ବିରାଟ ଏଠି ବି ନମ୍ବର-୧, ସବୁଠୁ ଅଧିକ ସର୍ଚ୍ଚ କରାଯାଉଥିବା କ୍ରିକେଟର

Published By : Prameya-News7 Bureau | July 10, 2023 IST

ମୁମ୍ବାଇ ୧୦।୦୭ : ବିରାଟ କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ । ପଡିଆରେ ଅନେକ ରେକର୍ଡକୁ ନିଜ ନାମର ବିରାଟ କରିଥିବାର ଜାଣିଛନ୍ତି । କିନ୍ତୁ ଏବେ ପଡିଆ ବାହାରେ ଆଉ ଏକ ରେକର୍ଡକୁ ନିଜ ରେକର୍ଡ ବୁକ୍‌ରେ ସାମିଲ କରିଛନ୍ତି କୋହଲି ।

wp:embed {"url":"https://www.prameyanews7.com/fastest-to-complete-15000-runs-in-international-cricket/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fastest-to-complete-15000-runs-in-international-cricket/
/wp:embed

ବିରାଟ କୋହଲି । ବର୍ତ୍ତମାନ ସମୟରେ ସର୍ବଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ । ନିଜକୁ ଫିଟ୍‌ ଓ ଟିମ୍‌ ପାଇଁ ସଠିକ୍‌ ସମୟରେ ଭଲ ଖେଳ ପ୍ରଦର୍ଶନ କରିଥାନ୍ତି କୋହଲି । ଯାହାଫଳରେ ଟିମ୍‌କୁ ବିଜୟ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି କିଙ୍ଗ୍‌ କୋହଲି । ତେବେ ଏହି କ୍ରମରେ ବିରାଟଙ୍କ ନାଁରେ ଆଉ ଏକ କାରନାମା ଯୋଡି ହୋଇଛି । ଓ୍ୱିକିପିଡିଆରେ ସବୁଠୁ ଅଧିକ ଥର ଯେଉଁ କ୍ରିକେଟରଙ୍କ ନାଁ ସର୍ଚ୍ଚ ହେଉଛି । ସେଥିରେ ସବୁଠୁ ଆଗରେ ରହିଛନ୍ତି ରନ୍‌ ମେସିନ୍‌ ବା ବିରାଟ କୋହଲି । ଦୁନିଆରେ ଯେତେ କ୍ରିକେଟର ଅଛନ୍ତି । ସେମାନଙ୍କ ତୁଳନାରେ ବିରାଟ୍‌ ବହୁ ଆଗରେ ରହିଛନ୍ତି ।

{"id":815093,"sizeSlug":"full","linkDestination":"none"}

ତେବେ ଏହି ତାଲିକାରେ କ୍ରିକେଟର ହିସାବରେ ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଥିବା ବେଳେ ତାଙ୍କ ପଛକୁ କ୍ୟାପଟେନ୍‌ କୁଲ୍‌ ବା ମହେନ୍ଦ୍ର ସିଂହ ଧୋନି ରହିଛନ୍ତି । ଧୋନିଙ୍କ ପରେ ଶୁଭମନ୍‌ ଗିଲ୍‌ ଏବଂ ଷ୍ଟିଭ୍‌ ସ୍ମିଥ୍‌ ରହିଛନ୍ତି । ଏମାନଙ୍କ ପଛକୁ ଉସ୍‌ମାନ ଖ୍ୱାଜା ଏବଂ ସଚ୍ଚିନ ତେନ୍ଦୁଲକର ରହିଛନ୍ତି ।

wp:embed {"url":"https://www.prameyanews7.com/ishant-sharma-will-be-a-commentator-for-the-west-indies-vs-india-series/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ishant-sharma-will-be-a-commentator-for-the-west-indies-vs-india-series/
/wp:embed

ସୂଚନାଯୋଗ୍ୟ ଯେ, ୨୦୧୧ରେ ଟିମ ଇଣ୍ଡିଆ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ ବିରାଟ କୋହଲି । ଏବେ ସୁଦ୍ଧା ୧୦୯ଟି ଟେଷ୍ଟ ମ୍ୟାଚ୍‌ ଖେଳିସାରିଛନ୍ତି । ଏଥିରେ ୨୮ଟି ଶତକ ହାସଲ କରିଥିବା ବେଳେ ୨୮ଟି ଅର୍ଦ୍ଧଶତକ ରହିଛି ।ଏବେ ଯାଏଁ ୮୪୭୯ ରନ୍‌ ସଂଗ୍ରହ କରିସାରିଛନ୍ତି । ୨୫୪ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।

wp:embed {"url":"https://www.prameyanews7.com/virat-kohil-and-rohit-sharma-out-for-t-20/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohil-and-rohit-sharma-out-for-t-20/
/wp:embed

ସେହିପରି ୨୦୦୮ରେ ଦିନିକିଆ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ । ଏବେ ଯାଏଁ ମୋଟ ୨୭୪ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ୧୨,୮୯୮ ରନ୍‌ ସଂଗ୍ରହ କରିଛନ୍ତି । ଦିନିକିଆ କ୍ରିକେଟରେ ମୋଟ ୪୬ଟି ଶତକ ତାଙ୍କ ନାଁରେ ରହିଥିବା ବେଳେ ୬୫ଟି ଅର୍ଦ୍ଧଶତକ ରହିଛି । ୧୮୩ ତାଙ୍କର ସର୍ବାଧିକ ସ୍କୋର ରହିଛି । ସେହିପରି ୨୦୧୦ରେ ଟି-୨୦ କ୍ରିକେଟ୍‌ର ଡେବ୍ୟୁ କରିଥିଲେ ବିରାଟ । ମୋଟ ୧୧୫ଟି ମ୍ୟାଚ୍‌ ଖେଳି ୪୦୦୮ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ହାସଲ କରିଥିବା ବେଳେ ୩୭ଟି ଅର୍ଦ୍ଧଶତକ ରହିଛି ।

wp:embed {"url":"https://www.prameyanews7.com/teamindias-squad-for-t20i-series-against-the-west-indies-announced/","type":"wp-embed","providerNameSlug":"prameya-news-7"}
https://www.prameyanews7.com/teamindias-squad-for-t20i-series-against-the-west-indies-announced/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.