ମୋ ଠାରୁ ତୁମେ ଅଧିକ ଝଗଡ଼ା କର... କୋହଲିଙ୍କ ପ୍ରଶ୍ନର ଏମିତି କିଛି ଉତ୍ତର ଦେଲେ ଗମ୍ଭୀର

Published By : Prameya-News7 Bureau | September 18, 2024 IST

ମୁମ୍ବାଇ ୧୮।୦୯ : ଯାହା କେହି ଭାବିନଥିଲେ, ତାହା କରି ଦେଖାଇଲା ବିସିସିଆଇ। କ୍ରିକେଟ୍‌ ପଡିଆର ଦୁଇ ମହାରଥୀ ତଥା ବିରାଟ କୋହଲି ଏବଂ କୋଚ ଗୌତମ ଗମ୍ଭୀରଙ୍କ ଏକ ସାକ୍ଷାତକାର ସାମ୍ନାକୁ ଆସିଛିି । ଯାହାର ଭିଡିଓ ବିସିସିଆଇ ନିଜର ଅଫିସିଆଲ୍‌ ‘X’ ଆକାଉଣ୍ଟରେ ସେୟାର କରିଛି ।

ସେୟାର ହୋଇଥିବା ଭିଡିଓରେ ଉଭୟ ବ୍ୟାଟର୍‌ ୨୦୧୧ ବିଶ୍ୱକପ୍‌ ଖେଳିଥିବା ସ୍ମରଣୀୟ ପାରି ବିଷୟରେ ଆଲୋଚନା କରିଥିଲେ । କିପରି ବିଶ୍ୱକପ୍‌ ଫାଇନାଲରେ ଧୈର୍ଯ୍ୟର ସହ ପାରି ଖେଳିଥିଲେ । ଆଉ ଦେଶକୁ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ୍‌ ଟ୍ରଫି ଜିତାଇବାରେ ସହଯୋଗ କରିଥିଲେ ।  

ସେହିପରି ସାକ୍ଷାତକାର ଆରମ୍ଭରୁ ବିରାଟଙ୍କୁ କୋଚ୍‌ ଗମ୍ଭୀର କହିଛନ୍ତି ଯେ, ମୋତେ ମନେ ଅଛି ତୁମେ ଅଷ୍ଟ୍ରେଲିଆ ସିରିଜ୍‌ର ଜୋରଦାର ପ୍ରଦର୍ଶନ କରିଥିଲ। ତୁମ ବ୍ୟାଟ୍‌ରୁ ଢେର୍‌ ସାରା ରନ୍‌ ବାହାରିଥିଲା। ସେହି ଗସ୍ତରେ ତୁମେ ଅଲ୍‌ଗା ଜୋନ୍‌ରେ ଥିଲ । ତୁମର ସେହି ସିରିଜ୍‌ରେ ବ୍ୟାଟିଂ ଦେଖିଲେ, ମୋତେ ମୋର ନାପିଅରରେ ଖେଳିଥିବା ଇନିଂସ କଥା ମନେ ପଡିଯାଏ । ୨୦୧୪-୧୫ରେ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଚାରୋଟି ଟେଷ୍ଟ ମ୍ୟାଚ୍‌ ଖେଳି ୬୯୨ ରନ୍‌ ସଂଗ୍ରହ କରିଥିଲେ । ୮୬.୫୦ ପ୍ରତିଶତରେ ରନ୍‌ ସଂଗ୍ରହ କରିଥିଲେ ବିରାଟ । ସେହିପରି ୨୦୦୯ରେ ନ୍ୟୁଜିଲାଣ୍ଡ ଗସ୍ତରେ ଥିଲା ଟିମ୍‌ ଇଣ୍ଡିଆ। ନାପିଅରରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଉପରେ ପରାଜୟର ବିପଦ ଥିଲା । ଯେଉଁଠି ଗୌତମ ଗମ୍ଭୀର ୪୩୬ ବଲ୍‌ ଖେଳି ୧୩୭ ରନ୍‌ କରିଥିଲେ । ଆଉ ଭାରତକୁ ପରାସ୍ତରୁ ରକ୍ଷା କରିଥିଲେ । 

ଏହାପରେ ଗୌତମ ଗମ୍ଭୀରଙ୍କୁ ବିରାଟ କୋହଲି ପଚାରିଥିଲେ କି, ଯେତେବେଳେ ଆପଣ ମୈଦାନରେ ବିରୋଧୀ ଟିମ୍‌ଙ୍କ ସହିତ ଲଢେଇ କରନ୍ତି । ଯାହାଦ୍ୱାରା ସେମାନେ ନିଜର କମ୍ଫୋଟ ଜୋନ୍‌ରୁ ବାହାରକୁ ଆସନ୍ତୁ , ଆଉ ଆଉଟ୍‌ ହୋଇଯାଆନ୍ତି । ଏହା ଆପଣଙ୍କୁ ମୋଟିଭେଟ୍‌ କରେକି... ଏହାର ଉତ୍ତର ଦେଇ ହସିକି ଗମ୍ଭୀର କହିଥିଲେ କି,  ମୋତେ ଲାଗୁଛି କି ପଡିଆରେ ମୋ ଠାରୁ ତୁମେ ବୋଧେ ଅଧିକ ଲଢେଇ କରିଥାଏ । ଏହାର ଉତ୍ତର ତୁମେ ମୋ ଠାରୁ ଅଧିକ ଭଲରେ ଦେଇପାରିବ । 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.