ଏଣିକି ହ୍ୱାଟ୍ସଆପ୍‌ରେ ଏଡିଟ୍ କରିପାରିବେ ପଠାଇଥିବା ମେସେଜ୍, ନୂଆ ଫିଚର ଲଞ୍ଚ୍

Published By : Prameya-News7 Bureau | May 22, 2023 IST

ନୂଆଦିଲ୍ଲୀ: ପୂର୍ବରୁ ହ୍ୱାଟ୍ସଆପ୍‌ରେ ଭୁଲ୍‌ ମେସେଜ୍ ପଠେଇଲେ ଆପଣ ଏହାକୁ ଡିଲିଟ୍ ମାରି ପୁଣିଥରେ ଠିକ୍ ମେସଜ୍ ଟାଇପ୍ କରି ପଠାଉଥିଲେ। ହେଲେ ଏଥର ଆପଣଙ୍କୁ ଆଉ ମେସେଜ୍ ଡିଲିଟ୍ କରିବାକୁ ପଡ଼ିବନି। ଆପଣ ଚାହିଁଲେ ପଠାଇଥିବା ମେସେଜ୍‌କୁ ଏଡିଟ୍‌ କରି ପୁଣିଥରେ ପଠାଇପାରିବେ। ହ୍ୱାଟ୍ସଆପ୍ ଏହିସୁବିଧା ଏବେ ପୂରା ବିଶ୍ୱରେ ଲଞ୍ଚ କରି ଦେଇଛି।

ହ୍ୱାଟ୍ସଆପ୍‌ରେ ମେସେଜ୍ ଏଡିଟିଂ ଅପସନ ପାଇଁ ଦୀର୍ଘଦିନ ହେଲା କାମ ଚାଲିଥିଲା। ପୂର୍ବରୁ କମ୍ପାନୀ ଏହାର ସଫଳ ପରୀକ୍ଷଣ କରିବା ପରେ ଆଜି ଏହି ସୁବିଧା ଗ୍ରାହକଙ୍କ ପାଇଁ ଲଞ୍ଚ କରିଦେଇଛି। ତେବେ ମେସେଜ୍ ପଠାଇବାର ୧୫ ମିନିଟ ଭିତରେ ଆପଣ ଭୁଲ୍ ମେସେଜ୍‌କୁ ଏଡିଟ୍ କରି ପୁଣିଥରେ ପଠାଇ ପାରିବେ। ଫଳରେ ଆପଣଙ୍କୁ ସମ୍ପୂର୍ଣ୍ଣ ମେସେଜ ପୁଣିଥରେ ଟାଇପ୍ କରିବାକୁ ପଡ଼ିବ ନାହିଁ।

{"id":790761,"width":844,"height":519,"sizeSlug":"full","linkDestination":"none"}

ଏନେଇ ଫେସ୍‌ବୁକ ମାଲିକ ମାର୍କ ଜୁକର ବର୍ମ ଫେସ୍‌ବୁକ୍‌ରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଭର୍ସନ ପାଇଁ ଏହି ସୁବିଧା ଉପଲବ୍ଧ ରହିଛି। ଆପଣ ଚାହିଁଲେ ଆପଣଙ୍କ ହ୍ୱାଟ୍ସଆପ୍ ଅପଡେଟ୍ କରି ଏହି ସୁବିଧାର ଲାଭ ଉଠାଇ ପାରିବେ। ତେବେ କେବଳେ ମୋବାଇଲ୍‌ରେ ନୁହେଁ କୌଣସି କମ୍ପ୍ୟୁଟରରେ ଯଦି ଆପଣ ହ୍ୱାଟ୍ସଆପ୍ ଚଳାଉଛନ୍ତି ସେଠାରେ ମେସେଜ୍ ଏଡିଟ୍ କରିବାର ସୁବିଧା ପାଇପାରିବେ।

ମେସେଜ୍ କେମିତି ଏଡିଟ୍ କରିବେ ଆସନ୍ତୁ ଜାଣିବା

ଭୁଲ ମେସେଜ୍‌କୁ ପୁଣିଥରେ ଏଡିଟ୍ କରିବା ପାଇଁ ହେଲ ପଠାଇଥିବା ମେସେଜ୍ ଉପରେ ଟ୍ୟାପ୍‌ କରି ରଖନ୍ତୁ। ଏହାପରେ ଏଡିଟ୍ ଅପସନକୁ ବାଛି ମେସେଜ୍ ଏଡିଟ୍ କରି ଆପଣଙ୍କ ତ୍ରୁଟି ସଂଶୋଧନ କରିପାରିବେ। ତେବେ ଆପଣ ମେସେଜ୍‌ଟିକୁ ଏଡିଟ୍ କରିଛନ୍ତି ବୋଲି ମେସେଜ ରିସିଭର ଜାଣିପାରିବେ। କାରଣ ଆପଣଙ୍କ ମେସେଜ୍‌ ଏଡିଟେଡ୍ ବୋଲି ଲେଖାଯିବ। ତେବେ ଆପଣ କଣ ଏଡିଟ୍ କରିଛନ୍ତି ରିସିଭର ତାହା ଜାଣିପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.