ସହିଦନଗର ଥାନାର ମହିଳା ASIଙ୍କୁ ବାନ୍ଧିଲା ଭିଜିଲାନ୍ସ, ମାମଲାର ରଫାଦଫା ପାଇଁ ନେଉଥିଲେ ୧୫ ହଜାର ଟଙ୍କା

Published By : Prameya-News7 Bureau | July 13, 2023 IST

ଭୁବନେଶ୍ବର ୧୩।୭: ଭୁବନେଶ୍ବରରେ ପୋଲିସକୁ ବାନ୍ଧିଲା ପୋଲିସ । ଭିଜିଲାନ୍ସ ହାବୁଡରେ ପଡିଛନ୍ତି ମହିଳା ଥାନା ଏଏସଆଇ । କମିଶନରେଟ୍ ପୋଲିସ ଅଧିନରେ କାର୍ଯ୍ୟରତ ଏଏସଆଇ ମମତା ବସ୍ତିଆଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ସହିଦନଗର ଥାନାର ମହିଳା ଏଏସଆଇ ମମତା ବସ୍ତିଆଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ଏକ ମାମଲାର ରଫାଦଫା ପାଇଁ ମମତା ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ମାମଲାରେ ସହଯୋଗ ପାଇଁ ଏତଲାକାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି । ସହିଦନଗର ଥାନାରେ ଭିଜିଲାନ୍ସ ଟିମ୍ ଛାନଭିନ୍ କରିଛି । ତେବେ ଏଏସଆଇ ମମତା ବସ୍ତିଆଙ୍କ ଦୁଇଟି ଘରେ cଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ସୂଚନା ରହିଛି ।

You Can Read :

wp:embed {"url":"https://www.prameyanews7.com/10-panchayat-of-malkangiri-district-included-in-setu-scheme/","type":"wp-embed","providerNameSlug":"prameya-news-7"}
https://www.prameyanews7.com/10-panchayat-of-malkangiri-district-included-in-setu-scheme/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.