୨୦୨୪ରେ ନିଯୁକ୍ତି କ୍ଷେତ୍ରରେ ୯% ବୃଦ୍ଧି ହୋଇଛି: ଦକ୍ଷିଣ ଭାରତରେ ମିଳିଛି ଅଧିକ ଚାକିରି

Published By : Prameya-News7 Bureau | January 02, 2025 IST

internet

ନୂଆଦିଲ୍ଲୀ: ୨୦୨୪ ବିଦାୟ ନେଇଛି। ଏହି ବର୍ଷରେ କେତେ ନିଯୁକ୍ତି ସୃଷ୍ଟି ହୋଇଛି ତା’ର ରିପୋର୍ଟ ସାମ୍ନାକୁ ଆସିଛି। ବର୍ଷକୁ ବର୍ଷ ଆଧାରରେ ୨୦୨୪ରେ ନିଯୁକ୍ତି କ୍ଷେତ୍ରରେ ୯ ପ୍ରତିଶତ ବୃଦ୍ଧି ହୋଇଛି। ନୌକ୍ରି ଜବସ୍ପିକ୍ ଇଣ୍ଡେକ୍ସ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। କୃତ୍ରିମ ବୁଦ୍ଧିମତା(ଏଆଇ) ଏବଂ ମେସିନ୍ ଲର୍ନିଂ (AI / ML)ରେ ଗତ ବର୍ଷ ନିଯୁକ୍ତିରେ ୩୬% ବୃଦ୍ଧି ହୋଇଛି।  ଏଥିସହିତ ଗ୍ୟାସ୍ (+ ୧୩%), ଏଫଏମସିଜି (+୧୨%) ଭଳି ସ୍ଥିର ଅଭିବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ସ୍ୱାସ୍ଥ୍ୟସେବାରେ (+ 12%) ଅଭିବୃଦ୍ଧି ଦେଖିବାକୁ ମିଳିଛି। 

୨୦୨୪ ସରି ୨୦୨୫ର ନିଯୁକ୍ତି ବଜାର ଆଶାନ୍ୱିତ ଭାବେ ଆଗେଇ ଚାଲିଛି ବୋଲି ନୌକ୍ରି ଡଟ୍ କମର ମୁଖ୍ୟ ବିଜନେଶ ଅଫିସର ପାୟଲ ଗୋୟଲ କହିଛନ୍ତି। ତେବେ ଭାରତରେ ଦକ୍ଷିଣ ଭାରତରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଚେନ୍ନାଇରେ ସର୍ବାଧିକ ୩୫ ପ୍ରତିଶତରୁ ଅଧିକ ନିଯୁକ୍ତି ଦିଆଯାଇଛି। ସେହିପରି ବେଙ୍ଗାଲୁରୁରେ ୨୧ ପ୍ରତିଶତରୁ ଅଧିକ ନିଯୁକ୍ତି ହାର ରହିଛି।  

ରିପୋର୍ଟ ଅନୁସାରେ, ଦୀର୍ଘଦିନ ହେବ ସ୍ଥିର ଥିବା ଏଣ୍ଟ୍ରି ଲେବଲ ନିଯୁକ୍ତି କ୍ଷେତ୍ରରେ ଡିସେମ୍ବର ମାସରେ ବୃଦ୍ଧି ହୋଇଥିଲା। ଡିସେମ୍ବର ମାସରେ ଏଣ୍ଟ୍ରି ଲେବଲ ନିଯୁକ୍ତିରେ ୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା।  

ସ୍ଥାପତ୍ୟ(ଆର୍କିଟେକ୍ସର) ଏବଂ ଇଣ୍ଟେରିୟର ଡିଜାଇନ୍ ଇଣ୍ଡଷ୍ଟ୍ରିରେ ଗତ ମାସରେ ୩୯% ଫ୍ରେସରଙ୍କୁ ନିଯୁକ୍ତି ମିଳିଛି। ଏଥିରେ ଇଣ୍ଟେରିୟର ଡିଜାଇନର୍ ଏବଂ ଭିଡିଓ ଏଡିଟିଂ କ୍ଷେତ୍ରରେ ନିଯୁକ୍ତି ହୋଇଛି। ସେହିପରି ଏଫଏମସିଜି ସେକ୍ଟରରେ ଫ୍ରେଶର୍ ନିଯୁକ୍ତିରେ ସର୍ବାଧିକ ୧୮% ବୃଦ୍ଧି ହୋଇଛି। ବ୍ୟୁଟି ଏବଂ ୱେଲନେସ୍ (+ ୨୬%) ଏବଂ କଞ୍ଜ୍ୟୁମର ଡୁରେବଲ୍ସ (+ ୧୯%) ଫ୍ରେସର ନିଯୁକ୍ତି ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.