ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ମଧ୍ୟ ପ୍ରାଚ୍ୟରେ ଆମେରିକାର ଯୁଦ୍ଧପୋତ ନିୟୋଜିତ, ହିଜବୁଲ୍ଲାହ ପାଇଁ ଚେତାବନୀ !

Published By : Prameya-News7 Bureau | November 06, 2023 IST

ନୂଆଦିଲ୍ଲୀ: ଗୋଟିଏ ପଟେ ଜାରି ରହିଛି ଇସ୍ରାଏଲ-ହମାସ ମଧ୍ୟରେ। ଯୁଦ୍ଧର ପ୍ରଭାବ ମଧ୍ୟ ବେଶ୍ ଦେଖିବାକୁ ମିଳୁଛି। ଆଉ ଏହାରି ମଧ୍ୟରେ ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ପରମାଣୁ ଯୁଦ୍ଧପୋତ ନିୟୋଜିତ କରିଛି। ଆଉ ଆମେରିକାର ଏହି ନିଷ୍ପତ୍ତ ଏଭଳି ସମୟରେ ଆସିଛି ଯେତେବେଳେ ହିଜବୁଲ୍ଲାହ ତରଫରୁ ଲଗାତାର ଇସ୍ରାଏଲକୁ ଧମକ ମିଳୁଛି। କୁହାଯାଉଛି ଯେ, ଯଦି ଇସ୍ରାଏଲ ଉପରେ ହିଜବୁଲ୍ଲାହ କିମ୍ବା ଅନ୍ୟ କେହି ଆକ୍ରମଣ କରୁଛି ତେବେ ସେମାନଙ୍କୁ ଆମେରିକା ସହ ଆମ୍ନାସାମ୍ନି ହେବାକୁ ପଡ଼ିବ।

ମଧ୍ୟ ପ୍ରାଚ୍ୟରେ ନିୟୋଜିତ ଓହିୟୋ ଯୁଦ୍ଧପୋତ ବେଶ୍‌ ଭୟଙ୍କର। ଆମେରିକାର ଏହି ଯୁଦ୍ଧପୋତ ନାଁ ହେଉଛି ଓହିୟୋ । ଯାହା ବେଶ୍ ଘାତକ। ଏହି ଯୁଦ୍ଧପୋତରେ ଆଧୁନିକ ଟକ୍‌ ହକ୍ କ୍ରୁଜ ମିସାଇଲ ଖଚିତ ହୋଇଛି। ଏନେଇ ୟୁଏସ ସେଣ୍ଟ୍ରାଲ କମାଣ୍ଡ ତରଫରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି।

ଏଭଳି ରହିଛି ବିଶେଷତ୍ବ:

ଏହି ଯୁଦ୍ଧପୋତ ପରମାଣୁ ଶକ୍ତିରେ ପରିଚାଳିତ। ଶତ୍ରୁ ଅଞ୍ଚଳ​‌ରେ ପ୍ରବେଶ କରି ଏହା ବିନାଶ ରଚିବାରେ ପାରଙ୍ଗମ। ଆମେରିକା ତରଫରୁ ନିୟୋଜିତ କରାଯାଇଥିବା ଏହି ଯୁଦ୍ଧପୋତରେ ୧୫୪ ଟମ ହକ୍ ମିସାଇଲ ଏବଂ ୨୪ ଟ୍ରାଇଡେଣ୍ଟ ମିସାଇଲ ନିୟୋଜିତ ହୋଇପାରିବ। ଏହା ଅନେକ ମାସ ପର୍ଯ୍ୟନ୍ତ ପାଣିରେ ରହିପାରିବ। ଏଥିରେ ଥିବା ଟମ୍‌ ହକ୍ ମିସାଇଲ ନିଜ ସହ ୧ ହଜାର କିଲୋରୁ ଅଧିକ ବିସ୍ଫୋରକ ନେଇପାରିବ। ସେହିଭଳି ଟ୍ରାଇଡେଣ୍ଟ ମିସାଇଲ ପରମାଣୁ ହତିଆର ନେବାରେ ସକ୍ଷମ। ଏଥିରେ ପରମାଣୁ ରିଆକ୍ଟର ଲାଗିଛି ଯାହା ଏହାକୁ ପରିଚାଳିତ କରିଥାଏ।

କୁହାଯାଉଛି ଯେ, ଯୁଦ୍ଧପୋତ ଯେତେ ଗୋପନୀୟ ହେବ, ଶତ୍ରୁ ପାଇଁ ତାହା ସେତିକି ବିପଦ। ଏମିତିରେ ଆମେରିକା ତରଫରୁ ମଧ୍ୟ ପ୍ରାଚ୍ୟରେ ପରମାଣୁ ଯୁଦ୍ଧପୋତ ନିୟୋଜିତ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁବେଳେ ଗୋପନ ଭା‌ବରେ​‌ କାମ କରୁଥିବା ଆମେରିକାର ଯୁଦ୍ଧପୋତର ଏଭଳି ଘୋଷଣା ପଛରେ କୁହାଯାଉଛି ଯେ, ଆମେରିକା ନିଜର ସୁରକ୍ଷା ମଜଭୁତ କରିବାକୁ ଚାହୁଛି। ନିକଟରେ ଏହି ଅଞ୍ଚଳ​ରେ ଇରାନ ବ୍ୟାପକ ସଂଘର୍ଷ ନେଇ ଧମକ ଦେଇଥିଲା।

ରହିଥାଇପାରେ ଏହି ଉଦ୍ଦେଶ୍ୟ

ପ୍ରକୃତରେ ଆମେରିକା ଇରାକ ଏବଂ ସିରିୟାରେ ନିଜର ସମ୍ପତ୍ତି ଉପରେ ଆକ୍ରମଣ ଦେଖିସାରିଛି। ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ ମଧ୍ୟ ଏକଥାର ଘୋଷଣା କରିଛନ୍ତି ଯେ, ମଧ୍ୟ ପ୍ରାଚ୍ୟ ଏବଂ ଇସ୍ରାଏଲରେ ନିଜ ସୁରକ୍ଷାକୁ ଆହୁରି ମଜଭୁତ କରିବ। ଏହା ବ୍ୟତୀତ ଆମେରିକା ଇରାନକୁ ମଧ୍ୟ ଯୁଦ୍ଧକୁ ଓହ୍ଳାଇବାରୁ ରୋକିବାକୁ ଚାହୁଛି । ଅଷ୍ଟିନ୍ ନିଜେ କହିଥିଲେ ଯେ, ସେ ଇସ୍ରାଏଲ-ହମାସ ଯୁଦ୍ଧରେ କୌଣସି ନୂଆ ଦେଶ କିମ୍ବା ସଂଗଠନକୁ ସାମିଲ ହେବାକୁ ଦେବେନାହିଁ। ଆଉ କୁହାଯାଉଛି ଯେ, ଅଷ୍ଟିନ ଏହି ଇସାରା ସିଧାସଳଖ ଇରାନ ଏବଂ ହିଜବୁଲ୍ଲାହକୁ ଆଡ଼କୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.