ଏବେ ସମସ୍ତେ ହ୍ୱାଟ୍ସଆପ୍‌ରେ କରିପାରିବେ ଅନ୍‌ଲାଇନ୍ ନେଣଦେଣ: କଟକଣା ହଟାଇଲା ଏନ୍‌ପିସିଆଇ

Published By : Prameya-News7 Bureau | December 31, 2024 IST

internet

ନୂଆଦିଲ୍ଲୀ: ଭାରତର ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ହ୍ୱାଟ୍ସଆପ୍ ପେ ଉପରେ ଅନ୍‌ବୋର୍ଡିଂ ସୀମା ହଟାଇ ଦିଆଯାଇଛି। ବର୍ତ୍ତମାନ ହ୍ୱାଟ୍ସଆପ୍ ଏହାର ୫ କୋଟିରୁ ଅଧିକ ଭାରତୀୟ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ UPI ସେବା ଯୋଗାଇବାରେ ସକ୍ଷମ ହେବ। ପୂର୍ବରୁ ଏହି ସୁବିଧା ସୀମିତ ଥିଲା, କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ହ୍ୱାଟ୍ସଆପ୍ ୟୁପି ସହଜରେ ପେମେଣ୍ଟ୍ କରିପାରିବ। ଏହା ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବ।

ୟୁପିଆଇ ସିଷ୍ଟମର ସୁରକ୍ଷା ମଜଭୁତ କରିବା ଓ ଏବଂ ନଗଦବିହୀନ ଦେୟ(କ୍ୟାସଲେସ୍ ପେମେଣ୍ଟ)ରେ ଯେମିତି କୌଣସି ଅସୁବିଧା ନହୁଏ ଏଥିପାଇଁ ଏନ୍‌ପିସିଆଇ ଆରମ୍ଭରେ,  ହ୍ୱାଟ୍ସଆପ୍ ପେ ଅନବୋର୍ଡିଂ ସୀମା ଉପରେ ଏକ ନିଷେଧାଦେଶ ଲଗାଇଲା। ଧୀରେ ଧୀରେ ହ୍ୱାଟ୍ସଆପ୍ ଏହାର ସେବାକୁ ଉନ୍ନତ କରିବାଦ୍ୱାରା ବର୍ତ୍ତମାନ NPCI ଏହି କଟକଣା ହଟାଇ ଦେଇଛି। ଫଳରେ ହ୍ୱାଟ୍ସଆପ୍ ପେ ଏହାର ସମସ୍ତ ଉପଭୋକ୍ତାଙ୍କୁ ସେବା ଯୋଗାଇ ଦେଇପାରିବ। 

ଏବେ ହ୍ୱାଟ୍ସଆପ୍ ମାଧ୍ୟମରେ ୟୁପିଆଇ ପେମେଣ୍ଟ ହେଲେ କ୍ୟାସ୍‌ଲେସ୍ ଅଭିଯାନକୁ ଆହୁରି ପ୍ରୋତ୍ସାହନ ମିଳିବ। ସବୁଠାରୁ ବଡ଼ କଥା ହେଲା ଅନ୍‌ଲାଇନ୍ ପେମେଣ୍ଟ ବିଭାଗରେ ଭାରତରେ କାୟା ବିସ୍ତାର କରିଥିବା ଗୁଗୁଲ୍ ପେ ଏବଂ ଫୋନପେକୁ କଡ଼ା ଟକ୍କର ଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.