ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁ ଗିରଫ, ସମ୍ପତ୍ତିରେ ରହିଛି ୬ ବହୁତଳ କୋଠା ସହ ୫ ପ୍ଲଟ୍

Published By : Prameya-News7 Bureau | September 12, 2024 IST

ଭୁବନେଶ୍ବର ୧୨।୯: ବନ୍ଧାହେଲେ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ । ଭଞ୍ଜନଗର ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଗିରଫ ହୋଇଛନ୍ତି । ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସହକାରୀ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ୬ଟି ବହୁତଳ କୋଠା ସହ ୫ଟି ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ ଟିମ୍‌ ।

ସହକାରୀ ଯନ୍ତ୍ରୀଙ୍କ ଜବତ ସମ୍ପତ୍ତି ମଧ୍ୟରେ ରହିଛି, ବ୍ରହ୍ମପୁର  ତୁଳସୀନଗରରେ ୨.୪ କୋଟି ଟଙ୍କାର ୧୦,୪୦୦ ବର୍ଗଫୁଟରେ ଥିବା ୪ ମହଲା  କୋଠା । ଭଞ୍ଜନଗର ବାଗଦେବୀ ରୋଡ୍‌ରେ ୨.୩ କୋଟି ଟଙ୍କା ମୂଲ୍ୟର ୯,୫୦୦ ବର୍ଗଫୁଟର ଆଉ ଏକ ୪ ମହଲା କୋଠା । ବାଗଦେବୀ ରୋଡ୍‌ରେ ୩୧୧୮ ବର୍ଗଫୁଟର ଆଉ ଏକ ୩ ମହଲା କୋଠା ଠାବ   ହୋଇଛି । ଭଞ୍ଜନଗରରେ ୪ ହଜାର ବର୍ଗଫୁଟ୍‌ର ଆଉ   ଏକ ୩ ମହଲା ଘର ରହିଛି । ଭଞ୍ଜନଗର ଏନ୍‌ଏସି   ୱାର୍ଡ ନମ୍ବର-୬ରେ ୫୮୫୦ ବର୍ଗଫୁଟ୍‌ରେ ଦୁଇ ମହଲା  ଘର ନିର୍ମାଣ ଚାଲିଛି । ଲୁଡୁଲୁଡି ଗାଁରେ ୨ ମହଲା ଘର  ଠାବ ହୋଇଛି ।   ଏହା ବ୍ୟତୀତ  ଭଞ୍ଜନଗର ଓ  ବ୍ରହ୍ମପୁରରେ ୪ଟି  ଦାମୀ ପ୍ଲଟ୍‌ ଠାବ  ହୋଇଛି । ଯାହାର   ମୂଲ୍ୟ ଭିଜିଲାନ୍ସ  ଆକଳନ କରୁଛି ।  ଅସ୍ଥାବର   ସମ୍ପତ୍ତି ମଧ୍ୟରେ ରହିଛି ୨ ଶହ ଗ୍ରାମ୍‌ ସୁନା ଅଳଙ୍କାର, ୨୪ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ।

You Can Read:

ରାଜ୍ୟ କ୍ୟାବିନେଟ୍‌ର ବୈଠକ ଶେଷ, ୩ଟି ପ୍ରସ୍ତାବ ଉପରେ ବାଜିଲା ମୋହର

  • Vigilance
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.