ଏଲନ ମସ୍କଙ୍କର ଟ୍ୱିଟରକୁ ଟକ୍କର ଦେବ ବ୍ଲୁସ୍କାଏ; ସୋସିଆଲ୍ ମିଡିଆରେ ପ୍ଲାଟ୍‌ଫର୍ମରେ ଜ୍ୟାକ୍ ଡର୍ସୀଙ୍କ ଜବରଦସ୍ତ ଏଣ୍ଟ୍ରି

Published By : Prameya-News7 Bureau | March 01, 2023 IST

ୱାଶିଂଟନ: ଏଲନ ମସ୍କ ଟ୍ୱିଟର କିଣିବା ପରେ ସୋସିଆଲ୍ ମିଡିଆ ସାଇଡ୍‌ରେ ଅନେକ ପରିବର୍ତ୍ତନ କଲେ। ଛଟେଇ, ଓ ବ୍ଲୁ-ଟିକ୍‌ ସବ୍ସକ୍ରିପ୍‌ସନ ପଲିସି ଆଦି ନୀତି ଫଳରେ ଟ୍ୱିଟର ଗ୍ରାହକଙ୍କ ପାଇଁ ମହଙ୍ଗା ହୋଇଗଲା। ଏଥିପାଇଁ ଲକ୍ଷାଧିକ ୟୁଜର ଏବେ ଟ୍ୱିଟର ଛାଡ଼ି ଅନ୍ୟ ସୋସିଆଲ୍ ମିଡିଆ ସାଇଡ୍‌ଆଡ଼େ ମୁହାଁଇଲେଣି।

ଏହାରି ଭିତରେ ଟ୍ୱିଟର ପୂର୍ବତନ ସହସଂସ୍ଥାପକ ଜ୍ୟାକ୍ ଡର୍ସି ଏବେ ଆଉ ଏକ ଆପ୍ ନେଇ ଆସୁଛନ୍ତି। ଯାହାର ନାଁ ହେଲା ବ୍ଲୁସ୍କାଏ। ଏହା ଟ୍ୱିଟର ଭଳି ଏକ ସୋସିଆଲ୍ ଆପ୍। ଏଥିରେ ମଧ୍ୟ ଟ୍ୱିଟର ଭଳି ଅନ୍ୟାନ୍ୟ ସୁବିଧା ଦିଆଯାଇଛି।

Jack Dorsey's Twitter competitor 'Bluesky' is on the App Store

ଏବେ ଆସନ୍ତୁ 'ବ୍ଲୁସ୍କାଏ' ଆପ୍ ବିଷୟରେ ଅଧିକ ଜାଣିବା

ଟ୍ୱିଟର ଭଳି 'ବ୍ଲୁସ୍କାଏ' ଏକ ସୋସିଆଲ୍ ମିଡିଆ ଆପ୍। ଏଥିରେ ମଧ୍ୟ ଗ୍ରାହକ ମୁକ୍ତ ଭାବେ ନିଜ ପୋଷ୍ଟ କରିପାରିବେ। ବର୍ତ୍ତମାନ ଏହି ଆପ୍ ପରୀକ୍ଷଣ ପର୍ଯ୍ୟାୟରେ ଥିବା ବେଳେ ପ୍ରଥମେ ଏହାର IOS ଭର୍ସନ ରିଲିଜ୍ ହୋଇଛି। ବର୍ତ୍ତମାନ ଏହା ଆପଲ୍‌ ଷ୍ଟୋର୍‌ରେ ଉପଲବ୍ଧ ଅଛି। ବ୍ଲୁସ୍କାଏ ଗୁଇନ୍ଦା ସଂସ୍ଥାର ସୂଚନା ଅନୁସାରେ ପରୀକ୍ଷଣ ପର୍ଯ୍ୟାୟରେ ଥିବା ଏହି ଆପ୍‌କୁ ପାଖାପାଖି ୨ ହଜାର ଲୋକ ଡାଉନ୍‌ଲୋଡ୍ କରିସାରିଲେଣି।

ରିପୋର୍ଟ ଅନୁସାରେ, ବ୍ଲୁସ୍କାଏ ଆପ୍‌ରେ ଗ୍ରାହକ ୨୫୬ କ୍ୟାରେକ୍ଟରରେ ପୋଷ୍ଟ କରିପାରିବେ। ଏଥିରେ ଫଟୋ ବି ଅପ୍‌ଲୋଡ କରାଯାଇପାରିବ। ପୋଷ୍ଟ ଏରିଆରେ ଟ୍ୱିଟର  ହ୍ୱାଟ୍ସ ହାପେନିଂ ବୋଲି ଲେଖିଥାଏ। ତେବେ ବ୍ଲୁସ୍କାଏରେ ହ୍ୱାଟ୍ସ ଅପ୍ ? ଲେଖାଯାଇଛି। ବ୍ଲୁସ୍କାଏ ୟୁଜରଙ୍କୁ ମ୍ୟୁଟ, ବ୍ଲକ୍ ଆକାଉଣ୍ଟ ଭଳି ସୁବିଧା ଦେଉଥିବା ବେଳେ ଆଡ୍‌ଭାନ୍ସ ଟୁଲ୍ ଯଥା 'ଆଡିଂ ଦେମ୍‌ ଟୁ ଲିଷ୍ଟ'ର ବିକଳ୍ପ ଏଥିରେ ମିଳିବ ନାହିଁ।

ଆପ୍ ମଝିରେ ଥିବା ଟ୍ୟାବ୍‌ ନେଭିଗେସନରେ କାହାକୁ ଫଲୋ କରିବେ ସଜେସନ ସହ ଫିଡ୍ ଏବଂ ବିଭିନ୍ନ ପୋଷ୍ଟ ପଢ଼ିପାରିବେ ଗ୍ରାହକ। ସେହିପରି ଅନ୍ୟ ଏକ ଟ୍ୟାବ୍‌ରେ ଗ୍ରାହକ ନୋଟିଫିକେସନ, ରିପୋର୍ଟ, ଫଲୋ ଏବଂ ରିପ୍ଲାଏ ଆଦି ସୁବିଧା ରହିବ। ତେବେ ଆପ୍‌ରେ DMs ସୁବିଧା ରହିବ ନାହିଁ।

ଟ୍ୱିଟର ଭଳି ଏଥିରେ ଆପଣ ସର୍ଚ୍ଚ କରି ବ୍ୟକ୍ତିଙ୍କୁ ଫଲୋ ଅନ୍‌ଫୋଲ କରିପାରିବେ। ସେହିପରି ୟୁଜର ପ୍ରୋଫାଇଲ୍ ପିକ୍‌ଚର, ବାୟୋ ଏବଂ ମେଟ୍ରିକ୍ସ ଦେଇପାରିବେ।

Bluesky, Jack Dorsey's decentralised alternative to Twitter, now available  on App Store | Technology News,The Indian Express

କେବେ ତିଆରି ହେଲା ବ୍ଲୁସ୍କାଏ ?

୨୦୧୯ରେ ଟ୍ୱିଟର ସହ ବ୍ଲୁସ୍କାଏ କାମ ଆରମ୍ଭ ହୋଇଥିଲା। କିନ୍ତୁ ୨୦୨୨ରେ ଏହା ଏକ ସ୍ୱାଧୀନ କମ୍ପାନୀ ଭାବେ ଉଭା ହେଲା। ସୋସିଆଲ୍ ନେଟୱର୍କର ଅନୁସନ୍ଧାନ ଓ ବିକାଶରେ କ୍ଷମତାର ବିକେନ୍ଦ୍ରୀକରଣ କରିବା ବ୍ଲୁସ୍କାଏର ମୁଖ୍ୟ ଲକ୍ଷ୍ୟ ରହିଛି। ବ୍ଲୁସ୍କାଏକୁ ନେଇ ଏହାର ସଂସ୍ଥାପକ ଜ୍ୟାକ୍ ଡର୍ସୀ କୁହନ୍ତି ଏହି ଆପ୍‌ ସୋସିଆଲ୍ ମିଡିଆ ପାଇଁ ଏକ ଖୁଲା ବିକେନ୍ଦ୍ରୀକରଣ ମାନକ।

Elon Musk subpoenas former Twitter CEO Jack Dorsey as legal battle heats up  | CNN Business

ଗତବର୍ଷ ଅକ୍ଟୋବର ମାସରେ ଜ୍ୟାକ୍ ଡର୍ସୀ ବ୍ଲୁସ୍କାଏ ଆପ୍‌କୁ ଟ୍ୱିଟରେ ପୋଷ୍ଟ କରି ଖୋଲାଖୋଲି ଭାବେ ସମସ୍ତ ଆପ୍‌କୁ ଚ୍ୟାଲେଞ୍ଜ୍ କରିଥିଲେ। ଡର୍ସୀ ଟ୍ୱିଟ୍‌ରେ ଲେଖିଥିଲେ " ସୋସିଆଲ୍ ମିଡିଆ ଓ ଏହାର ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟକୁ ନେଇ ଥିବା ମୈଳିକ ସିଦ୍ଧାନ୍ତର ସୋସିଆଲ୍ ମିଡିଆ କମ୍ପାନୀମାନେ ଏହାର ଉଲ୍ଲଂଘନ କରୁଛନ୍ତି ବ୍ଲୁସ୍କାଏ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱୀ ହେଇ ଛିଡ଼ା ହେବ। " ସୂଚନା ଥାଉକି ବ୍ଲୁସ୍କାଏକୁ ଗତବର୍ଷ ୧୩ ମିଲିୟ ଡଲାର ପାଣ୍ଠି ମିଳିଥିଲା। ଏନେଇ ଡର୍ସି ଟ୍ୱିଟ୍ କରି ସୂଚନା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.