ପଶ୍ଚିମବଙ୍ଗ ଜଲପାଇଗୁଡିରେ ମର୍ମନ୍ତୁଦ ଦୁର୍ଘଟଣା, କଞ୍ଚନଜଙ୍ଗାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍

Published By : Prameya-News7 Bureau | June 17, 2024 IST

କୋଲକାତା ୧୭/୦୬: ପଶ୍ଚିମବଙ୍ଗର ନୂଆ ଜଲପାଇଗୁରିରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କଞ୍ଚନଜଙ୍ଗାକୁ ଏକ୍ସପ୍ରେସ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଧକ୍କା ହେତୁ କଞ୍ଚନଜଙ୍ଗା ଏକ୍ସପ୍ରେସର ଅନେକ ବଗି ଲାଇନ ଚ୍ୟୁତ ହୋଇଛି । ତେବେ ଏଥିରେ ପାଞ୍ଚରୁ ୬ ଜଣ ମୃତାହତ ହୋଇଥିବା ସୂଚନା ମିଳିଛି । 


ସୋମବାର ସକାଳ ପ୍ରାୟ ୯ଟା ସମୟରେ ଘଟିଛି ଏହି ଦୁର୍ଘଟଣା । ମାଲଗାଡି ଟ୍ରେନ୍ ସିଲଦା ଯାଉଥିବା କଞ୍ଚନ୍ଜୁଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, ଲୋକଙ୍କ ଚିତ୍କାର ଅନେକ ମାତ୍ରାରେ ଶୁଭିଥିଲା । କାରଣ ଟ୍ରେନର ବଗିଗୁଡିକ ଅନେକ ଫୁଟ ଉପରକୁ ଉଠିଯାଇଥିଲା । 


ଉତ୍ତର-ପୂର୍ବ ରେଳବାଇ କହିବା କଥା ନୂଆ ଜଲପାଇଗୁଡିର ରଙ୍ଗାପାନିରେ ଟ୍ରେନ୍ ଦୁର୍ଘଟଣାର ସାମ୍ନାକୁ ଆସିଛି । ଦୁର୍ଘଟଣା ପରେ ପ୍ରବଳ ବର୍ଷା ମଧ୍ୟରେ ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି।

ସେକହିଛନ୍ତି ଯେ ଦାର୍ଜିଲିଂ ଟ୍ରେନ୍ ଦୁର୍ଘଟଣା ଖବର ମୋତେ ଚକିତ କରିଛି। ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟ, ଡାକ୍ତରୀ ଟିମ୍ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.