ବନ୍ଦେ ଭାରତ ସ୍ଲିପର ଟ୍ରେନର ଫାଷ୍ଟ ଲୁକ୍ ଆଉଟ୍, ଫ୍ଲାଇଟ ପରି ସୁବିଧା ମିଳିବ

Published By : Prameya-News7 Bureau | October 27, 2024 IST

ଚେନ୍ନାଇ୨୭/୧୦: ସାମ୍ନାକୁ ଆସିଲା ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ସମ୍ପୂର୍ଣ୍ଣ ପ୍ରଥମ ଲୁକ୍ । ଟଚ୍‌ କଲେ ଖୋଲିବ । ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର କିଛି ଫଟୋ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରୁ ଆସିଛି। ଅନ୍ୟ ଟ୍ରେନ୍ ଅପେକ୍ଷା ଏଥିରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିଛି । ରହିଛି ହାଇଟେକ ସୁବିଧା । ଛୁଇଁବା ମାତ୍ରେ କବାଟ ଖୋଲିବ । ଫ୍ଲାଇଟ ପରି ସୁବିଧା ଉପଲବ୍ଧ । 

୧୬ଟି କୋଚ୍ ସହିତ ଏହି ଟ୍ରେନ୍ ସଂପୂର୍ଣ୍ଣ ଏସି  । ୮୨୦ ଯାତ୍ରୀ ଏକାସାଙ୍ଗରେ ବସିପାରିବେ । ଟ୍ରେନର ଘଣ୍ଟା ପ୍ରତି ବେଗ ୧୬୦ କିଲୋମିଟର ହେବ । ଘଣ୍ଟା ପ୍ରତି ୯୦ କିଲୋମିଟରରୁ ୧୮୦ ବେଗରେ ପ୍ରଥମ ୨ ମାସ ପରୀକ୍ଷା କରାଯିବ । ଏହାର ସିକ୍ୟୁରିଟି ଫିଚର ମଧ୍ୟ ପରୀକ୍ଷା କରାଯିବ । ଏଥିରେ ରହିଛି ଜରୁରୀକାଳୀନ ବ୍ରେକ ସିଷ୍ଟମ । ଏହାର ନିୟନ୍ତ୍ରଣ ବୈଜ୍ଞାନିକ ଢଙ୍ଗରେ ହେବ। 

ପରୀକ୍ଷା କାର୍ଯ୍ୟ ୧୫ ନଭେମ୍ବର ସୁଦ୍ଧା ଶେଷ ହେବ। ଏଥିରେ ଟଚ୍-ଫ୍ରି ବାୟୋ-ଭାକ୍ୟୁମ୍ ଟଏଲେଟ୍ ଏବଂ ଟକ୍-ବ୍ୟାକ୍ ୟୁନିଟ୍ ଲଗାଯାଇଛି। ଟ୍ରେନକୁ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଆଣ୍ଟି-ଆକ୍ସିଡେଣ୍ଟ୍ ପ୍ରଣାଳୀ 'କବଚ' ଏବଂ ଆଣ୍ଟି-କ୍ଲାଇମିଂ ଟେକ୍ନୋଲୋଜି ମଧ୍ୟ ସ୍ଥାପନ କରାଯାଇଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.