ବଢୁଛି ଦୟା ଓ ରାଜୁଆ ନଦୀର ଜଳସ୍ତର, ନଦୀକୂଳିଆବାସୀ ଭୟଭୀତ

Published By : Prameya-News7 Bureau | August 01, 2024 IST

କଣାସ ୧।୮: ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଓ ମହାନଦୀର ବନ୍ୟାଜଳ ପୁରୀ କଣାସ ଦୟା ଓ ରାଜୁଆ ନଦୀରେ ପ୍ରବାହିତ ହେବା ପରେ ଧୀରେ ଧୀରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଯାହାକୁ ନେଇ କଣାସ ଓ ଡେଲାଙ୍ଗବାସୀଙ୍କ ମନରେ ବନ୍ୟାର ଭୟ ସୃଷ୍ଟି ହୋଇଛି । ବିଶେଷକରି କଣାସ ତଳିଆ ଅଞ୍ଚଳ ଓ ଚିଲିକା ତଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଉପର ମୁଣ୍ଡର ବନ୍ୟାଜଳ ଏହି ଦୁଇଟି ନଦୀ ଦେଇ ଚିଲିକାକୁ ପ୍ରଭାବିତ ହୋଇଥାଏ । ଯାହାକୁ ନେଇ ବର୍ତ୍ତମାନ ଦୁଇଟି ନଦୀର ଜଳସ୍ତର ଏବେ ବଢିବାରେ ଲାଗିଛି । କଣାସ ଓ ଡେଲାଙ୍ଗ ଅଞ୍ଚଳର ନଦୀକୂଳିଆବାସୀ ଭୟଭୀତ ଅଛନ୍ତି । ବନ୍ୟାଜଳ ଆସିବା ପରେ ରାଜୁଆ ଓ ଦୟା ନଦୀ କୂଳରେ ହୋଇଥିବା ଚାଷୀଙ୍କ ଫସଲ ସବୁ ନଷ୍ଟ ହୋଇ ଚାଷୀଙ୍କ ଦୁଃଖ ଦ୍ବିଗୁଣିତ ହୋଇଛି  । ସେହିଭଳି ଡେଲାଙ୍ଗର ନୂଆହାଟ ଠାରେ ଦୟା ନଦୀବନ୍ଧ ଧୀରେ ଧୀରେ ତଳକୁ ଦବିବା ପରେ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ପୂର୍ବରୁ ନଦୀବନ୍ଧ କାର୍ଯ୍ୟରେ ୨୫ ଲକ୍ଷ ଟଙ୍କାକୁ ଠିକାଦାର ଓ ଯନ୍ତ୍ରୀ ଆତ୍ମସାତ କରିଥିବା ଅଭିଯୋଗ ଆଣିଛି ସ୍ଥାନୀୟ ଲୋକେ । ଏପଟେ ବର୍ତ୍ତମାନର ବନ୍ୟା ପରିସ୍ଥିତିକୁ ନେଇ କଣାସ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ରାତିଅଧିଆ ଦୟା ଓ ରାଜୁଆ ନଦୀବନ୍ଧ ବୁଲି ଦେଖିବା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ତହସିଲଦାର କହିଛନ୍ତି ।

You Can Read:

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୨ ଗେଟ୍, ୧୨ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.