ପର୍ଣ୍ଣ ତ ପୁରୁଣା ହୋଇଗଲାଣି! କିଛି ମଜାଦାର ଆଣନ୍ତୁ: ଭ୍ଲାଦିମୀର ପୁଟିନ

Published By : Prameya-News7 Bureau | December 20, 2024 IST

ମସ୍କୋ ୨୦।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ‘ଡାୟରେକ୍ଟ ଲାଇନ୍’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ପର୍ଣ୍ଣ ସାଇଟ୍ ନେଇ ବୟାନ ଦେଇଛନ୍ତି। ସାକ୍ଷାତକାରରେ ପର୍ଣ୍ଣ ନିଷିଦ୍ଧ ନିମନ୍ତେ ଦାବି ହୋଇଥିଲା। ତେବେ ପୁଟିନ କହିଛନ୍ତି ଯେ କିଛି ମଜାଦାର ବିକଳ୍ପ ଦରକାର। ଦୀର୍ଘ ୪ ଘଣ୍ଟାର ଏହି ସାକ୍ଷାତକାରରେ ପୁଟିନ ପର୍ଣ୍ଣର ବ୍ୟାପକ ବୈଶ୍ୱିକ ଲୋକପ୍ରିୟତାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ସାରା ବିଶ୍ୱରେ ପର୍ଣ୍ଣ ଦେଖାଯାଉଛି। ଏହା କେବଳ ଆମ ପାଇଁ ନୁହେଁ  ସମସ୍ତଙ୍କ ପାଇଁ ଏକ ପ୍ରସଙ୍ଗ। ଏଣୁ ପୁଟିନ ଲୋକଙ୍କ ନିମନ୍ତେ ବିକଳ୍ପ ନିମନ୍ତେ ପରାମର୍ଶ ଦେଇଛନ୍ତି।

ଋଷିଆରେ ଲଗାତାର ଜନସଂଖ୍ୟା ହ୍ରାସ ହେବାରେ ଲାଗିଛି। ଏହି ସମସ୍ୟାକୁ ନଜରରେ ରଖି ସେ ତାଙ୍କ ଦେଶବାସୀଙ୍କୁ ‘ଡ୍ୟୁଟି ସମୟରେ ବ୍ରେକ ବେଳେ ଶାରୀରିକ ସମ୍ପର୍କ ସ୍ଥାପନା’ ନିମନ୍ତେ ପରାମର୍ଶ ଦେଇଥିଲେ। ଏଥିର ବାର୍ଷିକ ‘ଡାୟରେକ୍ଟ ଲାଇନ’ କାର୍ଯ୍ୟକ୍ରମରେ ପର୍ଣ୍ଣକୁ ନିଷିଦ୍ଧ କରିବା ନେଇ ନିଜର ବିଚାର ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହାକୁ ବ୍ୟାନ କରିବା ଏକ ଉପାୟ ହୋଇପାରେ, ହେଲେ ଏଥି ପାଇଁ ଅନ୍ୟ ବିକଳ୍ପ ଆଣିବାକୁ ପଡିବ, ଯେଉଁଥିରେ ଲୋକଙ୍କ ଋଚି ରହୁଥିବ। 

ପୁଟିନ ତାଙ୍କ କାର୍ଯ୍ୟକ୍ରମରେ ପର୍ଣ୍ଣ ବ୍ୟାନ୍ ନେଇ ନିଜେ ପ୍ରଶ୍ନ ଉଠାଇଥିଲେ, ପଚାରିଥିଲେ ଏହାର ଜବାବ କଣ ହୋଇପାରେ? ସାଧାରଣ ରୂପେ ଆମେ ଏହା ଉପରେ କଟକଣା ଲଗାଇ ଦେଇପାରୁ, ହେଲେ ଆପଣଙ୍କୁ ଏପରି ବିକଳ୍ପ ଉପସ୍ଥାପନା କରିବାକୁ ହେବ ଯାହା ପର୍ଣ୍ଣ ସାଇଟ୍ ଠାରୁ ଅଧିକ ରୋଚକ ହୋଇଥିବ।  ଯାହା ଦ୍ୱାରା କୌଣସି ବ୍ୟକ୍ତି ସେଠାକୁ ଯାଇ ମୁଁ ଏହା ପୂର୍ବରୁ ଦେଖିସାରିଛି ବୋଲି ଅନୁଭବ କରେ ଓ ସେ ଯେପରି କହେ ମୁଁ ଅନ୍ୟ କିଛି ଦେଖିବାକୁ ଚାହେଁ।  

ରିପୋର୍ଟ ଅନୁସାରେ ପୁଟିନ କହିଛନ୍ତି ଯେ ଋଷୀୟ ଲୋକଙ୍କ ସଂରକ୍ଷଣ ଆମର ସର୍ବୋଚ୍ଚ ଜାତୀୟ ପ୍ରାଥମିକତା। ଋଷିଆର ଭାଗ୍ୟ ଏହି କଥା ଉପରେ ନିର୍ଭର କରେ ଯେ ଆମ ଭିତରୁ କେତେ ଲୋକ ରହିବେ? ଏହା ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏଥି ମଧ୍ୟରେ କ୍ରେମଲିନ ଏହି ପ୍ରସଙ୍ଗର ସମାଧାନ ନିମନ୍ତେ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି। ଏଥିରେ ମସ୍କୋରେ ୧୮ରୁ ୪୦ ବର୍ଷ ବୟଷ୍କା ମହିଳାଙ୍କ ନିଶୁଳ୍କ ପ୍ରଜନନ ଯାଞ୍ଚ ଓ ପ୍ରଜନନ ସ୍ୱାସ୍ଥ୍ୟର ଆକଳନ ଆଦି କାର୍ଯ୍ୟକ୍ରମ କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.