୫୦୦ତମ ମ୍ୟାଚ୍‌ରେ ୭୬ତମ ଶତକ ହାସଲ କଲେ ବିରାଟ କୋହଲି, ଭାଙ୍ଗିଲେ ସଚିନଙ୍କ ରେକର୍ଡ

Published By : Prameya-News7 Bureau | July 21, 2023 IST

ନୂଆଦିଲ୍ଲୀ: ଦୀର୍ଘ ସମୟ ପରେ ବିଦେଶ ମାଟିରେ ଶତକ ଅର୍ଜନ କରିବାରେ ସଫଳ ହୋଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ପୋର୍ଟ ଅଫ ସ୍ପେନରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ କୋହଲି ଶତକ ହାସଲ କରିଛନ୍ତି। ଦୀର୍ଘ ୫ ବର୍ଷ ପରେ ବିଦେଶ ମାଟିରେ ଶତକ ମାରିବାରେ ସକ୍ଷମ ହୋଇଛନ୍ତି ଭାରତର ଏହି ତାରକା ବ୍ୟାଟର। ଟେଷ୍ଟ କ୍ରିକେଟ୍‌ରେ ଏହା ତାଙ୍କର ୨୯ତମ ଏବଂ କ୍ୟାରିୟର ୭୬ତମ ଶତକ।

ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନରେ ବିରାଟ କୋଲି ୮୭ ରନ କରି ଅପରାଜିତ ଥିଲେ। ଦ୍ଵିତୀୟ ଦିନରେ ଶତକ ପୂରଣ ପାଇଁ ତାଙ୍କୁ ୧୩ ରନ ଦରକାର ଥିଲା। ଭାରତୀୟ ଇନିଂସର ୯୧ତମ ଓଭରରେ ଗାବେରଲଙ୍କ ଓଭରରେ ଚୌକା ମାରି ମୋଟ୍ ୧୮୦ ବଲ୍‌ରୁ ନିଜର ଶତକ  ପୂରା କରିଛନ୍ତି। ଏଥିରେ ୧୧ ଚୌକା ସାମିଲ୍।  ଏଥିସହ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ପରେ ସର୍ବାଧି ଶତକ ଲଗାଇବା ମାମଲାରେ କୋହଲି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। କୋହଲି ୨୦୬ ବଲ୍‌ରୁ ୧୨୧ ରନର ଇନିଂସ ଖେଳି ପାଭିଲିୟନ ଫେରିଛନ୍ତି।

ଏହା ପୂର୍ବରୁ ସେ ବିଦେଶ ମାଟିରେ ଶେଷ ଟେଷ୍ଟ ଶତକ ୨୦୧୮ ଡିସେମ୍ବର ୧୬ ତାରିଖରେ ଅଷ୍ଟ୍ରେଲିଆର ପର୍ଥରେ ହାସଲ କରିଥିଲେ। ଏବେ ୧୬୭୭ ଦିନ ଏବଂ ୩୧ ଇନିଂସ ପରେ ସେ ବିଦେଶ ମାଟିରେ ଶତକ ଅର୍ଜନ କରିଛନ୍ତି। ଏହା କୋହଲିଙ୍କ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ଟେଷ୍ଟ ଶତକ। ଏହା ପୂର୍ବରୁ ସେ ନର୍ଥସାଉଣ୍ଡରେ ୨୦୦ ରନ ଏବଂ ରାଜକୋଟ୍‌ ଟେଷ୍ଟରେ ୧୩୯ ରନର ଇନିଂସ ଖେଳିଥିଲେ।

କୋହଲି ଏବେ ଟେଷ୍ଟ ଶତକ ମାମଲାରେ ଅଷ୍ଟ୍ରେଲିଆର ଡନ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। କୋହଲିଙ୍କ ଚଳିତ ବର୍ଷ ଟେଷ୍ଟ କ୍ରିକେଟ୍‌ରେ ଏହା ହେଉଛି ଦ୍ଵିତୀୟ ଶତକ। ଏହା ପୂର୍ବରୁ ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଅହମ୍ମଦାବାଦ ଟେଷ୍ଟରେ ୧୮୬ ରନର ଇନିଂସ ଖେଳିଥିଲେ। ଫାବ-୪ ବ୍ୟାଟରଙ୍କ ମଧ୍ୟରେ କୋହଲିଙ୍କଠୁ ଟେଷ୍ଟରେ ଅଧିକ ଶତକ ଷ୍ଟିଭ ସ୍ମିଥ(୩୨) ଏବଂ ଜୋ ରୁଟ୍(୩୦)ଙ୍କ ନାମ ରହିଛି। କୋହଲି କେନ ଓ୍ଵିଲିୟମସନ(୨୮)ଙ୍କୁ ପଛରେ ପକାଇଛନ୍ତି।

wp:heading {"level":4}

ଅଧିକ ପଢନ୍ତୁ- ଋଷଭ ପନ୍ତଙ୍କ ଜିମ୍ ସେସନର ଭିଡିଓ ଦେଖି ଚକିତ ହୋଇଯିବେ ପ୍ରଶଂସକ, ମଇଦାନକୁ ଫେରିବା ପାଇଁ ବୁହାଉଛନ୍ତି ଝାଳ

/wp:heading

ସଚିନଙ୍କ ରେକର୍ଡ ଭାଙ୍ଗିଲେ

ସଚିନ ତେନ୍ଦୁଲକର ନିଜର ପ୍ରଥମ ୪୯୯ ଅନ୍ତର୍ଜାତୀୟ ମ୍ୟାଚ୍‌ର ୫୬୯ ଇନିଂସରେ ୪୮.୫୧ ହାରରେ ୨୪, ୮୩୯ ରନ କରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୬୮.୭୧ ରହିଥିଲା। ସଚିନ ଏହି ସମୟରେ ୭୫ ଶତକ ଏବଂ ୧୧୪ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ନିଜର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଦିନିକିଆ ଫର୍ମାଟ୍‌ରେ ଖେଳିଥିଲେ ଏବଂ ବ୍ୟକ୍ତିଗତ ୩୫ ରନରେ ଆଉଟ୍ ହୋଇଥିଲେ।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ସର୍ବାଧିକ ଶତକ

୧୩- ସୁନିଲ ଗାଭାସ୍କର

୧୨- ଜ୍ୟାକ୍ସ କାଲିସ

୧୨- ବିରାଟ କୋହଲି

୧୧- ଏବି ଡିଭିଲିୟର୍ସ

ଟେଷ୍ଟରେ ନମ୍ବର ୪ରେ ସର୍ବାଧିକ ଶତକ

୪୪- ସଚିନ ତେନ୍ଦୁଲକର(ଭାରତ)

୩୫- ଜ୍ୟାକ୍ସ  କ୍ୟାଲିସ(ଦକ୍ଷିଣ ଆଫ୍ରିକା)

୩୦- ମୋହଲେ  ଜୟବର୍ଦ୍ଧନ(ଶ୍ରୀଲଙ୍କା)

୨୫- ବିରାଟ କୋହଲି(ଭାରତ)

୨୪- ବ୍ରାଏନ ଲାରା(ଓ୍ଵେଷ୍ଟଇଣ୍ଡିଜ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.