ୍ୟା

ଆହୁରି ମଧ୍ୟ ସାଂସଦମାନେ କହିଛନ୍ତି, ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରିବା ପାଇଁ ପାକିସ୍ତାନରେ ଧର୍ମନିନ୍ଦା ଆଇନ କଡ଼ା କରାଯାଇଛି। ପାକିସ୍ତାନରେ ୨୦୨୩ରେ ପାସ୍‌ ହୋଇଥିବା ଅପରାଧିକ ଆଇନ୍‌ (ସଂଶୋଧନ) ବିଲ୍‌ ଉପରେ କଡ଼ା ଆପତ୍ତି ରହିଛି। ଏଥିରେ ଧର୍ମୀୟଭାବନକାୁ ନିନ୍ଦା ଆଇନ ମଧ୍ୟ ଆସୁଛି। ପୂର୍ବରୁ ମଧ୍ୟ ଏହାର ବ୍ୟବହାର ଅଳ୍ପସଂଖ୍ୟଙ୍କ ବିରୋଧରେ ହୋଇଛି। ଏବେ ଏହି ବିଧେୟକ ଉପରେ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ହୋଇନାହଁ।

ଚିଠିରେ ଅଗଷ୍ଟ ୧୬ର ଘଟଣା କଥା କୁହାଯାଇଛି। ଯେଉଁଥିରେ ଭିଡ଼ ଚର୍ଚ୍ଚରେ ନିଆଁ ଲଗାଇଦେଇଥିଲେ। ଏହା ବ୍ୟତୀତ ଗିଲଗିତ ବାଲିସ୍ତାନରେ ଶିୟା ସମୁଦାୟର ଲୋକ ମଧ୍ୟ ଏହି ବିଲ୍‌ର ବିରୋଧ କରିଛନ୍ତି। ସାଂସଦମାନେ କହିଛନ୍ତି ଯଦି ଏହି ବିଲ୍‌ ଆଇନ୍‌ରେ ପାରିତ ହେଉଛି ତେବେ ପାକିସ୍ତାନରେ ଧାର୍ମିକ ସ୍ବତନ୍ତ୍ରତା ଶେଷ ହୋଇଯିବ।

ଆହୁରି ପଢ଼ନ୍ତୁ: ସ୍ପେନ୍‌ରେ ଆତଙ୍କୀ ଗତିବିଧି ଅଭିଯୋଗରେ ୧୪ ପାକିସ୍ତାନୀ ଗିରଫ, ସନ୍ଦିଗ୍ଧ ଜିହାଦୀ ନେଟ୍‌ୱାର୍କର ପର୍ଦ୍ଦାଫାସ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.