ମହାକାଶରୁ କିପରି ଦେଖାଯାଉଛି ବାତ୍ୟା ବିପରଯୋୟ, ସମୁଦ୍ରରେ ଉଠୁଛି ଉଚ୍ଚ ଜୁଆର

Published By : Prameya-News7 Bureau | June 15, 2023 IST

ନୂଆଦିଲ୍ଲୀ: ବାତ୍ୟା ବିପରଯୋୟ ଗୁଜରାଟର କଚ୍ଛ ଆଡକୁ ଭୟଙ୍କର ରୂପ ନେଇ ମାଡ଼ି ଆସୁଛି । ଗୁରୁବାର ସଂଧ୍ୟାରେ ଏହା ସ୍ଥଳଭାଗ ଛୁଇଁପାରେ । ଏହାର ପ୍ରଭାବ ଏବେଠାରୁ ଦେଖିବାକୁ ମିଳୁଛି । ସମୁଦ୍ରରେ ବଡ଼ ବଡ଼ ଜୁଆର ଦେଖିବାକୁ ମିଳୁଛି । ଏହାରି ଭିତରେ ମହାକାଶରୁ ବିପରଯୋୟର ଭୟଭୀତ କଲା ପରି ଫଟୋ ସାମନାକୁ ଆସୁଛି । ଆମେରିକାର ମହାକାଶ ଯାତ୍ରୀ ସୁଲତାନ ଅଲ ନେୟାଦୀ ଏହି ଫଟୋକୁ ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନରୁ ଜାରି କରିଛନ୍ତି ।  

ସୁଲତାନ ଅଲ ନେୟାଦୀଙ୍କ ସେୟାର କରାଯାଇଥିବା ଭିଡିଓରେ ଆରବ ସାଗର ଉପରେ ଏକ ବାତ୍ୟା ଦେଖିବାକୁ ମିଳିଛି । ଯାହା ବିକଟାଳ ରୂପ ଧାରଣ କରୁଥିବା ଦେଖିବାକୁ ମିଳୁଛି । ଭିଡିଓରେ ଉଚ୍ଚ ଉଚ୍ଚ ଜୁଆର ଉଠୁଥିବା ଦେଖିବାକୁ ମିଳୁଛି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ନେୟାଦୀ ଏକ ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଏହି ଭିଡିଓକୁ ମଧ୍ୟ ସେ ଆଇଏସଏସରୁ ଉଠାଇଥିଲେ । ଭିଡିଓରେ ସେ ବାତ୍ୟାର ସ୍ଥିତିକୁ ଦେଖାଇବା ସହ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ଅପିଲ କରିଥିଲେ ।  

wp:html /wp:html

ବାତ୍ୟା ବିପରଯୋୟ ଆଜି ସଂଧ୍ୟାରେ ଗୁଜରାଟର କଚ୍ଛ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ଏଥିପାଇଁ ପାଣିପାଗ ବିଭାଗ ତରଫରୁ ଆଲର୍ଟ ଜାରି କରାଯାଇଛି । ଏହାକୁ ନଜରରେ ରଖି ଗୁଜରାଟ ସରକାର ମଧ୍ୟ ସମସ୍ତ ପ୍ରସ୍ତୁତି କରିଛନ୍ତି । ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳରେ ବାତ୍ୟାର ସବୁଠୁ ଅଧିକ ପ୍ରଭାବ ପଡ଼ିବ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏନଡିଆରଏଫ ପକ୍ଷରୁ କଚ୍ଛରୁ ୪୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Also Read: ୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ୧୦ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୧୮ ରାଜ୍ୟସଭା ସାଂସଦ, କେଉଁଠୁ କିଏ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.